ବେଳାଏ ଖାଇବାକୁ ମିଳୁ ନ ଥିଲା, ଚା’ ଦୋକାନରେ କରୁଥିଲେ କାମ; ଆଜି ୭ ଷ୍ଟାର ହୋଟେଲ ଭଳି ଘର କରିଛନ୍ତି ଏହି କମେଡିଆନ୍‌

ବମ୍ବେ: ମନୋରଞ୍ଜନଜଗତରେ ହାସ୍ୟ ଅଭିନେତା ଭାବେ ସୁଦେଶ ଲେହରି ବେଶ୍‌ ଲୋକପ୍ରିୟ। ପଞ୍ଜାବର ଜଲନ୍ଧରରେ ତାଙ୍କର ଜନ୍ମ। ହେଲେ ଅମୃତସରରେ ତାଙ୍କର ପିଲାଦିନ କଟିଥିଲା। ଆଜି ତାଙ୍କୁ ସଫଳ କମେଡିଆନ୍‌ ବୋଲି କୁହାଯାଉଥିଲେ ହେଁ ଦିନ ଥିଲା ସେ ବହୁତ ଗରିବ ଥିଲେ। ଦିନକୁ ବେଳାଏ ଖାଇବାକୁ ତାଙ୍କୁ ମିଳୁ ନ ଥିଲା। ହେଲେ ଜୀବନରେ କେବେ ହେଁ ହାର ନ ମାନିବା ଏବଂ ଚେଷ୍ଟା କରି ସେ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ସୁଦେଶଙ୍କ ବାପା ମାସକୁ ମାତ୍ର ୧୦୦-୨୦୦ ଟଙ୍କା ରୋଜଗାର କରୁଥିଲେ। ଯାହା ରୋଜଗାର କରୁଥିଲେ ତାହା ମଦ ପିଇ ଉଡାଇଦେଉଥିଲେ। ପୁରା ପରିବାର ପାଇଁ ଗୋଟିଏ ଚପଲ ଥିଲା। ପାଖରେ ପନିପରିବା କିଣିବାକୁ ଟଙ୍କା ନ ଥିବାରୁ ସେ ପାଣି ଏବଂ ଲୁଣ ସହିତ ରୁଟି ଖାଉଥିଲେ। ସ୍କୁଲରେ ସେ ପାଠପଢ଼ିନାହାନ୍ତି। କାରଣ ଟଙ୍କା ଅଭାବରୁ ତାଙ୍କୁ ଏକ ଚା’ ଷ୍ଟଲରେ କାମ କରିବାକୁ ପଡ଼ିଥିଲା।

ଦୀର୍ଘ ବର୍ଷ ଧରି ସେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେ ଚିହ୍ନାପରିଚିତ ଲୋକଙ୍କଠାରୁ ଟଙ୍କା ମାଗିବା ପାଇଁ ନିଜ ପିଲାମାନଙ୍କୁ ପଠାଉଥିଲେ। ଏକଦା ତାଙ୍କୁ ଜଣେ ଡ୍ରାଏ ଫ୍ରୁଟ୍ସ ଦେଇଥିଲେ। ହାତରେ ମୁଠାଇ ସେ ଘରକୁ ଯାଇ ଭୋକିଲା ପିଲାଙ୍କୁ ଖାଇବାକୁ ଦେଇଥିଲେ। ରୋଜଗାର ଭଲ ହେଉ ନ ଥିବାରୁ ସେ ପରିବାର ଚଳାଇ ପାରୁ ନ ଥିଲେ। ପୁରସ୍କାରକୁ ବିକ୍ରି କଲେ ୩ଶହରୁ ୪ଶହ ଟଙ୍କା ରୋଜଗାର କରିପାରିବେ ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ପରିବାରପାଇଁ ତାଙ୍କୁ ମିଳିଥିବା ପୁରସ୍କାର ବିକ୍ରି କରିଥିଲେ।

ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ-୩ ସୁଦେଶଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେ ଏହି ଶୋ’ରେ ତୃତୀୟ ସ୍ଥାନ ହାସଲ କରିଥିଲେ। ଅପରପକ୍ଷେ କପିଲ ଶର୍ମା ପ୍ରଥମ ଏବଂ ଚନ୍ଦନ ପ୍ରଭାକର ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ଏହାପରେ ସେ ଦେଖ ଇଣ୍ଡିଆ ଦେଖ, କମେଡି ସର୍କସ, କମେଡ କ୍ଲାସେଜ୍‌ ଭଳି ଅନେକ କମେଡି ଶୋ’ରେ ଭାଗ ନେଇଥିଲେ। ସେ ଅନେକ ଟ୍ରଫି ଜିତିବା ସହ ପରିଶ୍ରମ ଦ୍ୱାରା ଖ୍ୟାତି ଅର୍ଜନ କରିଥିଲେ।

ଏବେ ସେଲିବ୍ରିଟି ପାଲଟିଥିଲେ ହେଁ ସୁଦେଶ ନିଜର ନମ୍ରତା ଏବଂ ଭଦ୍ର ବ୍ୟବହାରକୁ ନେଇ ଜଣାଶୁଣା। ଅନେକ ସମୟରେ କ୍ରିଷ୍ଣା ଅଭିଷେକ ତାଙ୍କ ଘରକୁ ବୁଲି ଯାଉଥିବା ବେଳେ ତାହା ଏକ ୫ ଷ୍ଟାର ନୁହେଁ ବରଂ ୭ ଷ୍ଟାର ହୋଟେଲ ବୋଲି କହିଥାନ୍ତି। ତେବେ ଆଗାମୀ ଦିନରେ ତାଙ୍କୁ କପିଲଙ୍କ ଶୋ’ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri