ଭାଜପାରେ ଯୋଗଦେବେ ସୁନନ୍ଦା ଦାସ! ରାଜନୀତି ହଲଚଲ

ଭୁବନେଶ୍ୱର,୩୧।୧୦: ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନଭେମ୍ବର ୩ ତାରିଖରେ ସେ ଭାଜପାରେ ମିଶିପାରନ୍ତି ବୋଲି ସୂଚନା ମିଳିଛି। ଶୁକ୍ରବାର ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ୟ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ।

୨୦୧୯ରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ ସୁନନ୍ଦା। ତେବେ ୨୦୨୪ରେ ଦଳୀୟ ଟିକେଟରୁ ସେ ବଞ୍ଚିତ ହୋଇଥିଲେ । ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା ଦଳ। ନିର୍ବାଚନ ଫଳାଫଳର ୫ ମାସ ବିତି ଯାଇଥିଲେ ମଧ୍ୟ ଦଳ ତାଙ୍କର ଗୁରୁତ୍ୱ ଅନୁଭବ ନ କରିବାକୁ ଇସ୍ତଫା ଦେଇଥିବା କହିଥିଲେ ସୁନନ୍ଦା ।

ଗତ ନିର୍ବାଚନରେ ବିଜୁ ଜନତା ଦଳର ଟିକେଟ କଥା ବରିଷ୍ଠ ଅଫିସର ଡି.ଏସ. କୁଟ୍ଟେ ଓ ଆଶିଷ ସିଂହ ବୁଝୁଥିଲେ। ଏହା କହିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ମଙ୍ଗଳବାର ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ  ସୁନନ୍ଦା କହିଛନ୍ତି, ତାଙ୍କର ଟିକେଟ କଟାଯିବା ଏବଂ ନିର୍ବାଚନ ସରିବାର ୫ ମାସ ପରେ ବି ଶଙ୍ଖ ଭବନ ଓ ନବୀନ ନିବାସରେ ହେଉଥିବା ବୈଠକକୁ ତାଙ୍କୁ ଡକା ଯାଉନି। କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉ ନାହିଁ। ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ଦ୍ୱାରା ମାନସିକ ଆଘାତ ପାଇବା ଓ ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଇଥିବା ସୁନନ୍ଦା କହିଛନ୍ତି। ସେ ଆହୁରି କହିଛନ୍ତ,ି ଟିକେଟ ବଣ୍ଟା ଆଗରୁ ଫୋନ ଆସୁଥିଲା ଯାଆନ୍ତୁ ଆଶିଷ ସିଂହ ଓ ଡି.ଏସ. କୁଟ୍ଟେଙ୍କୁ ଦେଖା କରନ୍ତୁ। ତାଙ୍କ ସହିତ ଆଲୋଚନା କରିବା ପରେ ସେମାନେ ସାନ୍ତ୍ୱନା ଦେଉଥିଲେ ସବୁ ଠିକ୍‌ଠାକ ଅଛି ବ୍ୟସ୍ତ ହୁଅନ୍ତୁନି। ବବି ଡାକି ସବୁ ଠିକ ଅଛି, ବେଷ୍ଟ ଅଫ୍‌ ଲକ୍‌ ବୋଲି ମଧ୍ୟ କହିଥିଲେ। ହେଲେ ସକାଳ ବେଳକୁ ଟିକେଟ ନାହିଁ। ବିଧାୟିକା ଥିବା ସମୟରେ ତାଙ୍କୁ ବହୁତ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ସାଙ୍ଗଠନିକ ସମ୍ପାଦକଙ୍କ ନିର୍ଦ୍ଦେଶରେ ଜିଲାପାଳ ତାଙ୍କୁ ସହଯୋଗ କରୁ ଥିଲେ। ଆଗାମୀ ଦିନରେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ବୋଲି ପଚାରିବାରୁ  ସେ କହିଛନ୍ତି, ବରୀର ବିକାଶ ତାଙ୍କର ମୂଳ ଲକ୍ଷ୍ୟ। ବିକଶିତ ବରୀ ଗଠନ କ୍ଷେତ୍ରରେ ଯେଉଁ ରାଜନୈତିକ ଦଳ ସହଯୋଗର ହାତ ବଢାଇବ ସେ ଦୁଇ ତିନି ଦିନ ମଧ୍ୟରେ ସେହି ଦଳରେ ଯୋଗ ଦେବେ।
ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ କହିଛନ୍ତି, ସୁନନ୍ଦା କୌଣସି ଦଳରେ ସ୍ଥାୟୀ ସଦସ୍ୟ ହୋଇ ରହିନାହାନ୍ତି। ସେ ବିଧାୟିକା ଥିବାବେଳେ ବରୀର କୌଣସି ବିକାଶ ଠିକ୍‌ ଭାବେ ହୋଇ ପାରିଲାନାହିଁ। ଫଳରେ ତାଙ୍କର ଟିକେଟ୍‌ କଟା ହେଲା। ତେବେ ସୁନନ୍ଦାଙ୍କ ବିଜେଡି ଛାଡିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି  ସେ କହିଛନ୍ତି।
ଯାଜପୁର ଜିଲାରେ ଗତ ୨୪ ବର୍ଷ ମଧ୍ୟରେ ବିଜେଡି ୧ ନମ୍ବର ରାଜନୈତିକ ଦଳ ଭାବେ ଉଭା ହୋଇଥିଲା। ଦଳ ଯୁବ ନେତୃତ୍ୱ ହାତରେ ସଙ୍ଗଠନକୁ ଛାଡି ଦେଇଥିବାବେଳେ ଯୁବନେତାମାନେ ବିଜେଡିକୁ ସକ୍ରିୟ କରାଇଥିଲେ। କିନ୍ତୁ ପିଢି ବଦଳ କରି ସଙ୍ଗଠନକୁ ସୁଦୃଢ କରିବାକୁ ବିଜେଡି ଚାହିଁ ଥିବାବେଳେ ୨୦୨୪ ନିର୍ବାଚନର ଫଳାଫଳ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଏହାବ୍ୟତୀତ ବିଭିନ୍ନ କାରଣରୁ ବହୁ ଯୁବ ଓ ଅଭିଜ୍ଞ ନେତା ବିଜେଡି ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କ ପାଇଁ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡିର କେତେକ ନେତା ମନ୍ତବ୍ୟ ଦେଉଥିଲେ ହେଁ ଜିଲାରେ ବିଜେଡି ଏକ ପ୍ରକାର ଭୁଶୁଡିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି।
ଜିଲା ବିଜେଡି ସଭାପତି ଗୌତମ ରାୟ ଶଙ୍ଖ ଦଳ ଛାଡ଼ି ଏବେ ଭାଜପା ଜିଲା ସଭାପତି ଦାୟିତ୍ୱ ତୁଲାଉଛନ୍ତି। ବଡ଼ଚଣାରେ ବିଜେଡି ନେତୃତ୍ୱ ନେବା ପାଇଁ ବହୁ ବର୍ଷ ସଂଗ୍ରାମ କରି ଯୁବନେତା ଅମର ନାୟକ ଦଳ ଛାଡିଛନ୍ତି। ଏବେ ସେ ଭାଜପାରୁ ବଡ଼ଚଣା ବିଧାୟକ ହୋଇଛନ୍ତି। କୋରେଇ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ତଥା ଜିଲା ପରିଷଦର ପୂର୍ବତନ ଉପସଭାପତି ଅଶୋକ ବଳ ବିଜେଡି ଛାଡି ଭାଜପାରେ ମିଶିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ବିଜେଡିକୁ ଫେରି କୋରେଇ ବିଧାୟକ ହୋଇଥିଲେ। ସୁକିନ୍ଦାରେ ବିଜେଡି ନେତା ପ୍ରଦୀପ ବଳ ସାମନ୍ତ(ଟୁଟୁ) ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ଏବେ ସେ ସୁକିନ୍ଦା ବିଧାୟକ ସହ ମନ୍ତ୍ରୀପଦ ପାଇଛନ୍ତି। ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡି ଛାଡି ଭାଜପାରେ ଯୋଗଦେଇ ୨୦୨୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବରୀ ନିର୍ବାଚନମଣ୍ଡଳୀର କେତେକ ଯୁବନେତା ବିଜେଡିକୁ ମୁହଁ ବୁଲାଇ ଭାଜପାରେ ସାମିଲ ହୋଇଛନ୍ତି। ବିଜେଡିର ବହୁ ଯୁବ ସମ୍ବଳକୁ ଭାଜପା ଗ୍ରହଣ କରିଥିବାରୁ ବିଜେଡି ଅଡୁଆରେ ପଡି ୨୦୨୪ରେ ପରାଜୟ ବରଣ କରିଛି। ନିର୍ବାଚନ ପରେ ପରେ ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ଦଳ ଛାଡିଛନ୍ତି। ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଦଳ ଛାଡି କଂଗ୍ରେସରୁ ନିର୍ବାଚନ ଲଢିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri