ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌ ଏକ୍ସ-ମିଲ ମୂଲ୍ୟରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଏହା ପରେ ଚିନିର ମୂଲ୍ୟ ପ୍ରାୟ ୪୭ ଟଙ୍କା ପ୍ରତି କିଲୋ ହୋଇଛି।

ତେବେ ଏହି ଦାମ ହ୍ରାସର ଲାଭ ତୁରନ୍ତ ସାଧାରଣ ଗ୍ରାହକଙ୍କୁ ମିଳିବ ନାହିଁ। ଖୁଚୁରା ବଜାରରେ ଏହାର ପ୍ରଭାବ ଦେଖାଦେବାକୁ ପ୍ରାୟ ୧୦ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି।

ଚିନି ଦାମ ହଠାତ୍‌ କମିବା ପଛରେ ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ରହିଛି। ସରକାର ରପ୍ତାନି ପାଇଁ ପ୍ରସ୍ତୁତ କରାଯାଇଥିବା ରିଫାଇନ୍ଡ ଚିନିକୁ ଦେଶର ଘରୋଇ ବଜାରରେ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି।
ଏହା ଫଳରେ ଆଗାମୀ କିଛି ମାସ ମଧ୍ୟରେ ପ୍ରାୟ ୩ରୁ ୩.୫ ଲକ୍ଷ ଟନ ଚିନି ଦେଶୀ ବଜାରକୁ ଆସିବାର ଆଶା ରହିଛି। ବଜାରରେ ଯୋଗାଣ ବଢ଼ିଲେ ଚିନିର ଦାମ ଆହୁରି କମିବାର ସମ୍ଭାବନା ରହିଛି।
ମିଲ୍‌ରୁ ବାହାରୁଥିବା ଚିନିର ଦାମ କମିଥିଲେ ମଧ୍ୟ ଦୋକାନରେ ଏହାର ପ୍ରଭାବ ପଡ଼ିବାକୁ କିଛି ସମୟ ଲାଗିପାରେ। ଉପଲବ୍ଧ ସୂଚନା ଅନୁସାରେ, ଗ୍ରାହକମାନେ ପ୍ରାୟ ୧୦ ଦିନ ମଧ୍ୟରେ ଖୁଚୁରା ଦୋକାନରେ ଦାମ କମିବାର ପ୍ରଭାବ ଦେଖିପାରନ୍ତି।

 

Odisha’s No.1 Odia Daily

Share
Tags: Sugar Price