Posted inଖେଳ

ପ୍ରଥମ ଭାରତୀୟ ଭାବେ କ୍ଲେକୋର୍ଟରେ ମାଷ୍ଟର୍ସ ୧୦୦୦ ମ୍ୟାଚ୍ ଜିତିଲେ ସୁମିତ ନାଗାଲ

ମଣ୍ଟେ କାର୍ଲୋସ, ୮ା୪: ଭାରତର ଟପ୍‌ ପୁରୁଷ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ଏଟିପି ମାଷ୍ଟର୍ସ ଇଭେଣ୍ଟରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ସୋମବାର ପ୍ରଥମ ରାଉଣ୍ଡରେ ସେ ୩ ସେଟ୍‌ ବିଶିଷ୍ଟ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବିଶ୍ୱର ୩୮ ନମ୍ବର ମାନ୍ୟତାପ୍ରାପ୍ତ ମାଟେଓ ଅର୍ନାଲ୍ଡଙ୍କୁ ୫-୭, ୬-୨, ୬-୪ରେ ହରାଇ ଦେଇଛନ୍ତି। ଭାରତର ଟପ୍‌ ସିଙ୍ଗଲ୍ସ ଖେଳାଳି କ୍ୱାଲିଫାଇଂ ଜରିଆରେ ଏହି ଏଟିପି ମାଷ୍ଟର୍ସ ୧୦୦୦ ଇଭେଣ୍ଟରେ ପ୍ରବେଶ କରିଛନ୍ତି।

ନାଗାଲଙ୍କର ଜଣେ ଟପ୍‌-୫୦ ଖେଳାଳିଙ୍କ ବିପକ୍ଷରେ ଏହା ତୃତୀୟ ବିଜୟ ଏବଂ ଚଳିତ ସିଜନରେ ଏହା ଦ୍ୱିତୀୟ। ଦ୍ୱିତୀୟ ରାଉଣ୍ଡରେ ସେ ବିଶ୍ୱର ୭ ନମ୍ବର ଖେଳାଳି ଡେନ୍‌ମାର୍କର ହୋଲ୍‌ଗର ରୁନ୍‌ଙ୍କୁ ଭେଟିବେ। ୨୦୨୪ ସିଜନ ଆରମ୍ଭରେ ମେଲବୋର୍ନଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆନ ଓପନରେ ଏହି ୨୬ ବର୍ଷୀୟ ଖେଳାଳି ସେତେବେଳେ ବିଶ୍ୱର ୨୭ ନମ୍ବର ଆଲେକ୍‌ଜାଣ୍ଡର ବବ୍‌ଲିକଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଥିଲେ।

ଏହି କ୍ଲେକୋର୍ଟ ଇଭେଣ୍ଟରେ ସୋମବାରର ବିଜୟ ଦ୍ୱାରା ଆସନ୍ତା ର଼୍ୟାଙ୍କିଙ୍ଗ ତାଲିକାରେ ସେ କ୍ୟାରିୟର ଶ୍ରେଷ୍ଠ ୮୦ତମ ସ୍ଥାନ ଅଧିକାର କରିବେ। ବିଶ୍ୱର ୯୫ ର଼୍ୟାଙ୍କିଙ୍ଗପ୍ରାପ୍ତ ନାଗାଲ ଚଳିତବର୍ଷ ମାର୍ଚ୍ଚ ମାସରେ ଇଣ୍ଡିଆନ ଓ୍ବେଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ପ୍ରଥମ ରାଉଣ୍ଡରେ ସେ କାନାଡ଼ାର ମିଲୋସ ରାଓନିକ୍‌ଙ୍କଠାରୁ ହାରିଯାଇଥିଲେ। ସେ ଆହୁରି ମଧ୍ୟ ମାୟାମି ମାଷ୍ଟର୍ସ କ୍ୱାଲିଫାୟର୍ସରେ ଭାଗ ନେଇଥିଲେ। କିନ୍ତୁ ସେ ମୁଖ୍ୟ ଡ୍ର’କୁ ଉନ୍ନୀତ ହୋଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri