କୋର୍ଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର ଅଫିସ,୩ା୧୨: ଗଞ୍ଜାମ ଜିଲା ଦୌରାଜଜ୍‌ କୋର୍ଟ ପରିସରରେ ଥିବା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଶୁକ୍ରବାର ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏକ ମାମଲାର ସାକ୍ଷ୍ୟ ଗ୍ରହଣ ଚାଲିଥିବା ବେଳେ ଜଣେ ମହିଳା ହଠାତ୍‌ କୋର୍ଟ ହଲ୍‌କୁ ପଶି ଆସି ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ତୁରନ୍ତ ତାଙ୍କୁ କାବୁକରି ସଦର କୋର୍ଟରେ କାର୍ଯ୍ୟରତ ପୋଲିସକୁ ହସ୍ତାନ୍ତର କରିଛନ୍ତି। ମହିଳା ଜଣକ କାହିଁକି କୋର୍ଟରେ ଏଭଳି କଲେ ତାହା ସ୍ପଷ୍ଟ ହୋଇ ନାହିଁ। ଜିଲା ଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୈଦ୍ୟନାଥପୁର ଥାନା ପୋଲିସ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନେଇ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଗତ ୨୮ ତାରିଖରେ ଜଣେ ବ୍ୟକ୍ତି କୋର୍ଟରେ ପଶି ଏସ୍‌ଡିଜେଏମ୍‌ଙ୍କୁ ଛୁରି ଦେଖାଇ ଆକ୍ରମଣ ଉଦ୍ୟମ କରିଥିଲେ। ପାଞ୍ଚ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ହୋଇଥିବାରୁ କୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ପ୍ରକାଶ ଯେ, ଶୁକ୍ରବାର ଏସ୍‌ଡିଜେଏମ୍‌ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଚାଲିଥିଲା। ଏହି ସମୟରେ ମହିଳା ଜଣଙ୍କ କୋର୍ଟ ହଲ୍‌କୁ ପଶି ଆସି ପ୍ଲାଷ୍ଟିକ୍‌ ବୋତଲରେ ଆଣିଥିବା ପେଟ୍ରୋଲ ନିଜ ଦେହରେ ଢାଳି ଦେଇଥିଲେ। ସେଠାରେ ଥିବା କନଷ୍ଟେବଳ ରଶ୍ମିରଞ୍ଜନ ଦାସ ଏହାଦେଖି ତୁରନ୍ତ ଉକ୍ତ ବୋତଲ ଛଡ଼ାଇ ନେଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ଅନ୍ୟ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାରକରି ଏସ୍‌ଡିଜେଏମ୍‌ କୋର୍ଟ ପାଶର୍‌ବରେ ଥିବା ସିଏସ୍‌ଆଇ ଅଫିସକୁ ନିଆଯାଇଥିଲା। ଟାଉନ୍‌ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଓ ବୈଦ୍ୟନାଥପୁର ଥାନା ପୋଲିସ ପହଞ୍ଚି ତାଙ୍କୁ ଥାନାକୁ ନେଇଥିଲେ। ପୂର୍ବରୁ ମହିଳା ଜଣକ ବଳାତ୍କାରର ଶିକାର ହୋଇଥିଲେ। ଜଣେ ଯୁବକ କୌଶଳକ୍ରମେ ସମ୍ପର୍କ ରଖି ବଳାତ୍କାର କରିଥିବା ସଦର ଥାନାରେ ସେ ଅଭିଯୋଗ କରିଥିଲେ। ପୋଲିସ ନଂ.୩୨୬/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରେ ଅଭିଯୁକ୍ତ ଜାମିନରେ ଆସିଥିଲେ। ଗତ ୧୪ ତାରିଖରେ ସେ ପୁଣି ସମ୍ପୃକ୍ତ ମହିଳାଙ୍କ ଘରେ ପଶି ବଳାତ୍କାର କରିବା ସହ ହତ୍ୟା ଉଦ୍ୟମ କରିଥିଲେ। ପୀଡ଼ିତା ଏ ନେଇ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ନଂ.୨୦୪/୨୨ରେ ଅଭିଯୁକ୍ତଙ୍କୁ ପୋଲିସ ପୁଣି ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ସେ ଜେଲରେ ଅଛନ୍ତି ବୋଲି ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ମାନସିକ ଭାରସାମ୍ୟ ହରାଇ ମହିଳା ଜଣକ କୋର୍ଟରେ ଆତ୍ମାହୁତି ଉଦ୍ୟମ କରି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ବୈଦ୍ୟନାଥପୁର ପୋଲିସ ତାଙ୍କ ବିରୋଧରେ ୪୦୯/୨୨ରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ କନଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳାଙ୍କ ଜୀବନ ବଞ୍ଚିଗଲା ବୋଲି ଆଇନଜୀବୀ ରଘୁନାଥ ପ୍ରସାଦ ପାଣିଗ୍ରାହୀ, ପ୍ରଦୀପ କୁମାର ଶତପଥୀ କହିଛନ୍ତି। ଜିିଲାଜଜ୍‌ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପହଞ୍ଚି ବିଭାଗୀୟ ଅଧିକାରୀ ଓ ପୋଲିସ ସହିତ ଆଲୋଚନା କରିଥିଲେ। ଗଞ୍ଜାମ ଓକିଲ ସଂଘର ବରିଷ୍ଠ ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri