ଜେଲରୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର, ଜ୍ୟାକଲିନଙ୍କ ସମ୍ପର୍କରେ ଖୋଲିଲା ରାଜ

ନୂଆଦିଲ୍ଲୀ,୨୩ ।୧୦: ଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏବେ ଦିଲ୍ଲୀର ମଣ୍ଡୋଲି ଜେଲରେ ବନ୍ଦ ରହିଛନ୍ତି । ସୁକେଶଙ୍କ ସହ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ପର୍ନାଡିଜ ବି ଏହି ଅଭିଯୋଗରେ ଫସି ଯାଇଛନ୍ତି । ସୁକେଶ ଏବେ ଜେଲରେ ଥାଇ ତାଙ୍କ ଓକିଲଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ସେ ଜ୍ୟାକଲିନଙ୍କ ସମ୍ପର୍କରେ ଅନେକ ରାଜ ଖୋଲିଛନ୍ତି ।
ସୁକେଶ ତାଙ୍କ ଚିଠିରେ ଲେଖିଛନ୍ତି ୨୦୦ କୋଟି ଘୋଟାଲା ମାମଲାରେ ଜ୍ୟାକଳିନଙ୍କର କୌଣସି ଭୂମିକା ନାହିଁ । ସେ ତାଙ୍କୁ ଯେତେସବୁ ଦମୀ ଉପହାର ଦେଇଛନ୍ତି ସେସବୁ ସେ ଜ୍ୟାକଲିନଙ୍କ ସହ ଥିବା ରିଲେସନଶିପ ଆଧାରରେ ଦେଇଛନ୍ତି । ସୁକଶେ ଦାବି କରିଛନ୍ତି ରାନବାକ୍ସି କମ୍ପାନୀର ପୂର୍ବତନ ମାଲିକଙ୍କୁ ମୁକୁଳାଇବାକୁ ତାଙ୍କୁ ୨୦୦ କୋଟି ଟଙ୍କା ଦିଆଯାଇଥିଲା । ତେଣୁ ଏଥିରେ ଜ୍ୟାକଲଇନଙ୍କର କିଛି ଦୋଷ ନାହିଁ ସେ ନିର୍ଦ୍ଦୋଷ ।
ସୁକେଶ ଆହୁରି ମଧ୍ୟ ଲେଖିଛନ୍ତି ଜ୍ୟାକଲିନ ନିର୍ଦ୍ଦୋଷ । ସେ କେବଳ ମୋଠାରୁ ଭଲପାଇବା ଚାହୁଁଥିଲେ ଓ ମୁଁ ସବୁବେଳେ ତାଙ୍କ ପାଖରେ ଠିଆ ହେବାକୁ ସେ ଇଚ୍ଛା ରଖିଥିଲେ । ମୁଁ ଜ୍ୟାକଲିନଙ୍କୁ ଓ ତାଙ୍କ ପରିବାରକୁ ଯେଉଁସବୁ ଉପହାର ଦେଇଛି ସେସବୁ ଟଙ୍କା ମୋର ନିଜ ଅର୍ଜିତ ଟଙ୍କା । ଖୁବଶୀଘ୍ର ଏହା ଟ୍ରାଏଲ କୋର୍ଟରେ ପ୍ରମାଣିତ ହୋଇଯିବ ।

Share