Categories: ଜାତୀୟ

ସୁକମା ମାଓବାଦୀ ଆକ୍ରମଣ: ଆଇଇଡି ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ

ରାୟପୁର,୨୯ ।୧୧: ଛତିଶଗଡ଼ ସୁକମାରେ ବୁର୍କାପାଲ କ୍ୟାମ୍ପରୁ ପାଖାପାଖି ୬ କିଲୋମିଟର ଦୂରରେ ସର୍ଚ୍ଚ ଅପରେଶନ ପାଇଁ ବାହାରିଥିବା ଯବାନ ମାଓବାଦୀଙ୍କ ଟାର୍ଗେଟ ପାଲଟି ଯାଇଛନ୍ତି । ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫାରଣରେ କୋବରା ବାଟାଲିୟନର ଜଣେ ଆସିଷ୍ଟାଣ୍ଡ କାମାଣ୍ଡାଣ୍ଟ ଶହୀଦ ହୋଇଥିବା ସୂଚନା ମିଳିଛି । ଏଥିରେ ଆହୁରି ୮ ଯବାନ ଆହତ ମଧ୍ୟ ହୋଇଛନ୍ତି । ଏହିଠାରେ ହିଁ ୨୦୧୦ରେ ହୋଇଥିବା ମାଓବାଦୀ ଆକ୍ରମଣରେ ସିଆର୍‌ପିଏଫ୍‌ର ୭୬ ଯବାନ ଶହୀଦ ହୋଇଥିଲେ । ସେତେବେଳେ ପ୍ରାୟ ୧ହଜାର ମାଓବାଦୀଙ୍କ ମଧ୍ୟରେ ଦେଢଶହ ଯବାନ ଫସି ଯାଇଥିଲେ । ବସ୍ତରରେ ଏପର୍ଯ୍ୟନ୍ତ ହୋଇଥିବା ମାଓବାଦୀ ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ବଡ । ତେବେ ଶନିବାର ରାତିରେ ସର୍ଚ୍ଚ ଅପରେଶନ ସାରି ଫେରୁଥିବା ଯବାନ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ ଆସି ଯିବାରୁ ଏହା ବିସ୍ଫୋରଣ ହୋଇଥିଲା । ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share