Categories: ଖେଳ

ଜନ୍ମଦିନରେ ମିଳିଲାନି ସୁଯୋଗ: ଉଠିଲା ପ୍ରଶ୍ନ

ୟୁଏଇ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ନିଜ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ଲେ -୧୧ରେ କ୍ରିସ ଗେଲଙ୍କୁ ଅନ୍ତର୍ଭୁକ୍ତ କରି ନ ଥିଲେ। କେବଳ ପ୍ରଶଂସକମାନେ ଏଥିରେ ରାଗି ନ ଥିଲେ, ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ମଧ୍ୟ ରାଗି ଯାଇଥିଲେ। ଗେଲଙ୍କ ସେପ୍ଟେମ୍ବର ୨୧ରେ ଗେଲ୍‌ ନିଜର ୪୨ତମ ଜନ୍ମଦିନ ପାଳନ କରୁଥିଲେ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଆଶା କରିଥିଲେ ଯେ ସିକ୍ସର୍‌ କିଙ୍ଗ ଗେଲ୍‌ ନିଶ୍ଚିତ ଭାବରେ ଏହି ମ୍ୟାଚ ଖେଳିବେ। କିନ୍ତୁ ଟସ ଜିତିବା ପରେ ଯେତେବେଳେ ଅଧିନାୟକ କେ.ଏଲ ରାହୁଲ ଦଳର ୪ ଜଣ ବିଦେଶୀ ଖେଳାଳିଙ୍କୁ ନାମିତ କରିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ଗାଭାସ୍କର ଏବଂ ପିଟରସନ୍‌ ତାଙ୍କୁ ନ ଖେଳାଇବାକୁ ଦେଇ ଦଳର ମ୍ୟାନେଜ୍‌ମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଆଇପିଏଲ ୨୦୨୧ର ପ୍ରଥମାର୍ଦ୍ଧରେ ପଞ୍ଜାବ କିଙ୍ଗସ ପାଇଁ ଗେଲ ସମସ୍ତ ୮ଟି ମ୍ୟାଚ ଖେଳିଥିଲେ। ସେ ହାରାହାରି ୨୫ରେ ୧୭୮ ରନ ସ୍କୋର କରିଥିଲେ। କିନ୍ତୁ ସେ ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ।

Share