Posted inଖେଳ

ପଦକ ପକ୍କା କଲେ ସୁହାସ, ସୁକାନ୍ତ

ପ୍ୟାରିସ୍‌,୧।୯(ପି.ଟି.): ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଶନିବାର ଭାରତ ପାଇଁ ଏକ ପଦକ ପକ୍କା କରିଛନ୍ତି ପାରା ଶଟଲର ସୁହାସ ୟଥିରାଜ ଓ ସୁକାନ୍ତ କଦମ। ଉଭୟ ଖେଳାଳି ଏସ୍‌ଏଲ୍‌-୪ ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତ ଅନୂ୍ୟନ ଗୋଟିଏ ପଦକ ଜିତିବା ନିଶ୍ଚିତ ହୋଇଛି। ଉଭୟ ଖେଳାଳି ନିଜ ନିଜ ଗ୍ରୁପ୍‌ରେ ଦୁଇଟି ଲେଖାଏ ମ୍ୟାଚ୍‌ ଜିତି ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ ସୁହାସ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିବା ବେଳେ ଉଭୟ ମ୍ୟାଚ୍‌ରେ ଯଥାକ୍ରମେ ଥାଇଲାଣ୍ଡର ସିରିପୋଙ୍ଗ ଟେମାରୋମ୍‌ ଓ ମାଲେସିଆର ଅମିନ ମହମ୍ମଦ ବୁରହାନୁଦ୍ଦିନଙ୍କୁ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ସୁକାନ୍ତ କଦମ ଯଥାକ୍ରମେ ଇଣ୍ଡୋନେସିଆର ହିକମତ ରାମଦିନି ଓ କୋରିଆର କ୍ୟୁଙ୍ଗ ଶିନଙ୍କୁ ପରାସ୍ତ କରିଥିଲେ। ଟୋକିଓ ପାରାଲିମ୍ପିକ୍ସରେ ସୁହାସ ରୌପ୍ୟ ପଦକ ହାସଲ କରିଥିଲେ। ରବିବାର ଉଭୟ ଖେଳାଳିଙ୍କ ସେମି ଫାଇନାଲ ମ୍ୟାଚ୍‌ ଲା ଚାପେଲ ଆରେନାରେ ଖେଳାଯିବ।
ସ୍ବରୂପ ନିରାଶ
ଭାରତୀୟ ପିସ୍ତଲ ଶୁଟର ସ୍ବରୂପ ଉନହାଲକରଙ୍କୁ ନିରଶ ହେବାକୁ ପଡ଼ିଛି। ଏସ୍‌ଏଚ୍‌୧ ବର୍ଗର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବରୂପ ୧୪ତମ ସ୍ଥାନରେ ରହିବା ସହ ଫାଇନାଲକୁ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି। ଟୋକିଓରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିବା ସ୍ବରୂପ ଶନିବାର ସମସ୍ତଙ୍କୁ ନିରାଶ କରିଥିଲେ। ୧୮ ଶୁଟରଙ୍କ ଇଭେଣ୍ଟରେ ସେ ୬୧୩.୪ ପଏଣ୍ଟ ସହ ୧୪ତମ ସ୍ଥାନରେ ରହିଥିଲେ। ଦକ୍ଷିଣ କୋରିଆର ପାର୍କ ଜିନ୍‌ ହୋ ୬୨୪.୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ।
ତୃତୀୟରେ ଅନିତା-ନାରାୟଣ
ଭାରତୀୟ ପିଆର-୩ ଡବଲ୍‌ ସ୍କଲ ଇଭେଣ୍ଟର ରୋୟର ଅନିତା ଓ ନାରାୟଣ କୋଙ୍ଗାନାପଲ୍ଲେ ତୃତୀୟ ସ୍ଥାନରେ ରହିଛନ୍ତି। ଉଭୟ ୭:୫୪.୩୩ ସେକେଣ୍ଡର ଟାଇମିଂ ହାସଲ କରିଥିଲେ। ୟୁକ୍ରେନ୍‌ ୭:୨୯.୨୪ ଓ ଗ୍ରେଟ ବ୍ରିଟେନ ୭:୨୦.୫୩ ସେକେଣ୍ଡର ଟାଇମିଂ ସହ ପ୍ରଥମ ଦୁଇ ସ୍ଥାନ ହାସଲ କରିଥିଲା। ଭାରତୀୟ ରୋୟର ବର୍ତ୍ତମାନ ଫାଇନାଲ ବି ଅର୍ଥାତ୍‌ ସପ୍ତମରୁ ୧୨ତମ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।
କ୍ୱାର୍ଟରରେ ମନ୍‌ଦୀପ
ଭାରତୀୟ ପାରା ଶଟଲର ମନଦୀପ କୌର ଏସ୍‌ଏଲ୍‌୩ ମହିଳା ବ୍ୟାଡିମଣ୍ଟନ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ମନ୍‌ଦୀପ ୨୧-୨୩, ୨୧-୧୦ ଓ ୨୧-୧୭ ସେଟରେ ଅଷ୍ଟ୍ରେଲିଆର ଭିନୋଟ ସେଲିନ୍‌ ଅଉରିଲେଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri