ସମର ଫ୍ୟାଶନ୍‌

ଋତୁ ଅନୁସାରେ ସବୁବେଳେ ଫ୍ୟାଶନ୍‌ ବଦଳିଥାଏ। ଖରାଦିନେ ସାଧାରଣତଃ ହାଲ୍‌କା ରଙ୍ଗର ଆରାମଦାୟକ ପୋଷାକ ପିନ୍ଧିବାକୁ ଭଲ ଲାଗେ। ଏହି ଦୃଷ୍ଟିରୁ ଏବେ ଫ୍ୟାଶନ୍‌ ଟ୍ରେଣ୍ଡରେ କେଉଁ ସବୁ ପୋଷାକ ଆରାମଦାୟକ ହେବା ସହ ଷ୍ଟାଇଲିସ୍‌ ଲାଗିବ ଜାଣି ରଖନ୍ତୁ…

ଖରାଦିନିଆ ଫ୍ୟାଶନରେ କ୍ଲୋଟ୍‌ସ ସହିତ କ୍ରପ ଟପ୍‌ ବେଶ୍‌ ଭଲ ଲାଗିବ। କ୍ଲୋଟ୍‌ସ ଆଣ୍ଠୁଠାରୁ ତଳକୁ ରହିବା ସହ ଢିଲା ରହିଥାଏ। ତେଣୁ ଏହା ଆରାମଦାୟକ ଏବଂ ଷ୍ଟାଇଲିସ୍‌ ଲାଗେ। ଏଥିରେ ସ୍ଲିଭ୍‌ ଲେସ୍‌ ଟି-ଶାର୍ଟ ବି ଭଲ ଲାଗିଥାଏ।
ଖରାଦିନେ ପ୍ଲାଜୋ ବହୁତ ଭଲ ଲାଗିଥାଏ। ଏହା ସହିତ କ୍ରପଟପ୍‌, ଟି-ଶାର୍ଟ ମଧ୍ୟ ଭଲ ଲାଗେ।
ଜିନ୍ସ, ପ୍ଲାଜୋ, ସ୍କର୍ଟ ସହିତ ବିଭିନ୍ନ ରଙ୍ଗର ସ୍ପାଗେଟି ମଧ୍ୟ ଏବେ ଫ୍ୟାଶନ୍‌ ଟ୍ରେଣ୍ଡରେ ଖୁବ୍‌ ପସନ୍ଦ ହୋଇପାରୁଛି।
ହାଫ୍‌ ହଲଟର୍‌ ନେକ୍‌ ଟପ୍‌ ମଧ୍ୟ ଷ୍ଟାଇଲିସ୍‌ ଲାଗିଥାଏ। ଏହାକୁ ଜିନ୍ସ କିମ୍ବା ସ୍କର୍ଟ ସହିତ ପିନ୍ଧିପାରିବେ। ଅଫିସ୍‌ ବ୍ୟତୀତ ଏହାକୁ ପାର୍ଟିରେ ମଧ୍ୟ ପିନ୍ଧିପାରିବେ।
ଯଦି ଆପଣଙ୍କର ପେଟ ସାମାନ୍ୟ ବଡ ଲାଗୁଛି ତେବେ ଆପଣ ପେଲପମ୍‌ ଟପ୍‌ ପିନ୍ଧିପାରିବେ। ଏହା ଆରାମଦାୟକ ହେବା ସହିତ ଟ୍ରେଣ୍ଡି ଲୁକ୍‌ ଦେଇଥାଏ।
ଖରାଦିନେ ଫ୍ୟାଶନ୍‌ ଟ୍ରେଣ୍ଡରେ ସ୍କର୍ଟର ଚାହିଦା ଖୁବ୍‌ ରହିଥାଏ। ସ୍କର୍ଟ ସହିତ କଟ୍‌ ସ୍ଲିଭ୍‌ ଟପ୍‌ କିମ୍ବା ଡେନିମ୍‌ ଜ୍ୟାକେଟ୍‌କୁ ଖୋଲା କରି ପିନ୍ଧି ହେବ। ଏହା ସହିତ ଜୋତା ବଦଳରେ ବୁଟ୍‌ କିମ୍ବା ହାଇ ହିଲ ପିନ୍ଧନ୍ତୁ। ଷ୍ଚାଇଲିସ୍‌ ଲୁକ୍‌ ମିଳିବ।
ଗରମରେ ହାଲ୍‌କା ରଙ୍ଗର ପୋଷାକ ଭଲ ଲାଗିଥାଏ। ତେଣୁ ଆପଣ ଡେନିମ୍‌ ପ୍ଲାଜୋ, ଜିନ୍‌ସ କିମ୍ବା ଶର୍ଟ ସ୍କର୍ଟ ସହିତ ବଲୁନ୍‌ ସ୍ଲିଭ୍‌ର ନଟେଡ୍‌ ଟପ୍‌ ପିନ୍ଧିପାରିବେ।