Posted inଖେଳ

ଆର୍ଥିକ ସଙ୍କଟରେ ଦେଶର ନମ୍ବର-୧ ଟେନିସ ଖେଳାଳି: କହିଲେ, ମୋ ଆକାଉଣ୍ଟରେ ଏବେ ମାତ୍ର ୮୦ ହଜାର ଟଙ୍କା ଅଛି

ନୂଆଦିଲ୍ଲୀ,୨୧।୯: ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛନ୍ତି। ଏକଥା ନିଜେ ପ୍ରକାଶ କରିଛନ୍ତି। ଦେଶର ନମ୍ବର-୧ ଟେନିସ ଖେଳାଳି ସୁମିତ ଏଟିପି ଟୁର୍‌ ଖେଳିବା ପାଇଁ ୧ କୋଟି ଟଙ୍କା ବ୍ୟବସ୍ଥା କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୮୦,୦୦୦ ଟଙ୍କା ବାକି ଅଛି। ସୁମିତଙ୍କୁ ତାଙ୍କ ବନ୍ଧୁ ସୋମଦେ ବର୍ମନ ଏବଂ ଖ୍ରୀଷ୍ଟୋଫର୍‌ ମାର୍କିସ ଚଳିତ ବର୍ଷ ପ୍ରାରମ୍ଭରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ, କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାପ୍ତ ନୁହେଁ।
ସୁମିତ ନାଗଲ ଗତ କିଛି ବର୍ଷ ଧରି ଜର୍ମାନୀର ନାନସେଲ ଟେନିସ ଏକାଡେମୀରେ ଟେନିସ ଅଭ୍ୟାସ କରୁଥିଲେ। ଆର୍ଥିକ ପ୍ରତିବନ୍ଧକ ହେତୁ ସେ ଆଉ ଏଠାରେ ଅଭ୍ୟାସ କରିବାକୁ ସକ୍ଷମ ନୁହଁନ୍ତି। ୨୦ ସେପ୍ଟେମ୍ବରରେ ଗଣମାଧ୍ୟମ ଆଗରେ ସୁମିତ ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିଲେ।
ସୁମିତ କହିଛନ୍ତି ଯେ, ବର୍ତ୍ତମାନ ମୋ ବ୍ୟାଙ୍କ ଆକାଉଣ୍ଟରେ ୮୦ ହଜାର ଟଙ୍କା ଅଛି। ମୋର କୌଣସି ବଡ଼ ପ୍ରାୟୋଜକ ନାହିଁ। ମୁଁ ଆଇଓସିଏଲ୍‌ରୁ ମାସିକ ଦରମା ପାଇଥାଏ, କିନ୍ତୁ ମୋର କୌଣସି ପ୍ରମୁଖ ଅର୍ଥ ଉତ୍ସ ନାହିଁ।
୨୦୨୩ରେ ସୁମିତ ନାଗଲ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଟେନିସ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ୬୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଏହି ଅବଧି ମଧ୍ୟରେ ସେ ୟୁଏସ ଓପନରେ ସବୁଠାରୁ ବଡ ପୁରସ୍କାର ରାଶି ପାଇଥିଲେ। ଏଠାରେ ସେ ପ୍ରଥମ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟରୁ ବାଦ ବଡିଥିଲେ। ଏଥିରେ ନାଗଲଙ୍କୁ ପୁରସ୍କାର ରାଶି ଭାବରେ ପ୍ରାୟ ୧୮ ଲକ୍ଷ ଟଙ୍କା ମିଳିଥିଲା। ତାଙ୍କର ରୋଜଗାର ଏବଂ ଖର୍ଚ୍ଚ ବିଷୟରେ ନାଗଲ କହିଛନ୍ତି ଯେ ମୁଁ ଯାହା ରୋଜଗାର କରୁଛି, ମୁଁ ଏହାକୁ ଖର୍ଚ୍ଚ କରୁଛି। ମୋର ବାର୍ଷିକ ଖର୍ଚ୍ଚ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ। ଗତ କିଛି ବର୍ଷ ମଧ୍ୟରେ ମୁଁ ଦେଶର ଏକ ନମ୍ବର ଟେନିସ ଖେଳାଳି ଥିଲି କିନ୍ତୁ ଏହା ସତ୍ତ୍ୱେ ମୁଁ ସେହି ସ୍ତରର ସମର୍ଥନ ପାଇପାରୁ ନାହିଁ। ମୁଁ ଭାବୁଛି ଆଘାତ ହେତୁ ଯେତେବେଳେ ମୋର ର଼୍ୟାଙ୍କିଙ୍ଗ ଖସିଗଲା, ମୋତେ ସାହାଯ୍ୟ କରିବାକୁ କେହି ଉପଯୁକ୍ତ ମନେ କଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri