ଝିଅକୁ କଳା କହିବାକୁ ନେଇ ଭାବପ୍ରବଣ ହେଲେ ଗୌରୀ ଖାନ୍‌

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୁହାନାଙ୍କୁ କିଛି ବ୍ୟକ୍ତି ସୋସିଆଲ ମିହିଆରେ କଳା କହିବାକୁ ନେଇ ମା’ ଗୌରୀ ଖାନ୍‌ ଭାବପ୍ରବଣ ହୋଇପଡିଛନ୍ତି। ସେ ମହିଳା ସଶକ୍ତିକରଣକୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ଗୌରୀଙ୍କ ଅଧା ଅଂଶ ଦେଖିବାକୁ ମିଳିଛି। ସେ କହଛନ୍ତି, ମୁଁ ଜଣେ ମହିଳା ରକ୍ଷକ, ଭ୍ରମଣକାରୀ, ସଫଳକାରୀ, ଉଚ୍ଚାଭିଳାଷୀ, ତୁମେ କେବଳ ମୋର ଏକ ଅଂଶ ଦେଖୁଛ। ଯେଉଁ ଅଂଶ ମୋ ଭୂମିକାରେ ମୂଳ, ମୋ ପ୍ରାଣରେ ନୁହେଁ। ଯାହା ଅଦୃଶ୍ୟ ତାହା ମୋତେ ସମ୍ପୂର୍ଣ୍ଣ କରେ ଏବଂ ସେଠାରୁ ମୁଁ ମୋର ଶକ୍ତି ଆଣେ। ଏହି ପ୍ରତିଛବି ଦୃଢ ରହିବାର ଏକ ସ୍ମାରକ ଅଟେ। ଏହାସହ #rootedtostrength ନାମକ ଏକ ଅଭିଯାନ ଆରମ୍ଭ କରି ଗୌରୀ କହିଛନ୍ତି, ଏହି ବାର୍ତ୍ତା ସହ ତୁମର ଏକ ଅଧା ଫଟୋ ସହ ସେମାନଙ୍କୁ ଟ୍ୟାଗ୍‌ କର ଯେଉଁ ମହିଳାମାନେ ତୁମ ଆତ୍ମାକୁ ପ୍ରେରିତ କରିଛନ୍ତି। ଗୌରିଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ସୁହାନାଙ୍କୁ ସୋସିଆଲ ମିଡିଆରେ କଳା କହିଥିବା ବ୍ୟକ୍ତି ସେ କଡା ଜବାବ ଦେଇଥିଲେ। ମୁଁ ମୋ ରଙ୍ଗକୁ ନେଇ ଖୁସି ଅଛି ବୋଲି ସୁହାନା କହିଥିଲେ।

Share