Categories: ଜାତୀୟ

ମମି ମମି କହି ୧୬୦ ଫୁଟ୍‌ ଉଚ୍ଚ ମୋବାଇଲ୍‌ ଟାଓ୍ବାର ଉପରେ ଚଢିଗଲେ ଯୁବକ, ଆଉ ତା’ପରେ

ଲକ୍ଷ୍ନୌ,୧୦।୮: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମୋବାଇଲ୍‌ ଟାଓ୍ବାର୍‌ ଉପରେ ଚଢି ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତ୍ୟୁଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଶୁନଗଢର ଖରୌଲି ଗ୍ରାମରେ ଏହି ଘଟଣା ଘଟିଛି। ଗଜେନ୍ଦ୍ର ସିଂ ନାମକ ଜଣେ ଯୁବକଙ୍କ ମୋବାଇଲ୍‌ କିଛି ଯୁବକ ଛଡାଇ ନେବାରୁ ସେ ରାଗିକି ୧୬୦ ଫୁଟ ଉଚ୍ଚ ମୋବାଇଲ୍‌ ଟାଓ୍ବାର୍‌ ଉପରକୁ ଚଢିଯାଇଥିଲେ। ସେଠାରେ ୩ ଥର ମମି ମମି ପାଟିକରି ଡାକିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଏକତ୍ରିତ ହୋଇଥିଲେ। ସେମାନେ ଆସିବା ବେଳକୁ ଗଜେନ୍ଦ୍ର ଟାଓ୍ବାର ଉପରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଅଧିକ ଉଚ୍ଚ ହୋଇଥିବାରୁ ମୃତଦହକୁ ତଳକୁ ଆଣିବା କଷ୍ଟକର ହୋଇଥିଲା। ଦୀର୍ଘ ୧୨ ଘଣ୍ଟା କଡା ପରିଶ୍ରମ ପରେ ମୃତଦେହକୁ ତଳକୁ ଅଣାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

Share