Posted inଖେଳ

‘ଓ୍ବାର୍କଲୋଡ୍‌ ଖାଲି ଭାରତ ପାଇଁ ଖେଳିବା ବେଳେ, ଆଇପିଏଲ୍‌ରେ ତ କେହି ଥକ୍କା ହେଉନାହଁ’

ନୂଆଦିଲ୍ଲୀ,୧୨।୧୧: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶେଷକରି ଖେଳାଳିମାନେ ଆଇପିଏଲ୍‌ ସମୟରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନିରାଶ କରିବାକୁ ନେଇ ପ୍ରଶ୍ନ ଉଠୁଛି। ଏହି କ୍ରମରେ ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ଖେଳାଳିଙ୍କ ଓ୍ବାର୍କଲୋଡ୍‌ ମ୍ୟାନେଜ୍‌ମେଣ୍ଟକୁ ନେଇ କଟୁ ମନ୍ତବ୍ୟ ଦେଇଛନ୍ତି। ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ଦୂରେଇ ଯାଇ ବିଶ୍ରାମ କରୁଛନ୍ତି ହେଲେ ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ ପାଇଁ ଉପଲବ୍ଧ ରହୁଥିବା ସେ କହିଛନ୍ତି।

ଗାଭାସ୍କର ଏକ ସାକ୍ଷାତକାରରେ କହିଛନ୍ତି, ଆଗାମୀ ଦିନରେ ଭାରତର ଟି୨୦ ସେଟ୍‌ଅପ୍‌ରେ ପରିବର୍ତ୍ତନ ନିଶ୍ଚିତ ଭାବେ ଘଟିବ। ନ୍ୟୁଜିଲାଣ୍ଡ ଗସ୍ତରେ ଯାଉଥିବା ଦଳରେ ପରିବର୍ତ୍ତନ କରାଯାଇଛି। ଯେଉଁ ଓ୍ବାର୍କଲୋଡ୍‌(କାର୍ଯ୍ୟଭାର) କଥା ଉଠୁଛି ତାହା କେବଳ ଭାରତ ପାଇଁ ଖେଳିବା ଲାଗି କାହିଁକି ରହିଛି। ସମସ୍ତେ ଆଇପିଏଲ୍‌ ଖେଳୁଛନ୍ତି। ପୁରା ସିଜନ ଖେଳୁଛନ୍ତି। ସେଠାରେ ଭ୍ରମଣ କରୁଛନ୍ତି। ଗତ ଥରର ଆଇପିଏଲ୍‌ ଦେଖିଲେ ଚାରିଟି ସେଣ୍ଟରରେ ତାହା ଆୟୋଜିତ ହୋଇଥିଲା। ବାକି ସମସ୍ତ ସ୍ଥାନରେ ଧାଁ ଧାପଡ଼ କରିବାକୁ ପଡ଼ିଥିଲା। ସେଠାରେ ଥକ୍କା ଲାଗିଲା ନାହିଁ। ସେଠାରେ ଓ୍ବାର୍କଲୋଡ ନ ଥିଲା। କେବଳ ଯେତେବେଳେ ଭାରତ ପାଇଁ ଖେଳିବାକୁ ହେଉଛି, ସେତେବେଳେ ତୁମ ଉପରେ ଓ୍ବାର୍କଲୋଡ୍‌ ଆସିଯାଉଛି। ଏହା ଭୁଲ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ନଭେମ୍ବର ୧୮ରୁ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ ହେଉଛି। ଏଥିଲାଗି ଚୟନ ହୋଇଥିବା ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେବେ। ଅପରପକ୍ଷେ ସିରିଜ ଲାଗି ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri