୫୦ ପରିବାରକୁ କର୍ମ ସଂସ୍ଥାନ ଯୋଗାଇଛନ୍ତି ସୁମନ୍ତ

ରାଜକନିକା, ୩୧ା୧(ଡି.ଏନ.ଏ.): ଉଦ୍ୟମ ଥିଲେ ସଫଳତା ମିଳେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ନମତରା ପଞ୍ଚାୟତର ସୁମନ୍ତ ଦାସ। ଏବେ ସେ ଜଣେ ସଫଳ ଉଦ୍ୟୋଗପତି। ତାଙ୍କ ଚେଷ୍ଟାରେ ବହୁ ପରିବାର ବିଭିନ୍ନ କ୍ଷେତ୍ରରେ କର୍ମ ସଂସ୍ଥାନ ପାଇଛନ୍ତି।
ଦିନ ଥିଲା ସୁମନ୍ତଙ୍କ ପରିବାରର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଥିଲା ଯେ ବହୁ କଷ୍ଟରେ ମାଟ୍ରିକ ପାସ୍‌ କରିଥିଲେ। ପରେ ସେ ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଯୁକ୍ତ ୨ ଶ୍ରେଣୀରେ ନାମ ଲେଖାଇଥିଲେ। ପରେ ଉଚ୍ଚତର ଶିକ୍ଷା ପାଇଁ ସେ କୋଲକାତାରେ ବାଣିଜ୍ୟ ବିଭାଗରେ ଯୁକ୍ତ ୩ ଶ୍ରେଣୀରେ ଅଧ୍ୟୟନ କରିଥିଲେ। ହେଲେ ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ପାଠପଢାରେ ଡୋରି ବନ୍ଧା ହେଲା। ପୁଅ ଚାକିରି କରି ଦି ପଇସା ରୋଜଗାର କରୁ ବୋଲି ତାଙ୍କ ବାପା ଆଶାବାନ୍ଧି ଥିଲେ। ହେଲେ ପରିବାରର ଆର୍ଥିକ ଅନଟନ ଏଥିରେ ପ୍ରତିବନ୍ଧକ ସାଜିଥିଲା। ଶେଷରେ କିଛି ଟଙ୍କା କରଜ ନେଇ ସେ ମୁମ୍ବାଇ ଚାଲି ଯାଇଥିଲେ। ନିଜର ଗୁଜୁରାଣ ମେଣ୍ଟାଇବାକୁ ଗୋଟିଏ ହୋଟେଲରେ ଚାକିରି କଲେ। ସେଠାରେ ତାଙ୍କ ମନ ମାନିଲା ନାହିଁ। କିଛି ଟଙ୍କା ସଞ୍ଚୟ କରି ସେ ଅଧିକ ରୋଜଗାର ଆଶାରେ ଆଫ୍ରିକା ଚାଲି ଯାଇଥିଲେ। ନିଜକୁ ଆତ୍ମ ନିର୍ଭରଶୀଳ କିପରି କରାଯାଇ ପାରିବ ସେଠାକାର ଲୋକଙ୍କଠାରୁ ଶିକ୍ଷାଲାଭ କରିଥିଲେ। ଭଲ ରୋଜଗାର କରିବା ପରେ ସେ ଆଫ୍ରିକାରେ ଏକ ହୋଟେଲ ନିର୍ମାଣ କରି ପାରିଥିଲେ। ଏବେ ସେ ନିଜ ଜନ୍ମମାଟିକୁ ଫେରି ଆସିଛନ୍ତି। ସେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ହାଟସାହି ଚାଷୀମାନଙ୍କଠାରୁ ପ୍ରାୟ ୯୦ ଏକର ଚାଷଜମି ଲିଜ୍‌ ନେଇ ୫୦ରୁ ଅଧିକ ଗରିବ ପରିବାରକୁ ଚଳାଉଛନ୍ତି। ସଫଳ ଉଦ୍ୟୋଗୀ ଭାବେ ସେ ରାଜକନିକା, ଆଳି ଓ ବିଞ୍ଝାରପୁର ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କୃଷି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବାକୁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ନିଜ ପୁଅକୁ ସେ ଗୋରୁ ଫାର୍ମ ହାଉସ୍‌ରେ ନିଯୁକ୍ତି ଦେଇଛନ୍ତି। ସେ ଭାରତୀୟ ଗୋବଂଶର ସୁରକ୍ଷା ପାଇଁ ହରିଆନାରୁ ଷଣ୍ଢ ଆଣି ବ୍ରିଡିଂ ମାଧ୍ୟମରେ ଭଲ ବାଛୁରୀ କିପରି ଜନ୍ମନେବ ସେ ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଗୋରୁ ମୂତ୍ର ସହିତ ବିଭିନ୍ନ ସାମଗ୍ରୀ ମିଶାଇ ସାର ପ୍ରସ୍ତୁତ କରି ଜମିରେ ପକାଇ ବିଭିନ୍ନ ପନିପରିବା ଉତ୍ପାଦନ କରୁଛନ୍ତି। ଗାଈ ଚାଷ କରି କ୍ଷୀରକୁ ବାହାରକୁ ପଠାଉଛନ୍ତି। ସେହିପରି ପୋଖରୀ ଖୋଳି ମାଛ ଯାଆଁଳ ଉପତ୍ାଦନ କରୁଛନ୍ତି। ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ୧ ହଜାର ୟୁକାଲିପଟାସ, ଶାଳ, ପିଆଶାଳ ଗଛ ଲଗାଇ ସବୁଜ ବନାନୀ ସୃଷ୍ଟି କରିଛନ୍ତି। ପଶ୍ଚିମକନିକା ଅଞ୍ଚଳରେ ସେ ୧୨ଟି ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି। ଫାର୍ମ ହାଉସକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଆସି ମାଗଣାରେ ପ୍ରଶିକ୍ଷଣ ଦେଉଥିବା ସୁମନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri