Categories: ଖେଳ

ସୁଖରାମ ଅଧିନାୟକ

ଭୁବନେଶ୍ୱର, ୫।୧୨ (ତପନ ସ୍ବାଇଁ):ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ନଗେଶ ଟ୍ରଫି ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ସୁଖରାମ ମାଝି ଅଧିନାୟକ ଓ ଲିଙ୍ଗରାଜ ରାଉତରା ଉପ-ଅଧିନାୟକ ମନୋନୀତ ହୋଇଛନ୍ତି। ରାମଦାସ ମୁର୍ମୁ ପ୍ରଥମଥର ପାଇଁ ରାଜ୍ୟ ଦଳରେ ସାମିଲ ହୋଇଛନ୍ତି। ପ୍ରତିଯୋଗିତାରେ ମୋଟ ୨୮ଟି ଦଳ ଅଂଶଗ୍ରହଣ କରିବେ। ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ଏ, ବି, ସି ଓ ଡି’ ଏଲିଟ ଏବଂ ଇ ଓ ଏଫ୍‌’ ପେଟ୍‌ ଗ୍ରୁପ୍‌ରେ ଖେଳିବେ। ଏଲିଟ ଗ୍ରୁପ୍‌ରୁ ୮ ଓପ୍ଲେଟ୍‌ ଗ୍ରୁପ୍‌ରୁ ୨ଟି ଦଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ। ଏଲିଟ ଗ୍ରୁପ୍‌ ‘ସି’ରେ ଓଡ଼ିଶା ସ୍ଥାନ ପାଇଛି। ଏହି ଗ୍ରୁପ୍‌ର ମ୍ୟାଚଗୁଡ଼ିକ କେରଳର କୋଚିଂରେ ଚଳିତ ମାସ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳିବ। ଗ୍ରୁପ୍‌ ପର୍ଯ୍ୟାୟରେ ଓଡ଼ିଶା ୧୮ରେ ଝାଡ଼ଖଣ୍ଡ, ୧୯ରେ କେରଳ, ୨୦ରେ ବିହାର ଓ ୨୨ରେ ଉତ୍ତର ପ୍ରଦେଶକୁ ଭେଟିବ। ସୁପର ଏଇଟ୍‌, ସେମିଫାଇନାଲ ଓ ଫାଇନାଲ ଜାନୁୟାରୀ ଶେଷ ସପ୍ତାହରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଓଡ଼ିଶା ଦୃଷ୍ଟିବାଧିତ ଦଳ ପ୍ରଥମଥର ପାଇଁ ବିମାନ ଯୋଗେ କେରଳ ଯାଇ ଟୁର୍ନାମେଣ୍ଟ ଖେଳିବ। ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ରାଜ୍ୟ କ୍ରୀଡ଼ା ବିଭାଗକୁ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘର ସାଧାରଣ ସମ୍ପାଦକ ସନ୍ନ୍ୟାସ କୁମାର ବେହେରା ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶା ଦଳ
ମହମ୍ମଦ ଜାଫର ଇକବାଲ, କାଳିଆ ପ୍ରଧାନ, ହିକିମ ମୁର୍ମୁ, ଅନିଲ ମଲିକ, ଦେବରାଜ ବେହେରା, ଅଞ୍ଜନ ସିଂ, ରାମଦାସ ମୁର୍ମୁ, ପଙ୍କଜ ଭୁଏ, ଲାଲପ୍ରସାଦ ସୋରେନ, ଅର୍ଜୁନ ଭତ୍ରା, ସୁଖରାମ ମାଝି (ଅଧିନାୟକ), ଲିଙ୍ଗରାଜ ରାଉତରା (ଉପ-ଅଧିନାୟକ), ଧନପତି ଗୌଡ଼ା (ଉଇକେଟ କିପର), ସୁକଦେବ ସୋରେନ। କୋଚ୍‌: ଚନ୍ଦ୍ରଶେଖର ପଟ୍ଟନାୟକ, ମ୍ୟାନେଜର: ସୁରେଶ ବେହେରା।

Share