ଅସହ୍ୟ ତାତି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଶନିବାର ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା ୪୧.୬ ଡିଗ୍ରୀ, ହୀରାକୁଦରେ ୪୧ ଡିଗ୍ରୀ, କେନ୍ଦୁଝରରେ ୩୮.୨ ଡିଗ୍ରୀ, ଭୁବନେଶରରେ ୩୭.୨ ଡିଗ୍ରୀ, ଗୋପାଳପୁରରେ ୩୫.୬ ଡିଗ୍ରୀ, ବାଲେଶ୍ୱରରେ ୩୪.୮ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ଚାନ୍ଦବାଲିରେ ୩୩.୨ ଡିଗ୍ରୀ, ପାରାଦୀପରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।