ଜ୍ୟାକଲିନଙ୍କୁ ଧମକ ଦେଲେ ସୁକେଶ

ନୂଆଦିଲ୍ଲୀ,୨୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ବିରୋଧରେ କିଛି ଅଣଦେଖା ପ୍ରମାଣକୁ ପ୍ରକାଶ କରିବାକୁ ଧମକ ଦେଇଛନ୍ତି। ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ଯେ ସୁକେଶଙ୍କୁ ତାଙ୍କ ବିରୋଧରେ ସୂଚନା ଦେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ବାତିଲ କରିବାକୁ ସେ ଅନୁରୋଧ କରିଥିଲେ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସୁକେଶ ଜ୍ୟାକଲିନଙ୍କ ନାମ ନ ନେଇ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ ସେ ଜଣେ ବ୍ୟକ୍ତିଙ୍କୁ ଖାଲାସା କରିବାକୁ ଯାଉଛନ୍ତି। ଏଥିପାଇଁ ସେ ସେହି ବ୍ୟକ୍ତିଙ୍କ ଚାଟ, ସ୍କ୍ରିନସଟ ଏବଂ ରେକର୍ଡିଂ ସାମ୍ନାକୁ ଆଣିବେ। ରିପୋର୍ଟ ଅନୁଯାୟୀ, ସୁକେଶ ଦାବି କରିଛନ୍ତି କି, ଏହି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରିଚ୍‌ ବଢଇବା ପାଇଁ ସେ ଅର୍ଥ ପ୍ରଦାନ କରିଛନ୍ତି ।

୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ସୁକେଶ ଚିଠିରେ ଲେଖିଛନ୍ତି, ‘ଦୁନିଆ ସତ୍ୟ ଜାଣିବା ଆବଶ୍ୟକ। ତେବେ ଜ୍ୟାକଲିନ ସୁକେଶଙ୍କ ଚିଠି ସମ୍ପର୍କରେ ବୁଧବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚିଥିଲେ। ସେ ଚନ୍ଦ୍ରଶେଖରଙ୍କୁ ତାଙ୍କ ବିଷୟରେ ଆଉ କୌଣସି ଚିଠି, ବିବୃତ୍ତି କିମ୍ବା ବାର୍ତ୍ତା ପ୍ରଦାନ ନ କରିବାକୁ ସେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କୁ ନିର୍ଦ୍ଦେଶ ମାଗିଥିଲେ।

Share