Categories: ଖେଳ

ସୁହାସଙ୍କୁ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ…

ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ରବିବାର ଶେଷ ଦିନରେ ନୋଏଡାର ଡି.ଏମ. ସୁହାସ ଏଲ ୟଥିରାଜ ଭାରତ ପାଇଁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌-୪ ଇଭେଣ୍ଟରେ ରୌପ୍ୟ ପଦକ ଆଣିଛନ୍ତି। ସେ ଫ୍ରାନ୍ସର ଏଲ ମାଜୁରଙ୍କଠାରୁ ୨୧-୧୫,୧୭-୨୧, ୧୫-୨୧ରେ ପରାଜିତ ହୋଇଛନ୍ତି। ମାଜୁର ସ୍ବର୍ଣ୍ଣ ପଦକ ହାତେଇଥିବାବେଳେ ସୁହାସଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଅଭିଜ୍ଞ ତଥା ଟାଇଟଲ ପ୍ରତିଯୋଗୀ ମାଜୁରଙ୍କ ବିପକ୍ଷରେ ଦ୍ୱିତୀୟ ଖେଳରେ ସୁହାସ ଭଲ ଆରମ୍ଭ କରିଥିଲେ। ଅବଶ୍ୟ, ଶେଷ ମୁହୂର୍ତ୍ତରେ ସୁହାସ କେତେକ ସୁଯୋଗରୁ ଲାଭ ଉଠାଇ ପାରି ନ ଥିଲେ।

ଏହା ପୂର୍ବରୁ ଶନିବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ସୁହାସ ଏକ ସହଜ ବିଜୟ ହାସଲ କରିଥିଲେ। ସେମିଫାଇନାଲରେ ୩୧ ମିନିଟ ଚାଲିଥିବା ଏକ ମ୍ୟାଚରେ ସୁହାସ ଡେନମାର୍କର ଫ୍ରେଡି ସେତିଆୱାନଙ୍କୁ ୨-୦ରେ ପରାସ୍ତ କରିଥିଲେ। ସୁହାସ ପ୍ରଥମ ସେଟ ୨୧-୯ ରେ ଜିତିଥିଲେ। ଦ୍ୱିତୀୟ ସେଟରେ କଡ଼ା ମୁକାବିଲା କରିବାକୁ ସତ୍ତ୍ୱେ ସୁହାସ ଏହାକୁ ୨୧-୧୫ରେ ଜିତିବାରେ ସଫଳ ହୋଇଥିଲେ।

ଦେଶ ପାଇଁ ଗୌରବ ଆଣିଥିବାରୁ ସୁହାସଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁହାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share