ଆଥିୟା ସେଟ୍ଟି-କେଏଲ୍ ରାହୁଲଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁନିଲ

ମୁମ୍ବାଇ: ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ଓ କ୍ରିକେଟର କେଏଲ ରାହୁଲଙ୍କ ଆଫେୟାର୍ସକୁ ନେଇ ବହୁ ଆଗରୁ ଚର୍ଚ୍ଚା ଲାଗି ରହିଛି । ଏମାନେ ପରସ୍ପରକୁ ଡେଟ ବି କରୁଛନ୍ତି । ହେଲେ ଏକଥା ଉଭୟଙ୍କ ମୁହଁରୁ କେବେ ଶୁଣିବାକୁ ମିଳିନାହିଁ । ଏମାନେ ନିଜର ରିଲେସନଶିପକୁ ନେଇ ଅଫିସିୟାଲି କିଛି ଘୋଷଣା ବି କରି ନାହାନ୍ତି । ନିକଟରେ ଖବର ଆସିଥିଲା କି ଆଥିୟା ଓ କେଏଲ୍ ରାହୁଲ ଖୁବଶୀଘ୍ର ବିବାହ କରିପାରନ୍ତି ।
ଆଉ ଏକ ଖବର ଆସିଥିଲା କି ସୁନିଲ ସେଟ୍ଟିଙ୍କର ଦୁଇ ସନ୍ତାନ ଖୁବଶୀଘ୍ର ବିବାହ କରିବେ । ଆଥିୟା ସେଟ୍ଟି କେଏଲ୍ ରାହୁଲଙ୍କୁ ବିବାହ କରୁଥିବା ବେଳେ ଆହନ ତାନିଆ ଶ୍ରଫଙ୍କୁ ବିବାହ କରୁଛନ୍ତି । ୨୦୨୨ରେ ଏମାନେ ବିବାହ କରିବାକୁ ଯାଉଛନ୍ତି । ଏବେ ଏହାକୁ ନେଇ ସୁନିଲ ମୁହଁ ଖୋଲିଛନ୍ତି । ସେ ଟୁଇଟ କରି ଏସବୁ ଖବର ମିଛ ବୋଲି କହିଛନ୍ତି । ସୁନିଲ ଆହୁରି ମଧ୍ୟ କହିଛନ୍ତି, ମୁଁ ରାଗିବି ନା ଆଶ୍ଚର୍ଯ୍ୟ ହେବି ବୁଝି ପାରୁନି । କାରଣ ଏସବୁ ଖବର ଛାପିବା ପୂର୍ବରୁ ଭେରିଫାଏ କାହିଁକି କରାଯାଉ ନାହିଁ । ଏଭଳି ଖବର ସାମ୍ବାଦିକଙ୍କ ନାମକୁ ଖରାପ କରୁଛି । କମ୍ ଅନ୍ ଆପଣ ଏହାଠାରୁ ଭଲ କରିପାରିବେ ବୋଲି ସୁନିଲ ଲେଖିଛନ୍ତି । ଏଥିରୁ ଏବେ ସ୍ପଷ୍ଟ ହୋଇଛି କି ଆଥିୟା ଏବେ ବିବାହ କରୁ ନାହାନ୍ତି ।

Share