ଲଣ୍ଡନରେ ପ୍ରଦର୍ଶନ ହେବ ସୁଜିତ ମେହେରଙ୍କ ହାବସପୁରୀ ପାଟ

ଭବାନୀପାଟଣା,୧୮ା୭(ଉତ୍ତମ କୁମାର ଦାଶ): ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାଶନ ଶୋ ‘ଲଣ୍ଡନ ଫ୍ୟାଶନ ୱିକ୍‌’ ପାଇଁ ଡିଜାଇନ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶର ବଡ଼ ବଡ଼ ଡିଜାଇନରଙ୍କ ପ୍ରସ୍ତୁତ ଡିଜାଇନ ସାମିଲ ହେବ। ସେଥିମଧ୍ୟରୁ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର୍‌ ସୁଜିତ ମେହେରଙ୍କ ହାବସପୁରୀ ପାଟ ଶାଢିକୁ ପ୍ରଦର୍ଶନ ପାଇଁ ଚୟନ କରାଯାଇଛି। ଆସନ୍ତା ନଭେମ୍ବର ୨୧ ଓ ୨୨ରେ ନୋଭୋଟେଲ ଲଣ୍ଡନ ହାମର୍ସ୍ମିଥଠାରେ ଏହି ଫ୍ୟାଶନ ୱିକ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତ ପକ୍ଷରୁ ସୁଜିତ ପ୍ରତିନିଧିତ୍ୱ କରି ଓଡ଼ିଶାର ପ୍ରଥମ ହସ୍ତତନ୍ତ ଭାବରେ ନିଜର ସ୍ପେଶାଲ କଲେକ୍ସନ ହାବସପୁରୀ ଶାଢ଼ି ପ୍ରଦର୍ଶନ କରିବେ।
ସୁଜିତ ପାରମ୍ପରିକ ଭାରତୀୟ ହସ୍ତତନ୍ତକୁ ଆଧୁନିକ ବିଳାସପୂର୍ଣ୍ଣ ଫ୍ୟାଶନରେ ରୂପାନ୍ତରିତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ଲାଭ କରିଛନ୍ତି। ସେ ନିଜର ଲେବଲ ‘ତିଳୋତ୍ତମା’ ମାଧ୍ୟମରେ ସମ୍ବଲପୁରୀ ଏବଂ ହାବସପୁରୀ ବସ୍ତ୍ରର ପୁନରୁଦ୍ଧାର ପାଇଁ କାର୍ଯ୍ୟ କରିବା ସହ ଶତାଧିକ କାରିଗର ଓ ବୁଣାକାରଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ଲଣ୍ଡନ ଫ୍ୟାଶନ ୱିକ୍‌ ଭାରତୀୟ ଡିଜାଇନର ଶ୍ରେଷ୍ଠତାକୁ ଉତ୍ସବ ଭାବେ ପାଳନ କରୁଥିବା ଏକ ପ୍ରମୁଖ ଅନ୍ତର୍ଜାତୀୟ ପ୍ଲାଟଫର୍ମ ଭାବେ ନିଜର ସୁନାମ ଅର୍ଜନ କରିଛି। ଏହା ବିଶ୍ୱସ୍ତରୀୟ କ୍ରେତା, ଗଣମାଧ୍ୟମ, ସେଲିବ୍ରିଟି ଏବଂ ଫ୍ୟାଶନ ପ୍ରେମୀମାନଙ୍କୁ ଏକାଠି କରିବା ସହ ଭାରତର ଫ୍ୟାଶନ ଶିଳ୍ପର ସୃଜନଶୀଳତା, କାରିଗରି ଏବଂ ସାଂସ୍କୃତିକ ସମୃଦ୍ଧତାକୁ ପ୍ରଦର୍ଶନ କରିଥାଏ। ଡିଜାଇନର ସୁଜିତଙ୍କୁ ପଚାରିବାରୁ ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାଶନ ଶୋ ‘ଲଣ୍ଡନ ଫ୍ୟାଶନ ୱିକ’ରେ ଓଡ଼ିଶାରୁ ପ୍ରଥମ ହସ୍ତତନ୍ତ ଭାବରେ ହାବସପୁରୀ ପାଟ ଶାଢି ପ୍ରଦର୍ଶିତ ହେବ। ଏହା ଜିଲା ତଥା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀର ପରକୀୟା ପ୍ରୀତି ଉପରେ ନଜର ରଖିବା ପଡ଼ିଲା ମହଙ୍ଗା: ଟୁଥବ୍ରଶ୍‌ରୁ ସନ୍ଦେହ କରି ଫସିଲେ ସ୍ୱାମୀ, କୋର୍ଟ କହିଲେ…

ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ସାବଧାନ! UPI ଓ QR କୋଡ୍‌ ବ୍ୟବହାରକାରୀ ତୁରନ୍ତୁ କରନ୍ତୁ ଏହି କାମ, ୧୫ ସେପ୍ଟେମ୍ୱର ଡେଡ୍‌ଲାଇନ

ନୂଆଦିଲ୍ଲୀ,୨।୯: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ (ମର୍ଚାଣ୍ଟ) ଏବଂ QR କୋଡ କିମ୍ୱା UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ପାଇଁ…

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି…

କାଠମାଣ୍ଡୁ,୨।୯:ନେପାଳରେ ଭୟଙ୍କର ବନ୍ୟା ଶହ ଶହ ଲୋକଙ୍କ ଜୀବନକୁ ଭାଙ୍ଗି ଦେଇଛି। ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri