ସୁଖୀ ସହ ସଚ୍ଚୀ ସହେଲୀର ସହଭାଗିତା

ଭୁବନେଶ୍ୱର, ୨୩।୯: ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ସଚ୍ଚୀ ସହେଲୀ ଏବଂ ବଲିଉଡ୍‌ ଫିଲ୍ମ ସଖୀ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଉକ୍ତ ବୁଝାମଣା ଅନୁସାରେ ଉଭୟେ ଉଭୟଙ୍କର ପ୍ରଚାର ପ୍ରସାର କରିବେ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ, ସୋନାଲ ଜୋଷୀ ନିର୍ଦ୍ଦେଶିତ ‘ସଖୀ’ ଏକ ଇମୋସନଲା ଡ୍ରାମା ଫିଲ୍ମ ହୋଇଥିବାବେଳେ ସେଥିରେ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଶିଳ୍ପ ସେଟ୍ଟୀ, ଅମିତ ସୁଧା, କୁଶ କପିଲ, ଦିଲ୍‌ନାଜ୍‌ ଇରାନୀ, ପ୍ରବୀଣ ଗୁଜରାଲ ଏବଂ ଚୈତନ୍ୟ ଚୌଧୁରୀଙ୍କ ଭଳି କଳାକାର ସେମାନଙ୍କର ନିଖୁଣ କଳା ପ୍ରଦର୍ଶନ କରିଛନ୍ତି। ଏପରିକି ଶିଳ୍ପ ସେଟ୍ଟୀ (ସୁଖପ୍ରୀତ କାର୍ଲା) ଗୃହିଣୀ ଭୂମିକାରେ ବଳିଷ୍ଠ ଅଭିନୟ କରିଛନ୍ତି। ଏ ସମ୍ପର୍କରେ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା ଏମ୍‌ଡି ଡା. ସଞ୍ଜୀବ ଜୁନେଜା କହିଛନ୍ତି, ସଖୀ ସହିତ ସଚ୍ଚୀ ସହେଲୀର ପାର୍ଟନର (ବୁଝାମଣା) ହୋଇଥିବାରୁ ଆମେ ବେଶ୍‌ ଉତ୍ସାହିତ ଆନନ୍ଦିତ । କାରଣ ଉକ୍ତ ଫିଲ୍ମ ବେଶ୍‌ ପ୍ରଭାବଶାଳୀ ଓ ନାରୀ କେନ୍ଦ୍ରିକ ହୋଇଥିବାରୁ ସଚ୍ଚୀ ସହେଲୀ ଫିଲ୍ମ ସହ ଜଡିତ ହୋଇଛି। ବିଶେଷ କରି ଉକ୍ତ ଚଳଚ୍ଚିତ୍ରରେ ଗୃହିଣୀ ଜଣକ କିଭଳି ପରିବାର ପାଇଁ ଶତପ୍ରତିଶତ ତ୍ୟାଗ କରୁଛି ଏବଂ ସବୁ ପରେ ମଧ୍ୟ ଗୃହିଣୀ ଜଣକ ପରିବାର ସମସ୍ତ ସମସ୍ୟାର ସମାଧାନ କରୁଛି ବୋଲି ଜୁନେଜା ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୬୭ ଦୁର୍ଲଭ ପ୍ରାକୃତିକ ଜଡିବୁଟିରେ ପ୍ରସ୍ତୁତ ସଚ୍ଚୀ ସହେଲୀ ଆୟୁର୍ବେଦିକ ଟନିକ ମହିଳାଙ୍କ ପାଇଁ ବିଶେଷ ଲାଭକାରୀ ହୋଇପାରିଛି। ଏପରିକି ସଚ୍ଚୀ ସହେଲୀର ମାନ ଓ ଗୁଣାତ୍ମକତା ଯୋଗୁ ତାହା ବେଶ୍‌ ଜଣାଶୁଣା ଓ ଲୋକପ୍ରିୟ ହୋଇପାରିଛି। ବିଶେଷକରି ଉକ୍ତ ଟନିକ ମହିଳାଙ୍କର ରୋଗ ନିୟନ୍ତ୍ରଣ ସହ ରୂପ ଓ ସୌନ୍ଦର୍ଯ୍ୟରେ ମଧ୍ୟ ବେଶ୍‌ ପ୍ରଭାବୀ କାର୍ଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri