କେନ୍ଦୁଝର,୨୮।୬ (ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାର ବଣପାହାଡ଼ ତଥା ବାଡ଼ି ବଗିଚାରେ ଫଳୁଥିବା ଦେଶୀ ଆମ୍ବ(ସ୍ଥାନୀୟ ଭାଷାରେ ସୁଢ଼ି ଆମ୍ବ)ର ଆଦର କମୁଛି। ଏହାର ସ୍ଥାନ ବିଭିନ୍ନ ପ୍ରକାର ମିଠା କଲମୀ ଆମ୍ବ ନେବାକୁ ବସିଛି। ଲୋପପାଇବାକୁ ବସିଥିବା ଦେଶୀ ଆମ୍ବର ଖଟାମିଠା ସ୍ବାଦ, ସ୍ବାସ୍ଥ୍ୟଗତ ଉପାଦେୟତା ଆଦିକୁ ନେଇ ପୁରୁଖା ଲୋକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି। ଫଳରେ ଗାଁ ମୁଣ୍ଡରେ ଆଉ ଦେଶୀ ଆମ୍ବତୋଟା ଦେଖିବାକୁ ମିଳୁନାହିଁ। ବିଶେଷତଃ ସହରୀକରଣ ଆମ୍ବତୋଟା ଲୋପ ପାଇବାର ମୁଖ୍ୟ କାରଣ ହୋଇଛି। ଅନ୍ୟପକ୍ଷେ ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ ଯୋଗୁ ଆମ୍ବଗଛ ନଷ୍ଟହେବା ସହ ଫଳ କମୁଛି।
ଆଗରୁ ବଣଜଙ୍ଗଲ ବ୍ୟତୀତ ପ୍ରତ୍ୟେକ ଗ୍ରାମର ବିଲ, ବାଡ଼ିବଗିଚା, ରାସ୍ତାକଡ଼ରେ ବହୁ ସଂଖ୍ୟାରେ ଆମ୍ବ ଗଛ ଦେଖିବାକୁ ମିଳୁଥିଲା। ଗାଁଗୁଡ଼ିକରେ ଆମ୍ବତୋଟା ମଧ୍ୟ ଥିଲା। ଗ୍ରାମର ଲୋକମାନେ ବିଶେଷକରି ବନବାସୀମାନେ ଆମ୍ବ ଋତୁରେ ବଣଜଙ୍ଗଲ, ତୋଟା ତଥା ରାସ୍ତାଘାଟରୁ ଆମ୍ବ ସଂଗ୍ରହକରି ନିଜେ ଖାଇବା ସହ ହାଟବଜାର ତଥା ରାସ୍ତା କଡ଼ରେ ବସି ବିକ୍ରିକରି ୨ପଇସା ରୋଜଗାର କରୁଥିଲେ। ସେଥିରେ ତେଲଲୁଣ ସଂସାର ଚଳାଉଥିଲେ। କଞ୍ଚା ଆମ୍ବରୁ ଆମ୍ବୁଲ, ଆଚାର, ଖଟା ଆଦି ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିଲା। ପାଚିଲା ଆମ୍ବକୁ ମଧ୍ୟ ଖଟା କରି କିମ୍ବା ଏହାର ରସକୁ ବାହାରକରି ଖାଇଥାନ୍ତି। ଦେଶୀ ଆମ୍ବତୋଟା ଲୋପ ପାଇଯାଇଥିବାରୁ ଆମ୍ବ ମିଳୁନାହିଁ। ଏହା ବଦଳରେ କମ୍ ଜାଗାରେ ଛୋଟ ଗଛରୁ ଫଳ ହେଉଥିବା କଲମୀ ଆମ୍ବ ଗଛ ଚାରା ରୋପଣ କରାଯାଉଛି। ଏବେ ଜଙ୍ଗଲରେ ଥିବା କିଛି ଗଛରୁ ବନବାସୀ ଆମ୍ବ ସଂଗ୍ରହକରି ବୋଝରେ ଆଣି ହାଟ, ରସ୍ତାକଡ଼ରେ ପସରା ପକାଇ ବିକ୍ରି କରୁଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହୁଥିଲେ ହେଁ ମାକେର୍ଟରେ ପ୍ରଚୁର ପରିମାଣରେ କଲମୀ ଆମ୍ବର ଚାହିଦା ରହୁଥିବାରୁ ଦେଶୀ ଆମ୍ବର ବିକ୍ରି ଭଲ ହେଉନାହିଁ। ଭାଗ ୨୦ ଟଙ୍କା ବା କିଲୋ ପ୍ରତି ୫ ରୁ ୧୦ ଟଙ୍କାରେ ବିକ୍ରି କରିଥାଆନ୍ତି। ଚାହିଦା ନ ଥିବାରୁ ବ୍ୟବସାୟୀ ମଧ୍ୟ କିଣୁିନାହାନ୍ତି। କଲମୀ ଆମ୍ବକୁ ସରକାର ପ୍ରୋତ୍ସାହନ ଦେଉଥିବାରୁ ଦେଶୀ ଆମ୍ବ ଅଲୋଡ଼ା ହୋଇପଡୁଛି।
ପରିବେଶବିତ ହରେକୃଷ୍ଣ ମହାନ୍ତ କହିଛନ୍ତି, କଲମୀ ଆମ୍ବର ସ୍ବାଦ ଅଧିକ ଥିଲେ ହେଁ ଏହା ଦେଶୀ ଆମ୍ବର ସ୍ବାଦକୁ ପରିଶୋଧ କରିପାରିବ ନାହିଁ। ଦେଶୀ ଆମ୍ବ ଗଛ ପରିବେଶକୁ ଯେଉଁଭଳି ଶହ ଶହ ବର୍ଷ ଧରି ସୁରକ୍ଷା ଦେଇଥାଏ, ସେଭଳି କଲମୀ ଆମ୍ବ ଗଛ ସୁରକ୍ଷା ଦେଇପାରିବ ନାହିଁ ା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି, ଆଗରୁ ଲୋକମାନେ ଆମ୍ବ ଗଛ ଲଗାଇବାକୁ ପୁଣ୍ୟ କାମ କହୁଥିଲେ ଅର୍ଥାତ୍ ନାତିନାତୁଣୀଙ୍କ ପାଇଁ ଲଗାଉଥିଲେ। ଆମ୍ବ ଗଛ ଅନେକଙ୍କୁ ଫଳ ଦେବା ସହ ଛାଇ, ସ୍ବାସ୍ଥ୍ୟକର ପରିବେଶ, ବାୟୁ ଯୋଗାଇବାରେ ସହାୟକ ହେଉଥିଲା। ଶୁଆକାଟି ନିବାସୀ ଦସରୁ ମୁଣ୍ଡା କହିଛନ୍ତି, ଜଙ୍ଗଲ ନଷ୍ଟ ହେଲା, ଆମ୍ବ, ପଣସ ଆଦି ଫଳ ଗଛ ନଷ୍ଟହେଲା। ଓର୍ମାସ ମୁଖ୍ୟ ନିର୍ବାହୀ ସପନ ଗୋସ୍ବାମୀ କହିଛନ୍ତି, ଏଭଳି ଜଙ୍ଗଲ ଜାତ ଫଳର କିଣାବିକା ପାଇଁ ବ୍ୟବସ୍ଥା ନାହିଁ। ଶୀତଳ ଭଣ୍ଡାର ମଧ୍ୟ ନାହିଁ। ଲୋକମାନେ ନିଜେ ସଂଗ୍ରହକରି ବଜାରରେ ବିକିଥାନ୍ତି। ବିଭିନ୍ନ ସ୍ଥାନରେ ମହିଳା ଗୋଷ୍ଠୀମାନଙ୍କୁ ଆମ୍ବର ପ୍ରକ୍ରିୟାକରଣ କରିବା ନେଇ ତାଲିମ ଦିଆଯାଉଛି ବୋଲି କହିଥିଲେ।
Posted inHome Left, ଆମ ଜିଲା ଖବର, କେନ୍ଦୁଝର View All
ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍ ଆଉ ମିଳିବନି ବାରମ୍ବାର ସୁଯୋଗ
ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...
୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା
ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...
ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…
ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...
ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ
ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...
ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା
ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...
ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…
ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...
ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି
ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...
ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…
ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...
Archives


