ଅଂଶୁଘାତ ନେଉଛି ଜୀବନ, ଓଡ଼ିଶାରେ ୭୨ଘଣ୍ଟାରେ ୯୯ଜଣଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର,୩।୬(ଅସମାପିକା ସାହୁ)ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ କଲବଲ କରୁଛି ତାତି। ପ୍ରବଳ ଖରାରେ ଏବେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି। ରାଜ୍ୟରେ ଚଳିତ ଖରାରେ ଏ ପର୍ଯ୍ୟନ୍ତ ମୋଟ ୨୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ରବିବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ଆର୍‌ସିଙ୍କ ସୂଚନାନୁସାରେ, ୧୪୧ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ ୨୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ଥାନୀୟ ଜିଲାପାଳମାନେ ସ୍ପଷ୍ଟ କରିଛନ୍ତି। ତେବେ ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବାବେଳେ ଅବଶିଷ୍ଟ ୧୦୭ ଅଭିଯୋଗର ରିପୋର୍ଟ ଆସିନାହିଁ, ଯାହା ଏବେ ଜିଲାପାଳଙ୍କ ତଦନ୍ତ ପାଇଁ ଅଟକି ରହିଛି।

ଗତ ୩୦ ତାରିଖ ମଧ୍ୟରେ ୪୨ଟି ଅଭିଯୋଗ ଆସିଥିବାବେଳେ ୬ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ଏବଂ ୬ ଜଣଙ୍କ ଅନ୍ୟ କାରଣରୁ ମୃତ୍ୟୁ ଘଟିଥିଲା। କିନ୍ତୁ ଗତ ୭୨ ଘଣ୍ଟାରେ ଅର୍ଥାତ ଗତ ମେ’ ୩୧ରୁ ଜୁନ୍‌ ୨ ମଧ୍ୟରେ ୯୯ଟି ଅଭିଯୋଗ ଆସିଥିବାବେଳେ ୨୦ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବାବେଳେ ବାକି ଅଭିଯୋଗର ରିପୋର୍ଟ ଆସିନାହିଁ। ରାଜ୍ୟରେ ଗତ କିଛିଦିନ ହେବ ପାରଦ ଉପରମୁହାଁ ରହିଥିବାରୁ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ଅପରପକ୍ଷେ ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଶନିବାର ସୁଦ୍ଧା ଅସ୍ବାଭାବିକ ମୃତ୍ୟୁ ହୋଇଥିବା ୨୮ ଜଣଙ୍କର ବ୍ୟବଚ୍ଛେଦ ସରିଥିବାବେଳେ ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଆଉ ୩ ଜଣ ବ୍ୟକ୍ତିଙ୍କ ମୃତଦେହ ରବିବାର ବ୍ୟବଚ୍ଛେଦ ପାଇଁ ଆସିଥିବା ଜଣାପଡ଼ିଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଶୁକ୍ରବାର ଦିନ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ୧୬ ଜଣଙ୍କର ବ୍ୟବଚ୍ଛେଦ ହୋଇଥିଲା। ଶନିବାର ଆଉ ୧୨ ଜଣଙ୍କର ବ୍ୟବଚ୍ଛେଦ ହୋଇଛି। ରବିବାର ମଧ୍ୟ ସେଭଳି କିଛି ଅସ୍ବାଭାବିକ ମୃତ୍ୟୁ ଅଭିଯୋଗ ଆସିଛି। ଏସବୁ କେସ୍‌କୁ ସିଧାସଳଖ ଅଂଶୁଘାତ ସହ ଲିଙ୍କ୍‌ କରାଯାଇପାରିବ ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାର୍ଶ୍ୱିକ ଯାଞ୍ଚ ପରେ ମୃତ୍ୟୁର ପ୍ରକୃତ କାରଣ କୁହାଯାଇପାରିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri