Posted inଫୁରସତ

ସୂର୍ଯ୍ୟଙ୍କ ପୃଷ୍ଠଭୂମିର ଚିତ୍ର ପଠାଇବ ଏସ୍‌ୟୁଆଇଟି

ପୁଣେ: ପୁଣେର ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର୍‌ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ (ଆଇୟୁସିଏଏ) ନିକଟରେ ଏକ ସୂର୍ଯ୍ୟ ମିଶନ ପାଇଁ ଟେଲିସ୍କୋପ ପ୍ରସ୍ତୁତ କରିଛି। ସୋଲାର ଅଲ୍ଟାଭାଉଲେଟ୍‌ ଇମେଜିଂ ଟେଲିସ୍କୋପ(ଏସ୍‌ୟୁଆଇଟି) ବର୍ତ୍ତମାନ ଭାରତୀୟ ମହାକାଶ ଅନୁସନ୍ଧାନ ଅନୁଷ୍ଠାନ(ଇସ୍ରୋ) ପକ୍ଷରୁ ଛଡ଼ାଯିବ। ଏହି ଟେଲିସ୍କୋପ ଆଦିତ୍ୟ-ଏଲ୍‌୧ ମିଶନ ସହିତ ଏକୀଭୂତ ହେବାକୁ ଯାଉଛି, ଯାହା ଚଳିତ ବର୍ଷ ମଧ୍ୟ-ଅଗଷ୍ଟ ସୁଦ୍ଧା ସୂର୍ଯ୍ୟଙ୍କ ନିକଟକୁ ପଠାଯିବ ବୋଲି ଜଣାପଡିଛି। ଆଇୟୁସିଏଏ କର୍ତ୍ତୃପକ୍ଷ ପ୍ରଫେସର ଶ୍ରୀଆନନ୍ଦ କହିଛନ୍ତି, ଆଦିତ୍ୟ-ଏଲ୍‌୧ ମିଶନ ଏହି ସୂର୍ଯ୍ୟ ମିଶନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଉପକରଣ। ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟଙ୍କ ଅଧ୍ୟୟନ କରିବାରେ ଇସ୍ରୋର ପ୍ରଥମ ମହାକାଶ ପରୀକ୍ଷଣକାରୀ ହେବ। ଏହା ପୃଥିବୀଠାରୁ ପାଖାପାଖି ୧.୫ ମିଲିୟନ୍‌ କିଲୋମିଟର ଦୂରରେ ଉଡ଼ିବ। ସୂର୍ଯ୍ୟଙ୍କ ପମୃଷ୍ଠଭୂମି ଏବଂ ସେଠାକାର ବାୟୁମଣ୍ଡଳୀୟ ପାଣିପାଗ ଉପରେ ନିୟମିତ ଚିତ୍ର ପଠାଇବା ଏହି ମିଶନର ଲକ୍ଷ୍ୟ। ବିଦ୍ୟୁତ୍‌ ଚୁମ୍ବକୀୟ ସ୍ପେକ୍ଟ୍ରମ୍‌ ଏବଂ ସୋଲାର ପବନରେ ସୂର୍ଯ୍ୟଙ୍କ ଉପରେ ବିଭିନ୍ନ ଘଟଣା ଅଧ୍ୟୟନ କରିବାରେ ସକ୍ଷମ ଥିବା ଆଦିତ୍ୟ-ଏଲ୍‌୧ ମିଶନର ୭ଟି ଭିନ୍ନ ପେଲୋଡ୍‌ ବହନ କରିବ। ପ୍ରଫେସର ଏନ୍‌ ରାମପ୍ରକାଶ ଏବଂ ପ୍ରଫେସର ଦୁର୍ଗେଶ ତ୍ରିପାଠୀଙ୍କ ନେତୃତ୍ୱରେ ଆଇୟୁସିଏଏରେ ପ୍ରସ୍ତୁତ ଏସ୍‌ୟୁଆଇଟି ନିର୍ମିତ ହୋଇଛି। ଏହି ଦୁଇ ପ୍ରଫେସର କହିଛନ୍ତି, ଆଦିତ୍ୟ-ଏଲ୍‌୧ କଠିନ ଏକ୍ସ-ରେରୁ ଇନ୍‌ଫ୍ରାରେଡ୍‌ ପର୍ଯ୍ୟନ୍ତ ସୋଲାର ବିକିରଣ ସହ ସେଥିରେ ଥିବା କଣିକାର ମାପ କରିବାରେ ସକ୍ଷମ ହେବ। ଏଥିସହ ପବନ ଏବଂ ଏଲ୍‌-୧ ପଏଣ୍ଟରେ ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ମଧ୍ୟ ମାପିବ। ପ୍ରଫେସର ତ୍ରିପାଠୀ କହିଛନ୍ତି, ଏସ୍‌ୟୁଆଇଟି ପ୍ରଥମ ଥର ପାଇଁ ବାୟୁମଣ୍ଡଳରେ ଓଜନ ଓ ଅମ୍ଳଜାନକୁ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ତରଙ୍ଗର ପ୍ରତିଛବିକୁ ମାପ କରିବ। ଏଥିସହ ଚର୍ମ କର୍କଟ ଘଟାଉଥିବା ଅତିବାଇଗଣୀ ରଶ୍ମିକୁ ମଧ୍ୟ ଏସ୍‌ୟୁଆଇଟି ମାପିବ। ଏହି ଉପକରଣ ଛଡ଼ାଯିବା ପରେ ହାଲୋ ଅର୍ବିଟ୍‌ର ଏଲ୍‌-୧ ପଏଣ୍ଟରେ ପହଞ୍ଚିବାକୁ ଏହାକୁ ୧୦୦ ଦିନ ସମୟ ଲାଗିବ। ଏସ୍‌ୟୁଆଇଟିକୁ ପ୍ରସ୍ତୁତ କରିବାକୁ ୧୦ ବର୍ଷ ହେବ ୨୦୦ରୁ ୩୦୦ ବୈଜ୍ଞାନିକ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri