୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି ମେଷ, ସିଂହ, ଧନୁ ଓ ମୀନ ରାଶିର ଲୋକଙ୍କୁ ଏହି ସମୟରେ ସତର୍କ ରହିବାକୁ ପଡ଼ିପାରେ । କ୍ୟାରିୟର, ଆର୍ଥିକ ସ୍ଥିତି, ପାରିବାରିକ ଜୀବନ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆସିପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି।
ମେଷ- ସୂର୍ଯ୍ୟଦେବ ମେଷ ରାଶିର ଅଷ୍ଟମ ଭାବରେ ଗୋଚର କରିବେ। ଏହାର ପ୍ରଭାବରେ କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ଅଚାନକ ଉତ୍ଥାନ-ପତନ ଦେଖାଦେଇପାରେ। ଚାଲିଥିବା ପ୍ରକଳ୍ପରେ ବିଳମ୍ବ କିମ୍ବା କାର୍ଯ୍ୟକ୍ଷେତ୍ରରେ ଅସୁବିଧା ହୋଇପାରେ। ଏହି ସମୟରେ ବିପଦପୂର୍ଣ୍ଣ ନିବେଶରୁ ଦୂରେଇ ରହିବା ସହ ତରବରିଆ ଭାବେ ଆର୍ଥିକ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ରୁହନ୍ତୁ।
ସିଂହ-ସିଂହ ରାଶିର ଚତୁର୍ଥ ଭାବରେ ସୂର୍ଯ୍ୟଙ୍କ ଗୋଚର ହେବ। ଏହା ଘର, ପରିବାର, ସୁଖ-ସୁବିଧା ଓ ସମ୍ପତ୍ତି ସହ ଜଡ଼ିତ କ୍ଷେତ୍ରକୁ ପ୍ରଭାବିତ କରିପାରେ। ପରିବାର ସଦସ୍ୟଙ୍କ ସହ ମତଭେଦ ଯୋଗୁଁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ଜମିବାଡ଼ି ଓ ଗାଡ଼ି ସମ୍ପର୍କିତ କାର୍ଯ୍ୟରେ ସତର୍କ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରର ଦାୟିତ୍ୱ ଯୋଗୁଁ ଘର ଓ କାମ ମଧ୍ୟରେ ସନ୍ତୁଳନ ରଖିବା କଷ୍ଟକର ହୋଇପାରେ।
ଧନୁ-ଧନୁ ରାଶିର ଦ୍ୱାଦଶ ଭାବରେ ସୂର୍ଯ୍ୟଙ୍କ ଗୋଚର ହେବ। ଏହି ସମୟରେ ଖର୍ଚ୍ଚ ବଢ଼ିପାରେ। ତେଣୁ ଆର୍ଥିକ ଯୋଜନା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅନୁସାରେ ତୁରନ୍ତ ଫଳ ମିଳିନପାରେ। ଚାକିରି ସମ୍ବନ୍ଧୀୟ ଯାତ୍ରା କିମ୍ବା ବିଦେଶ ସହ ଜଡ଼ିତ କାର୍ଯ୍ୟରେ ଅଧିକ ଖର୍ଚ୍ଚ ହୋଇପାରେ।
ମୀନ-ମୀନ ରାଶିର ନବମ ଭାବରେ ସୂର୍ଯ୍ୟଙ୍କ ଗୋଚର ହେବ। ଏହି ସମୟରେ ଭାଗ୍ୟ ସାଥ୍ ଦେଉନଥିବା ଭଳି ଅନୁଭବ ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ବିଳମ୍ବ ହେବା ସହ ପିତା, ଗୁରୁ କିମ୍ବା ବରିଷ୍ଠ ଅଧିକାରୀଙ୍କ ସହ ମତଭେଦ ହୋଇପାରେ। ବୃତ୍ତିଗତ କ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ଦୂରଦୃଷ୍ଟିର ସହ ବିଚାର ନକରି କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ।
ମକର- ମକର ରାଶିର ଏକାଦଶ ଭାବରେ ସୂର୍ଯ୍ୟଙ୍କ ଗୋଚର ହେବ। ଜ୍ୟୋତିଷ ଅନୁସାରେ ଏହି ଭାବ ଆୟ, ଲାଭ ଓ ସାମାଜିକ ସମ୍ପର୍କ ସହ ଜଡ଼ିତ ଥିବାରୁ ଏହାକୁ ସାଧାରଣତଃ ଅନୁକୂଳ ମନେ କରାଯାଏ। ତେବେ ଦାୟିତ୍ୱ ବଢ଼ିବା, ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ମତଭେଦ ଏବଂ ଆର୍ଥିକ ଲକ୍ଷ୍ୟ ପୂରଣର ଚାପ ରହିପାରେ। ବୃତ୍ତିଗତ ସମ୍ପର୍କରେ ସନ୍ତୁଳନ ବଜାୟ ରଖନ୍ତୁ।