ସୁଲୋଚନା କହୁକହୁ କହିଦେଲେ, ଅସଲଲୋକ ମାଷ୍ଟର ମାଇଣ୍ଡ କିଏ…

ଭୁବନେଶ୍ୱର,୨।୭: BMC ହିଂସା ଘଟଣାରେ ମୁହଁ ଖୋଲିଲେ ମେୟର ସୁଲୋଚନା ଦାସ। ସେ କହିଛନ୍ତି,ଏଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ।ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ।ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ।କିନ୍ତୁ OAS ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି।BMCରେ ମଧ୍ୟ ସମସ୍ତେ ଛୁଟିରେ ରହିଛନ୍ତି।ମୟର ଭାବେ ମୁଁ ସମର୍ଥନ କରୁଛି ଓ ସେମାନଙ୍କ ସହ ରହିଛି।ମୁଖ୍ୟ ଅଭିଯୁକ୍ତ ନ ଧରା ହେବା ଯାଏଁ କାମରେ ଯୋଗ ଦେବୁ ନାହିଁ।କମିଶନର ନିଜେ କହିଛନ୍ତି ଆଇନର ଊଦ୍ଧର୍‌ବରେ କେହି ନୁହଁନ୍ତି।

 

ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିରେ ଜଗନ୍ନାଥ ପ୍ରଧାନ। କହୁକହୁ କହିଦେଲେ  ସବୁ ସତ କଥା।  ମୋତେ BMC ଅତିରିକ୍ତ କମିଶନର ରତ୍ନାକର ଖରାପ ବ୍ୟବହାର କରିଥିଲେ ବୋଲି ଜଗନ୍ନାଥ କହିଛନ୍ତି। ଜଣେ ସ୍ବଚ୍ଛ ସାଥୀ ଭଉଣୀଙ୍କୁ ଦୁର୍ବ୍ୟବହାର ନେଇ ଫୋନ କରିଥିଲି। ମୋତେ ତମେ କିଏ, କାହିଁକି ପଚାରୁଛ କହି ବ୍ୟବହାର ଖରାପ କରିଥିଲେ। ସେଥିପାଇଁ ସୋସିଆଲ ମିଡିଆରେ ଗୋଟିଏ ହାତରେ ତାଳି ବାଜେନି ଲେଖିଥିଲି। ୩୪ ନଂ ୱାର୍ଡ ସ୍ବଚ୍ଛ ସାଥୀ ଭଉଣୀଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ। କାହିଁକି ଭାଜପା ରାଲିକୁ ଯାଉଛ କହି ତାଗିଦ ମଧ୍ୟ କରିଥିଲେ। ସ୍ବଚ୍ଛ ସାଥୀ ଭଉଣୀ ଜଣଙ୍କ ଖାରବେଳନଗର ଥାନାରେ ଏତଲା ମଧ୍ୟ କରିଛନ୍ତି।

ଘଟଣାକୁ ନେଇ ଜଗନ୍ନାଥ ସୋମବାର ପ୍ରତିକ୍ରିୟା ରଖିଥିଲେ। ଏହି ଘଟଣା ନିନ୍ଦନୀୟ ବୋଲି କହି ସେ ଏହାକୁ ଢାଙ୍କିବାକୁ କେହି ଚେଷ୍ଟା କରିବେ ନାହିଁ ବୋଲି ଦାବି କରିଛନ୍ତି। ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଯୁବକମାନେ ରତ୍ନାକର ସାହୁଙ୍କୁ ‘ଜଗା ଭାଇଙ୍କ ସହ କଥା ହୋଇଛି କି?’ ବୋଲି ପଚାରି ଆକ୍ରମଣ କରିଥିଲେ। ଏହି ଅଭିଯୁକ୍ତମାନେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରଧାନ କହିଛନ୍ତି, ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ଚିହ୍ନେ। ମୁଁ ସେମାନଙ୍କ ସହ କଥା ହୋଇଛି। ଏହା ଏକ ନିନ୍ଦନୀୟ ଘଟଣା।

ଅଭିଯୁକ୍ତମାନଙ୍କୁ ‘ତାଙ୍କ ପିଲା’ ବୋଲି ପଚରା ଯିବାରୁ ପ୍ରଧାନ କହିଛନ୍ତି, ଭାଜପା ସରକାର ଜନତାର ସରକାର। ଅତିରିକ୍ତ କମିଶନର ମଧ୍ୟ ଆମର। କାହାକୁ ‘ମୋ ପିଲା’ କୁହାଯିବ ନାହିଁ, ସେମାନଙ୍କୁ ଦୋଷୀ ମାନିବାକୁ ପଡ଼ିବ। ସେ ଆହୁରି କହିଛନ୍ତି, ଭାଜପା ଆମର ପରିବାର, ଏହା ଜନତାର ସରକାର। ମୁଁ ପୁଲିସ ସହ କଥା ହୋଇଛି, ସେମାନେ କାର୍ଯ୍ୟାନୁଷ୍ଠାନ ନେବେ।

ଘଟଣାର କାରଣ ସମ୍ପର୍କରେ ପଚରାଯିବାରୁ ପ୍ରଧାନ କହିଛନ୍ତି, ଏହା ଖା ଭୁଞ୍ଜ ଗିଳି କୁ ନେଇ ଏମିତି ଘଟିଛି ବୋଲି ଜଗନ୍ନାଥ କହିଛନ୍ତି। ଏହା ପୁନରାବୃତ୍ତି ନହେବ ବୋଲି ପଚରାଯିବାରୁ ସେ କହିଛନ୍ତି, ଭବିଷ୍ୟତରେ କ’ଣ ହେବ ତାହା କହି ହେବ ନାହିଁ। ସବୁକିଛିର ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ। ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ବିଜେଡିର ଇତିହାସ ସମସ୍ତେ ଜାଣନ୍ତି। ସେମାନେ ଏବେ ନୂଆ ମଜାକ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି ।ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri