ସୁଗାର ଫ୍ରି ମିଠା ଖାଇବା ଉଚିତ ନୁହେଁ: ଡା. ଅଭୟ କୁମାର ସାହୁ

ଆଜିକାଲି ଆମ ଜୀବନଶୈଳୀ ଏପରି ହୋଇଯାଇଛି ଯେ ଆମେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଆଉ କିଛି ରୋଗ ଅଛି, ଯାହା ଅନେକଙ୍କ କ୍ଷେତ୍ରରେ ଦେଖାଯାଏ। ସେଥିମଧ୍ୟରୁ ମଧୁମେହ ଓ ଥାଇରଏଡ୍‌ ଘରେ ଘରେ ଦେଖାଯାଉଛି। ମଧୁମେହ ହେଲେ ଲୋକେ ଗୁରୁତର ରୋଗରେ ପୀଡ଼ିତ ହୋଇଥାନ୍ତି। ଥାଇରଏଡ୍‌ ଯୋଗୁ ମଧ୍ୟ ଅନେକ ସମସ୍ୟା ଦେଖାଯାଏ। ଏହି ଦୁଇ ରୋଗର କାରଣ କ’ଣ, ନିରାକରଣ, କେତେ ବିପଦ ଓ ଚିକିତ୍ସା କିପରି ହୁଏ ସେ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ଅଭୟ କୁମାର ସାହୁଙ୍କ ସହିତ ଧରିତ୍ରୀର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ- ମଧୁମେହ ହେଲେ କ’ଣ ଜଟିଳତା ରହିଛି?
ଉତ୍ତର- ଯେବେ ଜଣେ ବ୍ୟକ୍ତି ମଧୁମେହରେ ପୀଡ଼ିତ ହୁଏ, ସେବେଠାରୁ ଜଣେ ସାଧାରଣ ଲୋକଠାରୁ ତାଙ୍କର ଆଖି, କିଡ୍‌ନୀ, ହାର୍ଟ ଉପରେ ରିସ୍କ ଦୁଇରୁ ତିନିଗୁଣ ଅଧିକ ହୋଇଯାଏ।
ପ୍ରଶ୍ନ- ଅନେକଙ୍କ ଧାରଣା ରହିଛି, ଇନ୍‌ସୁଲିନ୍‌ ଥରେ ନେଲେ ତାହା ଜୀବନସାରା ନେବାକୁ ପଡ଼ିବ। ଏହା କେତେ ଦୂର ଠିକ୍‌?
ଉତ୍ତର- ଏହା ଭୁଲ୍‌ ଧାରଣା। ବ୍ଳଡ୍‌ ଗ୍ଲୁକୋଜ୍‌ ନର୍ମାଲ ପାଇଁ ମଧୁମେହ ରୋଗୀ ଟାବ୍‌ଲେଟ୍‌ ଖାଇଥାନ୍ତି। ଯଦି ତାଙ୍କର କିଛି ମେଜର ସର୍ଜରି ହେବ ତେବେ ଟାବ୍‌ଲେଟ୍‌ ବଦଳରେ ଇନ୍‌ସୁଲିନ୍‌ ଦିଆଯାଏ। ସର୍ଜରି ପରେ ଘା ଶୁଖିବା ପର୍ଯ୍ୟନ୍ତ ଇନ୍‌ସୁଲିନ ଚାଲିଥାଏ। ରୋଗୀ ଜଣକ ସୁସ୍ଥ ହେବା ସହିତ ପାଟିପଟେ ଠିକ୍‌ରେ ଖାଦ୍ୟ ନେଲା ପରେ ପୁଣି ଟାବ୍‌ଲେଟ୍‌ ଆରମ୍ଭ ହୁଏ। ଆଉ ଗୋଟିଏ ଗ୍ରୁପ୍‌ର ରୋଗୀ ଅଛନ୍ତି, ଯେଉଁମାନଙ୍କର ମଧୁମେହ ରୋଗ ୧୦-୧୫ ବର୍ଷ ଉପରେ ହୋଇଗଲାଣି ଏବଂ ଟାବ୍‌ଲେଟ୍‌ କାମ କରୁନି। ସର୍ବାଧିକ ଡୋଜ୍‌ ପର୍ଯ୍ୟନ୍ତ ରୋଗୀଙ୍କୁ ଟାବ୍‌ଲେଟ୍‌ ଦିଆଯିବ। ଯଦି ତା’ପରେ କଣ୍ଟ୍ରୋଲ ହେଉନାହିଁ ତାହାହେଲେ ଇନ୍‌ସୁଲିନ ଦିଆଯାଏ। ଏ କ୍ଷେତ୍ରରେ ରୋଗୀଙ୍କୁ ସାରା ଜୀବନ ଇନ୍‌ସୁଲିନ ନେବାକୁ ପଡ଼ିଥାଏ। କାରଣ ରୋଗୀଙ୍କୁ ଟାବ୍‌ଲେଟ୍‌ କାମ ଦେଲାନି ବୋଲି ଇନ୍‌ସୁଲିନ ଦିଆଗଲା। ଆଉ ଗୋଟେ ଗ୍ରୁପ୍‌ ହେଉଛି, କୌଣସି ମଧୁମେହ ମହିଳା ରୋଗୀ ଟାବ୍‌ଲେଟ୍‌ ଖାଇ କଣ୍ଟ୍ରୋଲରେ ଥିବେ କିନ୍ତୁ ଗର୍ଭବତୀ ସମୟରେ ଜଟିଳତା ଦେଖାଯାଏ। ସେ କ୍ଷେତ୍ରରେ ମହିଳାଙ୍କୁ ଇନ୍‌ସୁଲିନ୍‌ ଦିଆଯାଏ। ପ୍ରସବ ପରେ ବହୁତ ଜଣଙ୍କ ସୁଗାର ନର୍ମାଲ ହୋଇଯାଏ। କିନ୍ତୁ କିଛି ଜଣଙ୍କର ରହିଯାଏ। ସେତେବେଳେ ମା’ ପିଲାକୁ ସ୍ତନ୍ୟପାନ କରୁଥିବା ପର୍ଯ୍ୟନ୍ତ ଇନ୍‌ସୁଲିନ ଦିଆଯାଏ।
ପ୍ରଶ୍ନ- ଅନେକ ମହିଳା ଗର୍ଭବତୀ ସମୟରେ ମଧୁମେହ ରୋଗରେ ପୀଡ଼ିତ ହୁଅନ୍ତି। ଏ ସମ୍ପର୍କରେ କ’ଣ କହିବେ?
ଉତ୍ତର- ଯଦି କୌଣସି ମହିଳା ଗର୍ଭବତୀ ସମୟରେ ପ୍ରଥମ ଥର ପାଇଁ ମଧୁମେହ ଥିବା ଜଣାପଡ଼ନ୍ତି, ସେମାନଙ୍କ ମଧ୍ୟରୁ ୯୦ରୁ ୯୫% ଜଣଙ୍କର ପ୍ରସବ ପରେ ଡାଇବେଟିସ୍‌ ଭଲ ହୋଇଯାଏ। ସେମାନେ ଭଲ ହେଲେ ତା’ମାନେ ନୁହେଁ, ସେମାନେ ଯତ୍ନ ନେବେ ନାହିଁ। ସେମାନଙ୍କ ମଧ୍ୟରୁ ବର୍ଷକୁ ପ୍ରାୟ ୧୦% ଜଣଙ୍କର ଡାଇବେଟିସ୍‌ ପୁଣି ବାହାରେ। ତେଣୁ ଯେଉଁ ମହିଳା ପ୍ରସବ ପରେ ଭଲ ହୋଇଯାଉଛନ୍ତି, ସେମାନେ ଯେବେଠାରୁ ପିଲାକୁ ସ୍ତନ୍ୟପାନ ବନ୍ଦ କରିବେ, ସେବେଠାରୁ ନିଜ ଖାଦ୍ୟ ପ୍ରତି ସଚେତନ ରହିବେ। ସୁସ୍ଥ ରହିବା ଏବଂ ଓଜନ ଠିକ୍‌ ରଖିବା ପାଇଁ ବ୍ୟାୟାମ କରିବା ଉଚିତ।
ପ୍ରଶ୍ନ- ମଧୁମେହ ରୋଗୀଙ୍କ ଖାଦ୍ୟଶୈଳୀ କିପରି ହେବା ଦରକାର?
ଉତ୍ତର- ପୂର୍ବରୁ ମଧୁମେହ ରୋଗୀଙ୍କ ଖାଦ୍ୟ ଉପରେ ବହୁ ଅଙ୍କୁଶ ଥିଲା। କିନ୍ତୁ ଏବେ ତାହା ସରଳ କରିଦିଆଯାଇଛି। ଏହି ରୋଗୀଙ୍କ ଖାଦ୍ୟରେ ମାତ୍ରା ହେଉଛି ଗୁରୁତ୍ୱପୂର୍ଣ୍ଣ। ଦୈନିକ ଖାଦ୍ୟରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ ଓ ଫ୍ୟାଟ୍‌ କେତେ ରହିବ ତାହା ଜାଣିବା ଉଚିତ। ଦିନକୁ ଜଣେ ରୋଗୀ ୧୫୦ରୁ ୨୦୦ ଗ୍ରାମ ପର୍ଯ୍ୟନ୍ତ କାର୍ବୋହାଇଡ୍ରେଟ୍‌ ଖାଇପାରିବେ, ଯେଉଁଥିରେ ଭାତ, ଆଳୁ, ମାଟିଆଳୁ, କନ୍ଧମୂଳ, କଖାରୁ ଇତ୍ୟାଦି ଆସିବ। ଭାତ ସହିତ ଆଳୁ ନ ଖାଇ ପରିବା ଖାଇବା ଉଚିତ। କାରଣ ଦୁଇଟି ଯାକ କାର୍ବୋହାଇଡ୍ରେଟ୍‌ରେ ଯାଏ। ସେହିପରି ପ୍ରୋଟିନ ଦିନକୁ ୫୦ରୁ ୬୦ ଗ୍ରାମ ଦରକାର। କିନ୍ତୁ ଆମ ଭାରତୀୟ ଖାଦ୍ୟରେ ଏତେ ମାତ୍ରାରେ ପ୍ରୋଟିନ ନ ଥାଏ। ତେଣୁ ପ୍ରୋଟିନର ଅଭାବ ପୂରଣ କରିବା ପାଇଁ ଡାଲି ବା ଡାଲିଜାତୀୟ ଖାଦ୍ୟ ଖାଇବା ଭଲ। ଯେଉଁମାନେ ଆମିଷ ଖାଉଥିବେ ସେମାନେ ଅଣ୍ଡା ମଧ୍ୟ ଖାଇପାରିବେ। ସେହିଭଳି ଫ୍ୟାଟ୍‌ ଦିନକୁ ୨୦ରୁ ୩୦ଗ୍ରାମ ରହିବା ଉଚିତ। ତେବେ ଏହାକୁ ଦିନସାରା ତିନୋଟି ଖାଦ୍ୟ ପର୍ଯ୍ୟାୟରେ ବିଭକ୍ତ କରି ଖାଇବା ଉଚିତ। ଛଣାଛଣି ଖାଦ୍ୟ ଏହି ରୋଗୀଙ୍କ ପାଇଁ ବହୁତ ଖରାପ।
ପ୍ରଶ୍ନ- ଆଜିକାଲି ବଜାରରେ ସୁଗାର ଫ୍ରି ଖାଦ୍ୟ ଉପଲବ୍ଧ ହେଉଛି। ତାହା ଖାଇବା କେତେ ଦୂର ଠିକ୍‌?
ଉତ୍ତର- ସୁଗାର ଫ୍ରି ମିଠା ଆଦୌ ଖାଇବା ଉଚିତ ନୁହେଁ। କାରଣ ସେଥିରେ ସିନା ଚିନି ବଦଳରେ ସୁଗାର ଫ୍ରି ପଡ଼ୁଛି, କିନ୍ତୁ ସେଥିରେ ଘିଅ ସହିତ ଅନ୍ୟାନ୍ୟ ଜିନିଷ ପଡ଼େ, ଯାହା ଏହି ରୋଗୀ ପାଇଁ ଖାଇବା ଅନୁମତି ନାହିଁ। ଏସବୁ ଖାଇଲେ ହାର୍ଟ ଉପରେ ରିସ୍କ ବଢ଼ିଯିବ। ସେହିପରି ସୁଗାର ଫ୍ରି ଟାବ୍‌ଲେଟ୍‌ ମଧ୍ୟ ମଡରେଟ୍‌ ଆମାଉଣ୍ଟର ନେଲେ ତାହା ନିରାପଦ। ଦିନକୁ ୨ରୁ ୪ ଟାବ୍‌ଲେଟ୍‌ ଖାଇଲେ କିଛି ଅସୁବିଧା ନାହିଁ। କିନ୍ତୁ ବହୁତ ଲୋକ ଅଛନ୍ତି ଏଥିପ୍ରତି ପୂରା ଅଭ୍ୟାସଗତ ହୋଇଥାଆନ୍ତି। ସେମାନେ ଥରକରେ ୭-୮ଟା ପକାଇ ଖାଆନ୍ତି। ଦିନକୁ ଯଦି ଏତେ ମାତ୍ରାରେ ଓ ଦୀର୍ଘ ଦିନ ଯାଏ ଖାଇବେ, ତେବେ ତାହା ବିପଜ୍ଜନକ। ଯଦି ଲଙ୍ଗ୍‌ଟର୍ମ ଏଭଳି ସୁଗାର ଫ୍ରି ଖାଇବେ ତେବେ ମେମୋରି ଲସ୍‌ ହେବାର ସମ୍ଭାବନା ରହିଛି ବୋଲି କିଛି ଷ୍ଟଡି ହୋଇଛି।
ପ୍ରଶ୍ନ- ଥାଇରଏଡ୍‌ ହେବାର କାରଣ କ’ଣ?
ଉତ୍ତର- ଥାଇରଏଡ୍‌ରେ ଦୁଇ ପ୍ରକାର ରୋଗ ହୁଏ। ଥାଇରଏଡ୍‌ ଗ୍ରନ୍ଥିରୁ ହର୍‌ମୋନ କମ୍‌ କ୍ଷରଣ ହେଲେ ‘ହାଇପୋ ଥାଇରଏଡିଜିମ୍‌’ ହୋଇଥାଏ। ହର୍‌ମୋନ ଅଧିକ କ୍ଷରଣ ହେଲେ ‘ହାଇପର ଥାଇରଏଡିଜିମ୍‌’ ହୋଇଥାଏ। ୭୦ରୁ ୮୦% ରୋଗୀ ‘ହାଇପୋ ଥାଇରଏଡିଜିମ୍‌’ରେ ପୀଡ଼ିତ ଥାଆନ୍ତି। ତେବେ ଏହି ଦୁଇଟିଯାକ ରୋଗ ପୁଅଙ୍କ ତୁଳନାରେ ଝିଅଙ୍କଠାରେ ଅଧିକ ହୁଏ।
ପ୍ରଶ୍ନ- ଝିଅମାନଙ୍କୁ କାହିଁକି ଅଧିକ ହୁଏ?
ଉତ୍ତର- ଥାଇରଏଡ୍‌ ହେଉଛି ଅଟୋ ଇମ୍ୟୁନୋ ରୋଗ। ଅର୍ଥାତ୍‌ ଆମ ଶରୀରରେ କିଛିଟା ପରିବର୍ତ୍ତନ ହୁଏ, ଯେଉଁଥିପାଇଁ ଏହି ରୋଗ ହୁଏ। ଯେହେତୁ ଅଟୋ ଇମ୍ୟୁନୋ ରୋଗ ଅଧିକାଂଶ ସମୟରେ ଝିଅମାନଙ୍କୁ ହୋଇଥାଏ, ତେଣୁ ଥାଇରଏଡ୍‌ ରୋଗ ଝିଅଙ୍କୁ ଅଧିକ ହୋଇଥାଏ।
ପ୍ରଶ୍ନ- ଥାଇରଏଡ୍‌ ହେଲେ ସାରା ଜୀବନ ଔଷଧ ଖାଇବାକୁ ପଡ଼େ କି?
ଉତ୍ତର- ଥାଇରଏଡ୍‌ ଗ୍ରନ୍ଥିରୁ ହର୍‌ମୋନ କ୍ଷରଣ ଥରେ ବନ୍ଦ ହୋଇଗଲେ ତାହା ଜୀବନସାରା ପାଇଁ ବନ୍ଦ ହୋଇଯାଏ। ତେଣୁ ପ୍ରାଇମେରୀ ହାଇପୋଥାଇରଏଡ୍‌ ହୋଇଥିଲେ କିମ୍ବା ଥାଇରଏଡ୍‌ ଷ୍ଟିମୁଲେଟିଂ ହରମୋନ୍‌ (ଟିଏସ୍‌ଏଚ୍‌) ୧୦ରୁ ଅଧିକ ଥିଲେ ସାରା ଜୀବନ ମେଡିସିନ ଖାଇବାକୁ ପଡ଼ିଥାଏ। କିନ୍ତୁ ‘ହାଇପର ଥାଇରଏଡିଜିମ୍‌’ ହେଲେ ପ୍ରାୟ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ମେଡିସନ ଖାଇବାକୁ ପଡ଼େ।
ପ୍ରଶ୍ନ- ମଧୁମେହ ପରି ଥାଇରଏଡ୍‌ ରୋଗୀଙ୍କ ଖାଦ୍ୟଶୈଳୀ ରହିଛି?
ଉତ୍ତର- ବେକରେ ଯଦି ଫୁଲା ଅଛି, ତେବେ ବନ୍ଧାକୋବି ଖାଇବା ଉଚିତ ନୁହେଁ। ସେହିପରି ଔଷଧ ଖାଇବାର ପାଖାପାଖି ସମୟ ମଧ୍ୟରେ ସୋୟାବିନ, ସୋୟା ପ୍ରୋଟିନ ବା ସୋୟା ମିଲ୍କ ଖାଇବା କଥା ନୁହେଁ। ଉଦାହରଣ ସ୍ବରୂପ ଥାଇରଏଡ୍‌ ମେଡିସନ ସକାଳେ ଖାଇଲେ ଏସବୁ ଖାଦ୍ୟ ସକାଳେ କିମ୍ବା ରାତିରେ ଖାଇବା ଉଚିତ ନୁହେଁ। ଦ୍ୱିପ୍ରହରରେ ଖାଇଲେ ଚଳିବ।
ପ୍ରଶ୍ନ- ଆପଣ ନିଜର ଫିଟ୍‌ନେସ୍‌ ପାଇଁ କ’ଣ କରନ୍ତି?
ଉତ୍ତର- ଦିନକୁ ୧୦ କିମି ଚାଲେ।
ପ୍ରଶ୍ନ- ସମୟ ମିଳିଲେ କ’ଣ କରନ୍ତି?
ଉତ୍ତର- ବାଇକ୍‌ ଚଲାଏ କିମ୍ବା ଶୋଇଥାଏ।
ପ୍ରଶ୍ନ- ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବାକୁ ଭଲ ଲାଗେ?
ଉତ୍ତର- ନିଶ୍ଚିତ। ସମୟ ମିଳିଲେ ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଏ। ଥରେ ୬୦୦କିମି ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଇଥିଲି।
ପ୍ରଶ୍ନ- କ’ଣ ଖାଇବାକୁ ଭଲଲାଗେ?
ଉତ୍ତର- ଓଡ଼ିଆ ଖାଦ୍ୟ। ବିଶେଷ କରି ପଖାଳ ସହିତ ମାଛ ଭଜା ମୋର ପ୍ରିୟ ଖାଦ୍ୟ।
ପ୍ରଶ୍ନ- ରୋଷେଇ ଜାଣନ୍ତି କି?
ଉତ୍ତର- ହଁ। ସବୁ ରୋଷେଇ ଜାଣେ। ମୋ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ମୁଁ ରୋଷେଇ କରି ତାଙ୍କୁ ଖାଇବାକୁ ଦେଉଥିଲି।
ପ୍ରଶ୍ନ- ମ୍ୟାଡମ୍‌ଙ୍କୁ ଆପଣଙ୍କ ହାତ ରନ୍ଧା କେଉଁ ଖାଦ୍ୟ ଭଲ ଲାଗେ?
ଉତ୍ତର- ସବୁ ଖାଆନ୍ତି। କିନ୍ତୁ ଚିକେନ କଷା ତାଙ୍କୁ ବେଶି ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri