ଫିନାଇଲ ପିଇଲେ ଆବାସିକ ଛାତ୍ରୀ

ଚିତ୍ରକୋଣ୍ଡା,୧୪।୧(ଡି.ଏନ୍‌.ଏ.): ଫିନାଇଲ ପିଇ ଗୁରୁତର ହୋଇଛନ୍ତି ଜଣେ ଆବାସିକ ଛାତ୍ରୀ। ଚିତ୍ରକୋଣ୍ଡା ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୁଜାତା ଖରାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି।

ସୂଚନାନୁଯାୟୀ, ପେଟରେ ଯନ୍ତ୍ରଣା ହେଉଥିବା ଯୋଗୁ ବାପାଙ୍କ ସହ ଘରକୁ ଯିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନୁମତି ମାଗିଥିଲେ ସୁଜାତା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଘରକୁ ଯିବାକୁ ଅନୁମତି ପ୍ରଦାନ କରିଥିଲେ। ହେଲେ କମ ଦିନ ମଧ୍ୟରେ ତାଙ୍କ ବାର୍ଷିକ ପରୀକ୍ଷା ଥିବାରୁ ବିଦ୍ୟାଳୟର ମାଟ୍ରନ ସୁଚିତ୍ରା ଚର୍ଚ୍ଚି ଛାତ୍ରୀଙ୍କୁ ଛାଡ଼ି ନ ଥିଲେ। ଏପରିକି ତାଙ୍କ ବାପାଙ୍କୁ ଦୁର୍ବ୍ୟବହାର ସହ ଜାତିିକୁ ନେଇ ଆକ୍ଷେପ କରିଥିଲେ। ଏହାକୁ ସହ୍ୟ କରି ନ ପାରି ସୁଜାତା ଫିନାଇଲ ପିଇଥିବା ସୁଜାତା ଏବଂ ତାଙ୍କ ବାପା ପ୍ରକାଶ କରିଛନ୍ତି। ଏନେଇ ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ମାଟ୍ରନ ସୋମବାର ରାତିରେ ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲରେ ଆଣି ଚିକିତ୍ସା କରାଇଛନ୍ତି।

ଚିକିତ୍ସା କରୁଥିବା ଚିତ୍ରକୋଣ୍ଡା ମେଡିକାଲର ଡାକ୍ତର ଜ୍ୟୋତି ପ୍ରକାଶଙ୍କ କହିବା ଅନୁସାରେ ରାତି ରେ ଛାତ୍ରୀଙ୍କ ସାସ୍ଥ୍ୟାବସ୍ଥା ଗୁରୁତର ଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି l ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେଇ ଚିକିତ୍ସା କରାଇଥିବାରୁ ସେ ଭଲ ଥିବା ଡାକ୍ତର କରିଛନ୍ତି l