ଲୋକସେବା ଭବନ ଆଗରେ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଥାନାରୁ ନ୍ୟାୟ ନ ପାଇ ଜଣେ ବୃଦ୍ଧ ବୁଧବାର ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଗ୍ରାମର ରବୀନ୍ଦ୍ର ମୋହନ ଦାସ (୭୫)। ଫିନାଇଲ ପିଇଦେବା ପରେ ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଥାନାରେ ପୋଲିସ ଏତଲା ନ ରଖିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ନିରାଶ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ରବୀନ୍ଦ୍ର କହିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସେ ୨୦୨୧ରେ କଳିଙ୍ଗ ବିହାରରେ ୫ ଲକ୍ଷ ୧୨ ହଜାର ୮୦୦ ଟଙ୍କା ଖର୍ଚ୍ଚକରି ଏକ ପାର୍ଲର କରିଥିଲେ। ଅଜୟ ବାରିକ ବାଳକଟା କାରିଗର ଥିଲେ। ଖୋଲିବାର ୧୦ଦିନ ପରେ ଅଜୟ ବାରିକ, ରଞ୍ଜନ ବାରିକ ଓ ଘରର ମାଲିକ ସତ୍ୟବ୍ରତ ବେହେରା ତାଙ୍କ ପାର୍ଲରକୁ ଜବରଦସ୍ତ ନେଇଯିବାକୁ ଯୋଜନା କରିଥିଲେ। ଗତବର୍ଷ ଅକ୍ଟୋବର ୫ରେ ମାରିଦେବାକୁ ଧମକ ଦେବା ସହ ଛୁରି ଦେଖାଇ ୫୦ ହଜାର ଟଙ୍କା ନେଇଯାଇଥିଲେ। ଏହାର ୨ଦିନ ପରେ ଏନେଇ ତମାଣ୍ଡୋ ଥାନାରେ ସଂପୃକ୍ତ ୩ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ ନ କରିବାରୁ ନଭେମ୍ବର ୧୨ରେ ଆଇଆଇସି, ଡିସିପି ଓ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କୌଣସି ପଦକ୍ଷେପ ନିଆ ନ ଯିବାରୁ କଟକସ୍ଥିତ ପୋଲିସ ଡିଜି ଅଫିସ୍‌ରେ ଆତ୍ମାହୁତି ପାଇଁ ଯାଇଥିବାବେଳେ ତାଙ୍କୁ ବୁଝାଇଶୁଝାଇ ସେଠାରୁ ବିଦା କରିଦିଆଯାଇଥିଲା। ଏପରିକି ନ୍ୟାୟ ଦେବା ପରିବର୍ତ୍ତେ ପରବର୍ତ୍ତୀ ସମୟରେ ତମାଣ୍ଡୋ ଥାନାର ତତ୍‌କାଳୀନ ଆଇଆଇସି ଓ ସେକେଣ୍ଡ ଅଫିସର ତାଙ୍କୁ ନିର୍ଯାତନା ଦେଇଥିଲେ। ଏହା ବିରୋଧରେ ରବୀନ୍ଦ୍ର ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କମିଶନ ଏହାର ବିଚାର କରିବା ସହ ପୋଲିସ ଠିକ୍‌ ତଦନ୍ତ କରୁଥିବା ଜାଣିବା ପରେ ରବୀନ୍ଦ୍ରଙ୍କୁ ଉକ୍ତ ପାର୍ଲରରୁ ସମସ୍ତ ଜିନିଷପତ୍ର ନେଇଯିବାକୁ କହିଥିଲେ। ତେବେ ସବୁଠି ନିରାଶ ହେବା ପରେ ରବୀନ୍ଦ୍ର ଶେଷରେ ଏପରି ପଦକ୍ଷେପ ନେବାକୁ ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି।

ହେଲେ କମିଶନରେଟ ପୋଲିସ ପକ୍ଷରୁ ଉକ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ରବୀନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତି କରି ତମାଣ୍ଡୋ ଥାନା ପୋଲିସ ଆଇପିସି ଦଫା ୪୧୭, ୪୨୦, ୩୪୧, ୪୫୪, ୩୮୦, ୫୦୬ ଓ ୩୪ରେ ମାମଲା (ନଂ.୧୦/୨୦୨୨) ରୁଜୁ କରି ତଦନ୍ତ କରିଥିଲା। ପରେ ଅଭିଯୁକ୍ତ ଅଜୟ ବାରିକ, ରାମରଞ୍ଜନ ବାରିକ ଓ ସତ୍ୟବ୍ରତ ବେହେରାଙ୍କ ବିରୋଧରେ ଗତ ମାର୍ଚ୍ଚ ୩୧ରେ ଚାର୍ଜଶିଟ୍‌ (ନଂ.୭୧) ଦାଖଲ କରାଯାଇଛି। ଏଥିସହ ସମ୍ପୃକ୍ତ ପାର୍ଲରକୁ ଜବତ କରାଯିବା ସହ ଅଭିଯୋଗକାରୀଙ୍କ ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ ଗାଡି କରି ସେ ବର୍ତ୍ତନାମ ରହୁଥିବା ଘରେ ପହଞ୍ଚାଇ ତାଙ୍କ ଜିମା ଦେଇଥିଲା। ଏଥିସହ ଉକ୍ତ ପାର୍ଲରକୁ ନିଜ ଜିମାରେ ନେବାକୁ ରବୀନ୍ଦ୍ରଙ୍କୁ କୁହାଯାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ଏପରିକି ତାଙ୍କ ପରିବାରବର୍ଗ ମଧ୍ୟ ମନା କରିଥିଲେ। ତେବେ ଅଭିଯୋଗକାରୀ ଚାହିଁଲେ ପାର୍ଲର ହସ୍ତାନ୍ତର କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ: ୭ ଉପଜିଲାପାଳ ନିଯୁକ୍ତ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୩୦।୩(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri