ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ସୁହାନୀ ସି ଏକ୍‌ ଲଡ୍‌କୀ’ର ଅଭିନେତ୍ରୀ ରାଜଶ୍ରୀ ରାନୀ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜଶ୍ରୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ଗୌରବ ମୁକେଶ ଜୈନ୍‌ଙ୍କୁ ନଭେମ୍ବର ୨୦ରେ ପାରମ୍ପରିକ ରିତିରେ ବିବାହ କରିଛନ୍ତି। ଏହି ବିବାହ ସମୟରେ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଗୌରବ ‘ସୁହାନୀ ସି ଏକ୍‌ ଲଡ୍‌କୀ’ରେ ରାଜଶ୍ରୀଙ୍କ ଭାଇ ଚରିତ୍ରରେ ଅଭିନୟ କରିଥିଲେ।
ଏହି ଧାରାବାହିକ ୨୦୧୪ରେ ପ୍ରସାରିତ ହେଇଥିଲା। ଏହି ଶୋ’ରୁ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପରେ ଏହି ସାକ୍ଷାତ ବନ୍ଧୁତ୍ୱ, ପ୍ରେମ ଏବଂ ଶେଷରେ ବିବାହରେ ପରିଣତ ହେଲା।

Share