ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବରିଷ୍ଠ  ଆଇପିଏସ୍‌ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଡିଜି ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଅଗ୍ନିଶମ ଡିଜି ବିନୟତୋଷ ମିଶ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ସପ୍ତାହରେ ରାଜ୍ୟ ସରକାର ତାଙ୍କୁ ଅଗ୍ନିଶମ ଡିଜି ଭାବେ ନିଯୁକ୍ତ ଦେଇଥିଲେ ।
ଏହା ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଭାବରେ କାର୍ଯ୍ୟ ତୁଲାଉଥିଲେ। ତା’ ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ ଟୁଇନ୍‌ ସିଟିର ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ସୁଧାଂଶୁ  କହିଛନ୍ତି, ଅଗ୍ନିଶମ ବିଭାଗ ପରି ଏକ ଜରୁରୀକାଳୀନ ବିଭାଗର ଉନ୍ନତି ପାଇଁ ସେ ଦକ୍ଷତାର ସହ କାର୍ଯ୍ୟ କରିବେ  ।