ମେ ୧୨ରେ ପରିବାର ଅଦାଲତରେ ହାଜର ହେବେ ସୁମିତ-ତପସ୍ବିନୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ରହ୍ମପୁର ବ୍ରହ୍ମାନଗର ତପସ୍ବିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ବିବାଦ ସମାଧାନ ହୋଇନାହିଁ । କୋର୍ଟ ନିର୍ଦ୍ଦେଶ ପ୍ରକାରେ ତପସ୍ବିନୀଙ୍କୁ ସୁମିତ ମାସିକ ୧୦ ହଜାର ଟଙ୍କା ଭରଣ ପୋଷଣ ଦେଉଛନ୍ତି । ଜିଲା କୋର୍ଟ ନିର୍ଦ୍ଦେଶ ପ୍ରକାରେ ଫେବୃୟାରୀ ମାସରେ ପ୍ରଥମେ ୧୭ ହଜାର ଟଙ୍କା ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସେ ଫେବୃୟାରୀ ଓ ମାର୍ଚ୍ଚରେ ୧୦ହଜାର ଟଙ୍କା ଲେଖାଏ ଦେଉଛନ୍ତି । ଏପ୍ରିଲ ୧୦ ଓ ୧୧ ଛୁଟି ଥିବାରୁ ସୁମିତ ତାଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ଜରିଆରେ ୮ରେ ହିଁ ୧୦ ହଜାର ଟଙ୍କା ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ତପସ୍ବିନୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଉଥିବାରୁ ଟଙ୍କା ନେବାକୁ କୋର୍ଟକୁ ଆସିପାରି ନ ଥିଲେ ।
ସୋମବାର ତପସ୍ବିନୀ ତାଙ୍କ ଓକିଲ ଦୀପକ ପଟ୍ଟନାୟକଙ୍କ ଉପସ୍ଥିତିରେ ଭରଣପୋଷଣ ୧୦ହଜାର ଟଙ୍କା ଡ୍ରାଫ୍ଟ ଏସ୍‌ଡିଜେଏମ କୋର୍ଟରୁ ନେଇଛନ୍ତି । ଦୁଇ ଦିନ ପୂର୍ବେ ସୁମିତ ସ୍ଥାନୀୟ ପରିବାର ଅଦାଲତରେ ହାଜର ହୋଇଥିବା ବେଳେ ତପସ୍ବିନୀ ଆସି ପାରି ନ ଥିଲେ । ବାରମ୍ବାର ପରିବାର ଅଦାଲତ ତାରିଖ ଧାର୍ଯ୍ୟ କରୁଥିଲେ ମଧ୍ୟ ତପସ୍ବିନୀ କୋର୍ଟଙ୍କ ଆଦେଶକୁ ଅବମାନନା କରୁଥିବା ନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଥିଲେ। ଆସନ୍ତା ୧୨ତାରିଖରେ ପରିବାର ଅଦାଲତରେ ଉଭୟ ପକ୍ଷ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଉଭୟଙ୍କ ବିବାଦ ସମାଧାନ କରିବାକୁ ମଧ୍ୟସ୍ଥତା କେନ୍ଦ୍ରରେ ଆଲୋଚନା ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri