କ୍ରିକେଟ୍‌ ଖେଳିଲେ ସୁନକ

ଲଣ୍ଡନ,୨୪।୩: ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ୨୦୨୨ ଟି-୨୦ ବିଶ୍ୱକପ ବିଜେତା ଦଳ ସହ ବିଜୟ ଉତ୍ସବ ପାଳନ କରିଥିଲେ। ଇଂଲଣ୍ଡ ୨୦୨୨ ଟି-୨୦ ବିଶ୍ୱକପ ଜିତିବାର ପ୍ରାୟ ୧୩୦ ଦିନ ପରେ ଏହା ପାଳନ କରାଯାଇଛି। ଏହି ସମୟରେ ସେ ଖେଳାଳିଙ୍କ ସହ କ୍ରିକେଟ୍‌ ଖେଳିଥିଲେ। ଇଂଲଣ୍ଡ ବୋଲର୍‌ମାନେ ତାଙ୍କୁ ବୋଲିଂ କରିଥିଲେ। ସୁନକ କ୍ରିକେଟ ଖେଳୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସୁନକଙ୍କ ସମେତ ଇଂଲଣ୍ଡ ଦଳର ସମସ୍ତ ଖେଳାଳି ଆନୁଷ୍ଠାନିକ ପୋଷାକରେ କ୍ରିକେଟ ଖେଳୁଥିବାର ଦେଖାଯାଇଛି।
୨୦୨୨ ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ପାକିସ୍ତାନକୁ ଭେଟିଥିଲା। ଏହି ମ୍ୟାଚରେ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ, କିନ୍ତୁ ଶେଷରେ ଇଂଲଣ୍ଡ ଜିତିଥିଲା। ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରିବାରେ ସାମ କରଣଙ୍କ ଅବଦାନ ସର୍ବାଧିକ ଥିଲା।

Share