ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ କି? ପିଅନ୍ତୁ ଏହି ଡ଼ାଲିର ପାଣି; ଶରୀରରୁ କୋଲେଷ୍ଟରଲ ସହ ଓଜନ…

ଆଜିକାଲି ସମୟରେ ବଦଳୁଥିବା ଦିନଚର୍ଯ୍ୟା, ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମର ଅଭାବକୁ ନେଇ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯେଉଁଥିରେ ଫ୍ୟାଟି ଲିଭର ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟା ସାଧାରଣ ହୋଇଗଲାଣି। ଥରେ ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ ହେଲେ ସମୟ ଥାଉ ଖାଦ୍ୟପେୟ ଏବଂ ଅନ୍ୟାନ୍ୟ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ ଲିଭର ସିରୋସିସ୍‌ ନଚେତ ଲିଭର୍‌ ଫେଲ୍‌  ଭଳି ଗମ୍ଭୀର ରୋଗ ହୋଇପାରେ। ଏମିତିରେ ପ୍ରାକୃତିକ ଏବଂ ଘରୋଇ ଉପାୟ ସହାୟତାରେ ଏହାର ଉପଚାର କରାଯାଇପାରେ।
ଆୟୁର୍ବେଦ ବିଶେଷଜ୍ଞ ଅନୁଯାୟୀ ମୁଗ ଡ଼ାଲିର ପାଣି ଫ୍ୟାଟି ଲିଭର ସମସ୍ୟାକୁ ଦୂର କରିବା ଲାଗି ଏକ ପ୍ରାକୃତିକ ଔଷଧ ଭଳି କାମ କରିଥାଏ। ଏହା ଲିଭରରେ ଜମିଥିବା ଚର୍ବିକୁ କମ୍‌ କରିଥାଏ। ଏହାଛଡ଼ା ଶରୀରରେ ଜମା ହୋଇଥିବା ଅଦରକାରୀ କୋଲେଷ୍ଟେରଲକୁ ବାହା କରିବାକୁ ସହାୟକ ହୋଇଥାଏ।
ଫ୍ୟାଟି ଲିଭର:
ଫ୍ୟାଟି ଲିଭର ସମସ୍ୟାରୁ ରକ୍ଷା ପାଇବା ଲାଗି ମୁଗ ଡ଼ାଲିର ପାଣି ଲାଭକାରୀ। ଏଥିରେ ଥିବା ଆମିନୋ ଏସିଡ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯକୃତର କୋଷିକାକୁ ଠିକ୍‌ କରିଥାଏ। ଏହାର ପାଣି ଯକୃତରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ତରଳାଇ ବାହାର କରିବାରେ ସହାୟକ ହୋଇଥାଏ।
ଓଜନ କମ୍‌ କରିବାକୁ ଲାଭକାରୀ:
ଓଜନ କମ୍‌ କରିବା ଲାଗି ମୁଗ ଡ଼ାଲି ଲାଭଦାୟକ। ଯିଏ ଓଜନ କମ୍‌ କରିବାକୁ ଚାହିଁଲେ ଏହା ଭଲ ବିକଳ୍ପ। ଏଥିରେ କମ୍‌ କ୍ୟାଲୋରୀ ଏବଂ ହାଇ ଫାଇବର ଥାଏ, ଯେଉଁଥିଲାଗି ପେଟ ଦୀର୍ଘ ସମୟ ଧରି ଭର୍ତ୍ତି ହେବା ଭଳି ମନେ ହୋଇଥାଏ। ଫଳରେ ଅଧିକ ଭୋକ ଲାଗେ ନାହିଁ।
କୋଲେଷ୍ଟେରଲ କଣ୍ଟ୍ରୋଲ:
ମୁଗ ଡ଼ାଲିର ପାଣି ହୃଦୟର ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ଏହା ଧମନୀରେ ପ୍ରବାହିତ କୋଲେଷ୍ଟରଲକୁ ବାହାର କରିବାକୁ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ରକ୍ତ ପ୍ରଭାବ ଭଲ ହୋଇଥାଏ। ନିୟମିତ ଭାବେ ମୁଗ ଡ଼ାଲିର ପାଣି ପିଇଲେ ହୃଦୟ ସୁସ୍ଥ ରହିଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ବାଲ୍ୟ ବିବାହ ଆଇନ: ନାବାଳିକା ଗର୍ଭବତୀ ନେଇ ଥାନାରେ ଅଭିଯୋଗ

ଦାରିଙ୍ଗବାଡି,୧୧ା୩ (ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ୍‌ ଦୁର୍ଗମ ପଞ୍ଚାୟତ ସିର୍କାବର୍ଗ ଅଞ୍ଚଳରେ ଜଣେ ନାବାଳିକା ବିବାହ କରି ଗର୍ଭବତୀ ହେବା ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ…

ଚିତ୍ତରଞ୍ଜନ ଦାଶ ପାଇଲେ ଦିବ୍ୟାଙ୍ଗ ମିତ୍ର ପୁରସ୍କାର

ନୂଆପଡ଼ା,୧୧ା୩ (ମକାରୁ ବେମାଲ ): ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମାସିକ ସମୀକ୍ଷା ବୈଠକ ସମ୍ମିଳନୀ…

ଯୁଦ୍ଧ ଭିତରେ ଆମେରିକା ପାଇଁ ଭାରତ କଲା ଏମିତି କାମ, ‘ଧନ୍ୟବାଦ’ଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଟେକ୍ସାସର ବ୍ରାଉନ୍ସଭିଲରେ ଏକ ନୂତନ $୩୦୦ ବିଲିୟନ…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକାର ବଡ଼ ଆକ୍ସନ, ଧ୍ୱଂସ କଲା ଇରାନର…

ଓ୍ବାଶିଂଟନ୍‌,୧୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ବୁଧବାର ଦାବି କରିଛି ଯେ ସେ ମଙ୍ଗଳବାର ଏକ…

ମାଛ ଧରିବାକୁ ଯାଇଥିଲେ, ଝାମ୍ପିନେଲା କୁମ୍ଭୀର: ସ୍ତ୍ରୀ-ପୁଅ ପହଞ୍ଚିବାରୁ, ଲୋମଟଙ୍କୁରା ଘଟଣା ଜାଣିଲେ…

ମହାକାଳପଡ଼ା,୧୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ କାଂଶପାଳ ମୌଜା ଗୋବରୀ ନଦୀ ସଂଲଗ୍ନ ୫୦ ନଂ. ପ୍ଲଟ ନିକଟରେ ମଙ୍ଗଳବାର ଭୋର ୫ଟାରେ…

BCCIର ବଡ଼ ଘୋଷଣା: ଏହି ଦିନ ୫ଟି ବିଶ୍ୱ ଚାମ୍ପିଅନ ଭାରତୀୟ ଦଳକୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ,୧୧।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଏହି ଐତିହାସିକ ବିଜୟ ସାରା ଦେଶରେ ଉତ୍ସବର ଉଦବୋଧନ ଦେଇଛି।…

ନୂଆ ସ୍ବାଦରେ ରାଜ୍ୟ ସଭା: ଚାଲିଛି ମୂଲଚାଲ୍‌

ଭୁବନେଶ୍ୱର,୧୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ରାଜନୀତିରେ ରାଜ୍ୟ ସଭା ନିର୍ବାଚନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ସବୁ ଦଳର ବିଧାୟକମାନେ ସେମାନଙ୍କ ପାର୍ଟିରୁ ରାଜ୍ୟ ସଭା ପାଇଁ ଯିଏ ପ୍ରାର୍ଥୀ…

ଯୁଦ୍ଧ ମଧ୍ୟରେ ବାଂଲାଦେଶ ପାଇଁ ସଙ୍କଟମୋଚକ ସାଜିଲା ଭାରତ, କଲା ଏମିତି କାମ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଧୀରେ ଧୀରେ ସୁଧୁରୁଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବାଂଲାଦେଶ ଗୁରୁତର ତେଲ ଏବଂ ଗ୍ୟାସ ଅଭାବର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri