Categories: ଜାତୀୟ

ଜେଲ୍‌ରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଗୁରୁଗ୍ରାମ, ୫ା୧୦: ନିଜ ବୋହୁ ଏବଂ ଜଣେ ଶିଶୁଙ୍କ ସମେତ ଭଡ଼ା ଘରେ ରହୁଥିବା ୩ ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅବସରପ୍ରାପ୍ତ ସେନା ଅଧିକାରୀ ରାଓ ରାଏ ସିଂ(୬୭) ମଙ୍ଗଳବାର ସକାଳେ ଜେଲରେ ଆତ୍ମହତ୍ୟା କରିଛନ୍ତି। ଗତ ୨୫ରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ତାଙ୍କୁ ଗୁରୁଗ୍ରାମର ଭୋନ୍ଦ୍‌ସି ଜେଲରେ ରଖାଯାଇଥିଲା। ସକାଳେ ଦୈନନ୍ଦିନ ଉପସ୍ଥାନବେଳେ ସେ ହାଜର ହୋଇ ନ ଥିବାରୁ ତାଙ୍କୁ ଖୋଜା ଯାଇଥିଲା। ବାଥରୁମ୍‌ରେ ସିଂଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ଭଡ଼ାଟିଆଙ୍କ ସହ ତାଙ୍କ ବୋହୂଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସିଂ ଏହି ଅପରାଧ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Share