ସିଙ୍ଗାପୁର, ୨।୭: ଗତ ୨୨ ବର୍ଷ ତୁଳନାରେ ବର୍ତ୍ତମାନ ସମୟରେ ସିଙ୍ଗାପୁରରେ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୧ ଅପେକ୍ଷା ୨୦୨୨ରେ ଆତ୍ମହତ୍ୟା ଘଟଣାରେ ୨୬% ବୃଦ୍ଧି ଘଟିଛି। ତେବେ ମାନସିକ ଦୁଶ୍ଚିନ୍ତା ଅତ୍ମହତ୍ୟାର ମୁଖ୍ୟ କାରଣ ପାଲଟିଥିବା ସ୍ଥାନୀୟ ଅଣସରକାରୀ ସଙ୍ଗଠନ ପକ୍ଷରୁ କୁହାଯାଇଛି। ସିଙ୍ଗାପୁରରେ ୧୦ରୁ ୨୯ ଏବଂ ୭୦ରୁ୭୦ ବୟସ ବର୍ଗଙ୍କ କ୍ଷେତ୍ରରେ ଆତ୍ମହତ୍ୟା ଘଟଣା ଅଧିକ ଘଟୁଥିବା କୁହାଯାଉଛି। ଗତବର୍ଷ ଦେଶରେ ମୋଟ ୪୭୬ ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୦୦ ମସିହା ପରଠାରୁ ଗତବର୍ଷ ପ୍ରଥମ ଥର ଲାଗି ସର୍ବାଧିକ ଆତ୍ମହତ୍ୟା ଘଟିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ତଥ୍ୟ ଅନୁସାରେ ସାରା ବିଶ୍ୱରେ ୧୫ରୁ ୨୯ ବୟସ ବର୍ଗର ବ୍ୟକ୍ତି ବିଶେଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ସିଙ୍ଗାପୁରରେ ୧୦ ବର୍ଷର ପିଲା ଆତ୍ମହତ୍ୟାକୁ ଆପଣାଇଛନ୍ତି। ଏହାର ମୁଖ୍ୟ କାରଣ ମାନସିକ ଚିନ୍ତା, ସାମାଜିକ ଚାପ ଏବଂ ଅର୍ଥାଭାବ ହୋଇଥିବା ଆତ୍ମହତ୍ୟା ନିରୋଧୀ କେନ୍ଦ୍ର ସମରିଟାନ୍ସ ଅଫ୍ ସିଙ୍ଗାପୁରର ଚିଫ୍- ଏକ୍ଜିକ୍ୟୁଟିଭ୍ ଗାସ୍ପର ଟାନ୍ କହିଛନ୍ତି। ବିଶ୍ୱରେ ବର୍ଷକୁ ୭,୦୦,୦୦୦ ଲୋକ ଆତ୍ମହତ୍ୟାରେ ପ୍ରାଣ ହାରୁଥିବା ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି।
Posted inHome Left, ଅନ୍ତର୍ଜାତୀୟ View All
ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...
ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍ ପରେ କରିବେ ପଶ୍ଚାତାପ
ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...
କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା
ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...
ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ
ପ୍ୟାରିସ୍,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ
ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...
ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି
ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...
ଟାଟା-ଏର୍ନାକୁଲମ୍ ଏକ୍ସପ୍ରେସ୍ରେ ହଠାତ୍ ଲାଗିଲା ନିଆଁ: ଜଳିଗଲା ୨ ବଗି
ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍ର B1 ଏବଂ M2 ବଗିରେ ହଠାତ୍ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...
ହନିମୁନ୍ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍ଭିଙ୍କୁ ବିବାହ କରିଥିଲେ। ଗତ...
Archives


