ଭାଜପାରେ ଯୋଗଦେବେ ସୁନନ୍ଦା ଦାସ! ରାଜନୀତି ହଲଚଲ

ଭୁବନେଶ୍ୱର,୩୧।୧୦: ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନଭେମ୍ବର ୩ ତାରିଖରେ ସେ ଭାଜପାରେ ମିଶିପାରନ୍ତି ବୋଲି ସୂଚନା ମିଳିଛି। ଶୁକ୍ରବାର ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ୟ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ।

୨୦୧୯ରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ ସୁନନ୍ଦା। ତେବେ ୨୦୨୪ରେ ଦଳୀୟ ଟିକେଟରୁ ସେ ବଞ୍ଚିତ ହୋଇଥିଲେ । ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା ଦଳ। ନିର୍ବାଚନ ଫଳାଫଳର ୫ ମାସ ବିତି ଯାଇଥିଲେ ମଧ୍ୟ ଦଳ ତାଙ୍କର ଗୁରୁତ୍ୱ ଅନୁଭବ ନ କରିବାକୁ ଇସ୍ତଫା ଦେଇଥିବା କହିଥିଲେ ସୁନନ୍ଦା ।

ଗତ ନିର୍ବାଚନରେ ବିଜୁ ଜନତା ଦଳର ଟିକେଟ କଥା ବରିଷ୍ଠ ଅଫିସର ଡି.ଏସ. କୁଟ୍ଟେ ଓ ଆଶିଷ ସିଂହ ବୁଝୁଥିଲେ। ଏହା କହିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ମଙ୍ଗଳବାର ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ  ସୁନନ୍ଦା କହିଛନ୍ତି, ତାଙ୍କର ଟିକେଟ କଟାଯିବା ଏବଂ ନିର୍ବାଚନ ସରିବାର ୫ ମାସ ପରେ ବି ଶଙ୍ଖ ଭବନ ଓ ନବୀନ ନିବାସରେ ହେଉଥିବା ବୈଠକକୁ ତାଙ୍କୁ ଡକା ଯାଉନି। କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉ ନାହିଁ। ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ଦ୍ୱାରା ମାନସିକ ଆଘାତ ପାଇବା ଓ ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଇଥିବା ସୁନନ୍ଦା କହିଛନ୍ତି। ସେ ଆହୁରି କହିଛନ୍ତ,ି ଟିକେଟ ବଣ୍ଟା ଆଗରୁ ଫୋନ ଆସୁଥିଲା ଯାଆନ୍ତୁ ଆଶିଷ ସିଂହ ଓ ଡି.ଏସ. କୁଟ୍ଟେଙ୍କୁ ଦେଖା କରନ୍ତୁ। ତାଙ୍କ ସହିତ ଆଲୋଚନା କରିବା ପରେ ସେମାନେ ସାନ୍ତ୍ୱନା ଦେଉଥିଲେ ସବୁ ଠିକ୍‌ଠାକ ଅଛି ବ୍ୟସ୍ତ ହୁଅନ୍ତୁନି। ବବି ଡାକି ସବୁ ଠିକ ଅଛି, ବେଷ୍ଟ ଅଫ୍‌ ଲକ୍‌ ବୋଲି ମଧ୍ୟ କହିଥିଲେ। ହେଲେ ସକାଳ ବେଳକୁ ଟିକେଟ ନାହିଁ। ବିଧାୟିକା ଥିବା ସମୟରେ ତାଙ୍କୁ ବହୁତ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ସାଙ୍ଗଠନିକ ସମ୍ପାଦକଙ୍କ ନିର୍ଦ୍ଦେଶରେ ଜିଲାପାଳ ତାଙ୍କୁ ସହଯୋଗ କରୁ ଥିଲେ। ଆଗାମୀ ଦିନରେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ବୋଲି ପଚାରିବାରୁ  ସେ କହିଛନ୍ତି, ବରୀର ବିକାଶ ତାଙ୍କର ମୂଳ ଲକ୍ଷ୍ୟ। ବିକଶିତ ବରୀ ଗଠନ କ୍ଷେତ୍ରରେ ଯେଉଁ ରାଜନୈତିକ ଦଳ ସହଯୋଗର ହାତ ବଢାଇବ ସେ ଦୁଇ ତିନି ଦିନ ମଧ୍ୟରେ ସେହି ଦଳରେ ଯୋଗ ଦେବେ।
ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ କହିଛନ୍ତି, ସୁନନ୍ଦା କୌଣସି ଦଳରେ ସ୍ଥାୟୀ ସଦସ୍ୟ ହୋଇ ରହିନାହାନ୍ତି। ସେ ବିଧାୟିକା ଥିବାବେଳେ ବରୀର କୌଣସି ବିକାଶ ଠିକ୍‌ ଭାବେ ହୋଇ ପାରିଲାନାହିଁ। ଫଳରେ ତାଙ୍କର ଟିକେଟ୍‌ କଟା ହେଲା। ତେବେ ସୁନନ୍ଦାଙ୍କ ବିଜେଡି ଛାଡିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି  ସେ କହିଛନ୍ତି।
ଯାଜପୁର ଜିଲାରେ ଗତ ୨୪ ବର୍ଷ ମଧ୍ୟରେ ବିଜେଡି ୧ ନମ୍ବର ରାଜନୈତିକ ଦଳ ଭାବେ ଉଭା ହୋଇଥିଲା। ଦଳ ଯୁବ ନେତୃତ୍ୱ ହାତରେ ସଙ୍ଗଠନକୁ ଛାଡି ଦେଇଥିବାବେଳେ ଯୁବନେତାମାନେ ବିଜେଡିକୁ ସକ୍ରିୟ କରାଇଥିଲେ। କିନ୍ତୁ ପିଢି ବଦଳ କରି ସଙ୍ଗଠନକୁ ସୁଦୃଢ କରିବାକୁ ବିଜେଡି ଚାହିଁ ଥିବାବେଳେ ୨୦୨୪ ନିର୍ବାଚନର ଫଳାଫଳ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଏହାବ୍ୟତୀତ ବିଭିନ୍ନ କାରଣରୁ ବହୁ ଯୁବ ଓ ଅଭିଜ୍ଞ ନେତା ବିଜେଡି ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କ ପାଇଁ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡିର କେତେକ ନେତା ମନ୍ତବ୍ୟ ଦେଉଥିଲେ ହେଁ ଜିଲାରେ ବିଜେଡି ଏକ ପ୍ରକାର ଭୁଶୁଡିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି।
ଜିଲା ବିଜେଡି ସଭାପତି ଗୌତମ ରାୟ ଶଙ୍ଖ ଦଳ ଛାଡ଼ି ଏବେ ଭାଜପା ଜିଲା ସଭାପତି ଦାୟିତ୍ୱ ତୁଲାଉଛନ୍ତି। ବଡ଼ଚଣାରେ ବିଜେଡି ନେତୃତ୍ୱ ନେବା ପାଇଁ ବହୁ ବର୍ଷ ସଂଗ୍ରାମ କରି ଯୁବନେତା ଅମର ନାୟକ ଦଳ ଛାଡିଛନ୍ତି। ଏବେ ସେ ଭାଜପାରୁ ବଡ଼ଚଣା ବିଧାୟକ ହୋଇଛନ୍ତି। କୋରେଇ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ତଥା ଜିଲା ପରିଷଦର ପୂର୍ବତନ ଉପସଭାପତି ଅଶୋକ ବଳ ବିଜେଡି ଛାଡି ଭାଜପାରେ ମିଶିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ବିଜେଡିକୁ ଫେରି କୋରେଇ ବିଧାୟକ ହୋଇଥିଲେ। ସୁକିନ୍ଦାରେ ବିଜେଡି ନେତା ପ୍ରଦୀପ ବଳ ସାମନ୍ତ(ଟୁଟୁ) ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ଏବେ ସେ ସୁକିନ୍ଦା ବିଧାୟକ ସହ ମନ୍ତ୍ରୀପଦ ପାଇଛନ୍ତି। ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡି ଛାଡି ଭାଜପାରେ ଯୋଗଦେଇ ୨୦୨୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବରୀ ନିର୍ବାଚନମଣ୍ଡଳୀର କେତେକ ଯୁବନେତା ବିଜେଡିକୁ ମୁହଁ ବୁଲାଇ ଭାଜପାରେ ସାମିଲ ହୋଇଛନ୍ତି। ବିଜେଡିର ବହୁ ଯୁବ ସମ୍ବଳକୁ ଭାଜପା ଗ୍ରହଣ କରିଥିବାରୁ ବିଜେଡି ଅଡୁଆରେ ପଡି ୨୦୨୪ରେ ପରାଜୟ ବରଣ କରିଛି। ନିର୍ବାଚନ ପରେ ପରେ ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ଦଳ ଛାଡିଛନ୍ତି। ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଦଳ ଛାଡି କଂଗ୍ରେସରୁ ନିର୍ବାଚନ ଲଢିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri