ଶେଷ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଆତ୍ମଘାତୀ

ଓ୍ବାଶିଂଟନ,୨୮।୮: କାବୁଲ ସ୍ଥିତ ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ପୂର୍ବରୁ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି ଆମେରିକୀୟ ସେନା ଅଧିକାରୀ। ଆକ୍ରମଣର ଯଥେଷ୍ଟ ପୂର୍ବରୁ ଆମେରିକୀୟ ସେନାକୁ ଚେତାବନୀ ମିଳିସାରିଥିଲା। ଏଥିଯୋଗୁ ବିମାନ ବନ୍ଦରର ଦୁଇଟି ଫାଟକ ବନ୍ଦ କରିଦିଆଯାଇଥିଲା, କିନ୍ତୁ ଖୋଲା ଛାଡ଼ି ଦିଆଯାଇଥିଲା ଆବେ ଗେଟ୍‌କୁ।

ଆମେରିକୀୟ ଅଧିକାରୀ କହିଛନ୍ତି, ଅପରାହ୍ନରେ ତାଲିବାନ୍‌ ଫାଇଟର୍ସ ଓ କମାଣ୍ଡରମାନେ ବିମାନ ବନ୍ଦର ନିକଟରୁ ଲୋକଙ୍କୁ ଦୁଇ ଥର ଘଉଡ଼ାଇ ଥିଲେ। କିନ୍ତୁ ତୃତୀୟ ଥର ଗହଳି ଭିତରେ ପଶି ଆସିଥିଲେ ଆତ୍ମଘାତୀ।

ସନ୍ଧ୍ୟା ୫ଟା ୪୮ରେ। ଜଣେ ଆତ୍ମଘାତୀ ପୋଷାକ ତଳେ ୨୫ ପାଉଣ୍ଡର ବିସ୍ଫୋରକ ଭେଷ୍ଟ ପିନ୍ଧି ଏକ ଆମେରିକୀୟ ଗ୍ରୁପ ସହ ଚାଲି ଆସିଥିଲେ। ଗ୍ରୁପ୍‌ରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଯାଞ୍ଚ କରାଯାଇଥିଲା। ଆତ୍ମଘାତୀ ଜଣଙ୍କ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ତାଙ୍କ ପାଳି ଆସିବା ପରେ ସେ ହଠାତ୍‌ ଡେଟୋନେଟର ଦାବି ଦେଇଥିଲେ। ଯାହା ଫଳରେ ପ୍ରଚଣ୍ଡ ବିସ୍ଫୋରଣରେ ଯାଞ୍ଚ କରୁଥିବା ୧୩ ଆମେରିକୀୟ ସେନା ଅଧିକାରୀଙ୍କ ସହ ୧୭୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

Share