ସନ୍‌ଗ୍ଲାସ୍‌: ଫ୍ୟାଶନ ସହ ସୁରକ୍ଷା

କମି ଆସିଲାଣି ଶୀତର ପ୍ରକୋପ ଏବଂ ପଦାର୍ପଣ କରିବାକୁ ପ୍ରସ୍ତୁତ ହେଲାଣି ଗ୍ରୀଷ୍ମ ା ଧୀରେ ଧୀରେ ବଢ଼ୁଥିବା ଖରାର ପ୍ରକୋପ ସାଙ୍ଗକୁ ବଢ଼ିବାରେ ଲାଗିଛି ‘ସନ୍‌ଗ୍ଲାସ୍‌’ ବା କଳା ଚଷମାର ବ୍ୟବହାର, ଯାହାକି ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ ସୂର୍ଯ୍ୟଙ୍କର
ପ୍ରଖର କିରଣର ତେଜସ୍କ୍ରିୟ ରଶ୍ମିରୁ ଆଖିକୁ ସୁରକ୍ଷା ପ୍ରଦାନ କରିଥାଏ। ତେବେ ଏହାକୁ ବ୍ୟବହାର କରୁଥିଲେ ଠିକ୍‌ ଫାଇଦା ଉଠାଇବା ଲାଗି କେତେକ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ…

ଡା. ସୋନାଲି ଷଡ଼ଙ୍ଗୀ
ଖରାରୁ ଆଖିକୁ ସୁରକ୍ଷା ଦେବା ଲାଗି ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ଅଧିକାଂଶ ବ୍ୟବହାର କରିଥାଆନ୍ତି ସନ୍‌ଗ୍ଲାସ୍‌ ବା ଗଗଲସ୍‌। ହେଲେ ଯୁବପିଢ଼ିଙ୍କଠାରେ ଏହାର କ୍ରେଜ୍‌ ସବୁଠୁ ଅଧିକ। କାରଣ ଏହା ବିନା ସେମାନଙ୍କ ଫ୍ୟାଶନ୍‌ ଯେମିତି ଅଧୁରା। ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେମାନେ ବିଭିନ୍ନ ରଙ୍ଗର, ଭଳିକି ଭଳି ଆକୃତିର ତଥା ଆଇକ୍ୟାଚି ଡିଜାଇନର ଗଗଲସ୍‌ ପିନ୍ଧିଥା’ନ୍ତି। ତେବେ ଏ ତ’ ଗଲା ଷ୍ଟାଇଲ୍‌ର କଥା। ଏବେ ବିଚାର କରିବା ସୂର୍ଯ୍ୟ କିରଣରେ ଥିବା ବିଭିନ୍ନ କ୍ଷତିକାରକ ରଶ୍ମି କିଭଳି ଭାବରେ ଆଖିକୁ ନଷ୍ଟ କରିଥାଏ ଏବଂ ଆମେ ସନ୍‌ଗ୍ଲାସ୍‌ ବ୍ୟବହାର କରି କିପରି ତା’କୁ ସୁରକ୍ଷା ଦେଇପାରିବା ା ସୂର୍ଯ୍ୟ ରଶ୍ମିରୁ ଆସୁଥିବା ହାଇ ଏନର୍ଜି ନୀଳ ଆଲୋକ (ବ୍ଲୁ ଲାଇଟ୍‌) ସିଧା ଆଖି ଭିତରକୁ ଯାଇ ବିଭିନ୍ନ ପ୍ରକାର କ୍ଷତି କରାଇଥାଏ ା କଳା ଡୋଳାରେ ‘ଫଟୋ କେରାଟାଇଟିସ୍‌’ କରିଥାଏ ା ବେଳେବେଳେ ବରଫରେ ପ୍ରତିବିମ୍ବିତ ହୋଇ ଆଖିଡୋଳାରେ ପଡୁଥିବା ରଶ୍ମି ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିଥାଏ, ଯାହାକୁ ଆମେ ‘ସ୍ନୋ ବ୍ଲାଇଣ୍ଡନେସ୍‌’ କହିଥାଉ। ଏହା ଦ୍ୱାରା ଆଖି ନାଲି ପଡ଼ିଯାଏ ଓ ଶୁଖିଲା ହୋଇଯାଏ ଏବଂ ସୂର୍ଯ୍ୟକିରଣରେ ଥିବା ନୀଳ ରଶ୍ମି ଧଳା ମୋତିଆବିନ୍ଦୁ (କାଟାରାକ୍ଟ) କରିଥାଏ ା ଏହା ରେଟିନା ବା ଆଖିର ପର୍ଦ୍ଦାରେ ମଧ୍ୟ ‘ମାକ୍ୟୁଲାର ଡିଜେନେରେଶନ’ କରାଇଥାଏ ା ଆଖି ପରଦାରେ ମାଂସ ବୃଦ୍ଧି କରି ‘ଟେରିଜିୟମ’ କରିଥାଏ ା ସୂର୍ଯ୍ୟ ରଶ୍ମି ଆଖି ଚାରିପଟେ କର୍କଟରୋଗ ବା ବାସାଲ ସେଲ କାର୍ସିନୋମା ମଧ୍ୟ କରିଥାଏ ା ଏମିତିରେ ସନ୍‌ଗ୍ଲାସ୍‌ ବ୍ୟବହାର କେତେ ଉପକାରୀ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…
ସନ୍‌ଗ୍ଲାସ୍‌ର ଉପକାରିତା:
୧. ଏହା ଦୃଷ୍ଟିଶକ୍ତି ବଢ଼ାଇଥାଏ ଏବଂ ସୂର୍ଯ୍ୟରଶ୍ମିଜନିତ କଷ୍ଟରୁ ଆଖିକୁ ଆରାମ ଦେଇଥାଏ। ପୋଲା ରାଇଜିଂ ସନ୍‌ଗ୍ଲାସେସ୍‌ ପିନ୍ଧିଲେ ଆହୁରି ଆରାମ ମିଳିଥାଏ ା
୨. ସୂର୍ଯ୍ୟ କିରଣରୁ ବାହାରୁଥିବା ଅଲଟ୍ରା ଭାଓଲେଟ୍‌ରେ ‘ଏ’ ଓ ‘ବି’ର ପ୍ରଭାବରୁ ଆଖିକୁ ସୁରକ୍ଷା ପ୍ରଦାନ କରିବା ସହ ମୋତିଆବିନ୍ଦୁ ଓ କର୍କଟ ରୋଗ ହେବାର ଆଶଙ୍କା କମାଇଥାଏ। ତେବେ ଏଭଳି ସମସ୍ୟାରୁ ସୁରକ୍ଷା ପାଇଁ ୟୁଭିକେ ଲେବଲ୍‌ ଥିବା ସନ୍‌ଗ୍ଲାସ୍‌ ବ୍ୟବହାର କରିବା ଉଚିତ ା
୩. ଯେଉଁମାନଙ୍କର ମୋତିଆବିନ୍ଦୁ (କାଟାରାକ୍ଟ) ଅସ୍ତ୍ରୋପଚାର ହୋଇଥାଏ, ସେମାନେ ଡିସ୍‌ପୋଜେବଲ କଳା ଚଷମା ବ୍ୟବହାର କରିବା ଭଲ।
୪. ଅଧିକାଂଶ ଯୁବପିଢ଼ିଙ୍କୁ କଲେଜ, ଜବ୍‌ ଆଦି ପାଇଁ ଡ୍ରାଇଭିଂ କରିବାକୁ ହୋଇଥାଏ। ସେମାନଙ୍କୁ ରାସ୍ତାରେ ଗାଡ଼ି ଚଲାଇବା ବେଳେ ସୂର୍ଯ୍ୟକିରଣ ପଡ଼ି ଆଖି ଜାଲୁଜାଲୁଆ ଦିଶେ, ଯେଉଁଥିରୁ ରକ୍ଷା ପାଇବା ଲାଗି ସନ୍‌ଗ୍ଲାସ୍‌ ପିନ୍ଧିବା ସବୁଠୁ ଭଲ ବିକଳ୍ପ। ଏହା ଆଖିକୁ ଆରାମ ଦେଇଥାଏ ା
୫. ଟିଣ୍ଟେଡ୍‌ ଗ୍ଲାସ ବା ଫଟୋ କ୍ରୋମାଟିକ୍‌ ଗ୍ଲାସ ଅନ୍ଧାରରେ ହାଲୁକା ରଙ୍ଗ ଦିଶୁଥିବା ବେଳେ ଖରାକୁ ଗଲେ ଏହା ବେଶି ଗାଢ଼ ରଙ୍ଗ ବା କଳା ରଙ୍ଗ ହୋଇଯାଏ, ଯାହାକି ଗାଡ଼ି ଚଲାଇବା ବେଳେ ବ୍ୟବହାର କଲେ ଭଲ। କାର ଡ୍ରାଇଭିଂ କଲାବେଳେ ଗ୍ରାଜୁଏଟେଡ ଲେନ୍ସ ବ୍ୟବହାର କରିବା ଉଚିତ ା ଅନେକ ସନ୍‌ଗ୍ଲାସରେ ଆଲୁଅ ପଡ଼ିଲେ ଏଥିରେ ପ୍ରତିଫଳନ ନ ହେବା ପାଇଁ ଚଷମାରେ ଆଣ୍ଟି ରିଫ୍ଲେକ୍ଟିଂ କୋଟ ଦିଆଯାଇଥାଏ। ଅଧିକ ସମୟ ଖରାରେ ରହିବାକୁ ହେଉଥିଲେ ଏପରି ଗ୍ଲାସ୍‌ ପନ୍ଧିବା ଚକ୍ଷୁ ପାଇଁ ସୁରକ୍ଷିତ। ପାଇଲଟ୍‌ ଏରୋପ୍ଲେନ୍‌ ଚଲାଉଥିବା ବେଳେ କଳା ଚଷମା ନିହାତି ବ୍ୟବହାର କରିବା ଆବଶ୍ୟକ, କାରଣ ସୂର୍ଯ୍ୟକିରଣରୁ ଆସୁଥିବା ଅଲଟ୍ରା ଭାଓଲେଟ ରଶ୍ମି ବେଶି ଉଚ୍ଚତାରେ ଅତ୍ୟଧିକ ବିକିରଣ ହୋଇଥାଏ ା ପାଣି ଭିତରେ ‘ସର୍ଫ ଗଗଲସ୍‌’ ବ୍ୟବହାର କରିବା ଦରକାର। କାରଣ ପାଣି ଭିତରେ ଏହାର ପ୍ଳାବତା (ବୋୟାନ୍ସି) ବେଶି ା ପର୍ବତ ଆରୋହଣ କରିବା ବେଳେ ‘ଗ୍ଲାସିଅର ଗ୍ଲାସେସ୍‌’ ବ୍ୟବହାର କରିବା ଦରକାର ା
ସନ୍‌ଗ୍ଲାସର ରଙ୍ଗ: ଷ୍ଟାଇଲିସ୍‌ ଏବଂ ଗ୍ଲାମର୍ସ ଲୁକ୍‌ ପାଇଁ ମାର୍କେଟ୍‌ରେ ଅସଂଖ୍ୟ ଡିଜାଇନ ଓ ଭଳିକି ଭଳି ରଙ୍ଗର ସନ୍‌ଗ୍ଲସ୍‌ ମାର୍କେଟ୍‌ରେ ଉପଲବ୍ଧ, ଯାହା ଯୁବପିଢ଼ି ବେଶି ବ୍ୟବହାର କରୁଛନ୍ତି। ହେଲେ ସାଧାରଣତଃ ବ୍ଲାକ୍‌, ରେଡ୍‌, ଗ୍ରେ, ଗ୍ରୀନ୍‌ ଓ ବ୍ରାଉନ୍‌ କଲର ସନ୍‌ଗ୍ଲାସ ପ୍ରାୟତଃ ବ୍ୟବହାର କରାଯାଇଥାଏ ା ସୁରକ୍ଷା ଦୃଷ୍ଟିରୁ ଏସବୁ ରଙ୍ଗ ବ୍ୟବହାର କରିବା ଭଲ। ସନ୍‌ଗ୍ଲାସ କାଚ କିମ୍ବା ପ୍ଲାଷ୍ଟିକ୍‌ (ଆକ୍ରିଲିକ୍‌)ରୁ ତିଆରି ହୋଇଥାଏ ା ହେଲେ ପଲି କାର୍ବୋନେଟ୍‌ ପ୍ଲାଷ୍ଟିକ୍‌ ଲେନ୍ସ ବହୁତ ହାଲୁକା ଓ ସହଜରେ ଭାଙ୍ଗି ନ ଥାଏ, ତେଣୁ ଏହା ବ୍ୟବହାର କରିବା ଭଲ। ସେହିପରି ସନ୍‌ଗ୍ଲାସ୍‌ର ଫ୍ରେମ୍‌ ମଧ୍ୟ ହାଲୁକା ହେବା ଦରକାର।
ଅଧିକାଂଶଙ୍କ ମନରେ ଏକ ଧାରଣା ଯେ, ସନ୍‌ଗ୍ଲାସ କେବଳ ଜିରୋପାୱାରର ହୋଇଥାଏ ା ହେଲେ ଯେଉଁମାନଙ୍କର ଆଖି ଖରାପ ବା’ ଚକ୍ଷୁଦୋଷ ଅଛି, ସେମାନେ ଚକ୍ଷୁ ପରୀକ୍ଷା କରାଇ ପାୱାର ସହ ସନ୍‌ଗ୍ଲାସ ବ୍ୟବହାର କରିବା ଉତ୍ତମ ା
– ଚକ୍ଷୁରୋଗ ବିଶେଷଜ୍ଞ, କଟକ
ମୋ-୭୯୭୮୯୪୫୫୫୨


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri