୨୯ ଯାଏ ତାତି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ସାରା ରାଜ୍ୟ । ଆସନ୍ତା ୨୯ ଯାଏ ରାଜ୍ୟରେ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏପ୍ରିଲ ମାସରୁ ମେ ମାସ ଭଳି ତାତି ଅନୁଭୂତ ହେଉଛି। ସୋମବାର ରାଜ୍ୟର ୨୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବା ବେଳେ ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତାତି ବଢ଼ୁଥିବାରୁ ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଯାହା ଦ୍ୱାରା ଦିନ ୧୦ଟା ପରେ ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି ।
ମହାପାତ୍ର କହିଛନ୍ତି, ‘ ଆଭ୍ୟନ୍ତର ଓ ଗ୍ରୀଷ୍ମ ଲହରୀ ଅନୁଭୂତି ହେଉଛି । ଆସନ୍ତା ୫ ଦିନ ପାଇଁ ଅର୍ଥାତ ୨୬,୨୭,୨୮,୨୯,୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରହିବ । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ନିଆଯାଉଥିବା ସତର୍କତାମୂଳକ ପଦକ୍ଷେପକୁ ଲୋକେ ମାନିବା ସହ ଏହି ଗ୍ରୀଷ୍ମ ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ଉଚିତ’।

 

Share