ସିଟ୍‌ ବେଲ୍ଟ ବାନ୍ଧି ନ ଥିବାରୁ ଜରିମାନା ଦେଲେ ସୁନକ…

ଲଣ୍ଡନ,୨୧।୧ : ପାଶ୍ଚାତ୍ୟ ଦେଶଗୁଡିକ ନିୟମ ଏବଂ ଆଇନଗୁଡିକ ଉପରେ କେତେ କଠୋର, ଏହା ଜାଣିହେବ ଯେ ସେଠାରେ ନିୟମ ପାଳନ ନକରିବାରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। କାରରେ ସିଟ ବେଲ୍ଟ ନ ପିନ୍ଧି ନଥିବାରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଜରିମାନା ଦେବାକୁ ପଡ଼ିଛି। ଚଳନ୍ତା କାରରେ ସିଟ ବେଲ୍ଟ ନ ପିନ୍ଧିଥିବାରୁ ସୁନକଙ୍କ ୧୦୦ ପାଉଣ୍ଡ ଜରିମାନା କରାଯାଇଛି। ଗୁରୁବାର ଋଷି ସୁନକ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ ଏକ ଭିଡିଓ ଶୁଟିଂ କରିବା ସମୟରେ ସେ ସିଟ ବେଲ୍ଟ ହଟାଇ ଦେଇଥିଲେ। ଯାହା ତାଙ୍କର ଭୁଲ।

ବ୍ରିଟେନରେ କାରରେ ସିଟ ବେଲ୍ଟ ନ ପିନ୍ଧିଲେ ୧୦୦ରୁ ୫୦୦ ପାଉଣ୍ଡ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିଥାଏ। ତଥାପି, ମେଡ଼ିକାଲ ଚିକିତ୍ସା ଆଧାରରେ ଜରିମାନା ଛାଡ଼ କରାଯାଇପାରିବ। ଇଂଲଣ୍ଡରେ ଆଇନ ଅନୁଯାୟୀ, ୧୪ ବର୍ଷରୁ ଅଧିକ ବୟସ୍କ ଯାତ୍ରୀ ଏକ କାରରେ ଯାତ୍ରା କରିବା ସମୟରେ ସିଟ ବେଲ୍ଟ ପିନ୍ଧିବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ ତାଙ୍କ ସରକାରଙ୍କ ନୂତନ ନୀତି ଘୋଷଣା କରିବାବେଳେ ସୁନକ ସୋସିଆଲ ମିଡିଆ ପାଇଁ ଏକ ଭିଡିଓ ଶୁଟିଂ କରିଥିଲେ। ଭିଡିଓ ଶୁଟିଂ ସମୟରେ ସୁନକ କାରରେ ଯାତ୍ରା କରୁଥିଲେ ଏବଂ ପଛ ସିଟରେ ବସିଥିବା ବେଳେ ସିଟ ବେଲ୍ଟ ମଧ୍ୟ ପିନ୍ଧି ନ ଥିଲେ। ଯାହା ପରେ ତାଙ୍କୁ ଜରିମାନା କରାଯାଇଛି। ବ୍ରିଟେନର ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ସେଠାରେ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକ ଯେଉଁମାନେ ଦୁର୍ଘଟଣା ସମୟରେ ସିଟ ବେଲ୍ଟ ପିନ୍ଧି ନ ଥିଲେ।

ସରକାରରେ ଥିବାବେଳେ ଏହା ଦ୍ୱିତୀୟ ଥର ପାଇଁ ସୁନକଙ୍କୁ ଜରିମାନା କରାଯାଇଛି। ଗତ ବର୍ଷ ମଧ୍ୟ କରୋନା ସମୟରେ ଲଗାଯାଇଥିବା ଲକଡାଉନ ନିୟମ ଭାଙ୍ଗିଥିବାରୁ ତାଙ୍କୁ ଜରିମାନା କରାଯାଇଥିଲା। ବ୍ରିଟେନରେ ନିୟମ ଭାଙ୍ଗିବା ପାଇଁ ଦିଆଯାଇଥିବା ଜରିମାନାକୁ ଫିକ୍ସଡ ଜରିମାନା କୁହାଯାଏ। ବ୍ୟକ୍ତିଙ୍କୁ ଜରିମାନା ହେବାର ୨୮ ଦିନ ମଧ୍ୟରେ ଦେବାକୁ ପଡିବ କିମ୍ବା କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri