Posted inଜାତୀୟ

ଆତ୍ମହତ୍ୟା କରିଛନ୍ତି ୭୩୦ ଯବାନ, ୫୫ ହଜାର ଦେଇଛନ୍ତି ଇସ୍ତଫା…ଗୃହ ବିଭାଗ କଲା ସଂଘାତିକ ଖୁଲାସା

ନୂଆଦିଲ୍ଲୀ,୪।୧୨: ଦୀର୍ଘ ସମୟର ଡ୍ୟୁଟି ଏବଂ ନିଦ୍ରା ଅଭାବରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ରେ ନିୟୋଜିତ ସୈନିକମାନେ କେବଳ ଆତ୍ମହତ୍ୟା କରୁନାହାଁନ୍ତି ବରଂ ସେବା ସମାପ୍ତ ହେବା ପୂର୍ବରୁ ମଧ୍ୟ ସ୍ବେଚ୍ଛାକୃତ ଅବସର ଗ୍ରହଣ କରୁଛନ୍ତି। ଗୃହ ମନ୍ତ୍ରଣାଳୟ ଗୁରୁବାର ରାଜ୍ୟସଭାରେ ରଖିଥିବା ତଥ୍ୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ(ସିଏପିଏଫ୍‌),ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି), ଆସାମ ରାଇଫଲ୍ସ(ଏଆର୍‌)ପରି ଅର୍ଦ୍ଧ ସାମରିକ ବଳର ୭୩୦ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି। ୨୦୨୦ରେ ୧୪୪ ଜଣ ଯବାନ ଆତ୍ମହତ୍ୟା କରିଥିବାବେଳେ ୨୦୨୧ରେ ୧୫୭, ୨୦୨୨ରେ ୧୩୮, ୨୦୨୩ରେ ୧୫୭ ଏବଂ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୩୪ ଜଣ ଯବାନ ଆତ୍ମହତ୍ୟା କରିଥିବା ନେଇ ବୁଧବାର ରାଜ୍ୟ ସଭାର ପ୍ରଶ୍ନ କାଳରେ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି।

ସେହିପରି ଏହି ଅବଧି ମଧ୍ୟରେ ୫୫,୫୫୫ ଜଣ ଯବାନ ଇସ୍ତଫା ଦେଇଛନ୍ତି କିମ୍ବା ଇଚ୍ଛାଧୀନ ଭାବେ ଅବସର ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୭,୬୬୪ ଜଣ ଯବାନ ଇସ୍ତଫା ଦେଇଥିବାବେଳେ ୪୭,୮୯୧ ଜଣ ଯବାନ ଇଚ୍ଛାଦୀନ ଅବସର ଗ୍ରହଣ କରିଛନ୍ତି। ତେବେ ଅଧିକାଂଶ ଆତ୍ମହତ୍ୟା ବ୍ୟକ୍ତିଗତ କାରଣ ଯୋଗୁ ହୋଇଥିବା ନିତ୍ୟାନନ୍ଦ କହିଛନ୍ତି। ଖାସ୍‌କରି ସ୍ତ୍ରୀ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ, ଛାଡ଼ପତ୍ର, ଆର୍ଥିକ ସମସ୍ୟା, ପିଲାମାନଙ୍କ ପାଇଁ ପର୍ଯ୍ୟାପ୍ତ ଶିକ୍ଷା ସୁଯୋଗର ଅଭାବ ଆଦି କାରଣ ଯୋଗୁ ଯବାନମାନେ ଆତ୍ମହତ୍ୟା କରୁଛନ୍ତି।

ଅର୍ଦ୍ଧସାମରିକ ବଳର ଯବାନମାନଙ୍କ ଆତ୍ମହତ୍ୟା ବୃଦ୍ଧିର କାରଣକୁ ଅଧ୍ୟୟନ କରୁଥିବା ଟାସ୍କଫୋର୍ସ ନିଜ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରିଛି। ତେବେ ଘରୁ ଛୁଟି ସାରି କାର୍ଯ୍ୟକୁ ଫେରିବା ପରେ ୮୦% ଯବାନ ଆତ୍ମହତ୍ୟା କରିଥିବାଏହି ରିପୋର୍ଟ କହିଛି। ତେବେ ଅର୍ଦ୍ଧସାମରିକ ବଳର ଯବାନମାନଙ୍କ ଆତ୍ମହତ୍ୟା ରୋକିବା ଦିଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ‘୧୦୦ ଦିନ ଛୁଟି’ ନୀତିକୁ କାର୍ଯ୍ୟକାରୀ କରିଛନ୍ତି। ଚଳିତ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ଅର୍ଦ୍ଧ ସାମରିକ ବଳର ୬,୩୦୨ ଜଣ ଯବାନ ଏହି ନୂତନ ଛୁଟି ନୀତି ଅନ୍ତର୍ଗତ ପରିବାର ସହ ୧୦୦ ଦିନ ବିତାଇଥିବା ନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜାରେ ଯୁଦ୍ଧବିରତି: ଚୁକ୍ତି ଅନୁଯାୟୀ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଦେଇର୍‌ ଅଲ୍‌-ବଲାହ,୧୯।୧: ଗାଜାରେ ରବିବାରଠାରୁ ଯୁଦ୍ଧବିରତି ଆରମ୍ଭ ହୋଇଛି। ଚୁକ୍ତି ଅନୁଯାୟୀ ଗାଜାର ଶାସକ ହମାସ୍‌ ପ୍ରଥମ ଦିନରେ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ରବିବାର...

ସତରେ କ’ଣ ବାଂଲାଦେଶରୁ ଆସିଥିଲେ ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି? କୋର୍ଟରେ ଖୋଲିଲା ବଡ଼ ଗୁମର

ମୁମ୍ବାଇ,୧୯।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଥାନେ ପଶ୍ଚିମ ଅଞ୍ଚଳରୁ ଗିରଫ କରି ରବିବାର (୧୯...

ମହାକୁମ୍ଭରେ ଭୟଙ୍କର ଅଗ୍ନିକାଣ୍ଡ, ଅଧିକାଂଶ ଟେଣ୍ଟ ଜଳି ପୋଡି ପାଉଁଶ

ପ୍ରୟାଗରାଜ,୧୯।୧: ରବିବାର ଅପରାହ୍ନରେ ମହାକୁମ୍ଭମେଳା ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମହାକୁମ୍ଭମେଳାର ସେକ୍ଟର ୨୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଣରୁ ମେଳା ପରିସରରେ...

ଅଡୁଆରେ ପଡିଲେ ରାହୁଲ! ଆସାମରେ ଦିଆଗଲା ଏଫଆଇଆର୍‌

ଗୁଆହାଟୀ,୧୯।୧: ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ ଅଡୁଆରେ ପଡ଼ିଛନ୍ତି। ରାହୁଲଙ୍କ ସାମ୍ପ୍ରତିକ ବୟାନ ପାଇଁ ତାଙ୍କ ବିରୋଧରେ...

ଦୀପିକା ଦେଶଓ୍ବାଲ କିଏ? ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ମିଳିଛି ‘ସ୍ବତନ୍ତ୍ର ନିମନ୍ତ୍ରଣ’

ନୂଆଦିଲ୍ଲୀ,୧୯।୧: ଗିନିଜ ଓ୍ବାଲର୍‌ଡ ରେକର୍ଡଧାରୀ ଦୀପିକା ଦେଶଓ୍ବାଲଙ୍କୁ ଜାନୁଆରୀ ୨୦ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ସ୍ବତନ୍ତ୍ର...

ନାଗାସାଧୁ ନ ଥିଲେ ଆଇଆଇଟି ବାବା, ସେ ଜଣେ…ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୧୯।୧:ପ୍ରୟାଗରାଜର ମହାକୁମ୍ଭମେଳାର ମୁଖ୍ୟ ଆକର୍ଷଣ ପାଲଟିଥିବା ଆଇଆଇଟି ବାବା ବା ଆଇଆଇଟି ବମ୍ବେର ପୂର୍ବତନ ଏରୋସ୍ପେସ ଇଞ୍ଜିନିୟର ଅଭୟ ସିଂହଙ୍କୁ ତାଙ୍କ ଆଖଡାରୁ ବହିଷ୍କାର କରାଯାଇଛି।...

8th Pay Commission: ଏହି ରାଜ୍ୟରେ ପ୍ରଥମେ ବଢିବ କର୍ମଚାରୀଙ୍କ ଦରମା? ଜାଣନ୍ତୁ କେତେ ବଢିବ

ନୂଆଦିଲ୍ଲୀ,୧୯।୧: ଭାରତ ସରକାର ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ପେନଶନ ସଂଶୋଧନ କରିବା ପାଇଁ ପ୍ରତି ୧୦ ବର୍ଷରେ ଏକ ବେତନ ଆୟୋଗ ଗଠନ...

ହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହର

ଚଣ୍ଡିଗଡ଼,୧୯।୧: ଅନ୍ତର୍ଜାତୀୟ ଶୁଟିଂ ଖେଳାଳି ମନୁ ଭାକରଙ୍କ ପରିବାରକୁ ଏକ ବଡ଼ ଝଟ୍‌କା ଲାଗିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍‌ ରାସ୍ତାରେ ଏକ ଦୁର୍ଘଟଣାରେ ତାଙଙ୍କ ଆଈ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri