ବେଳାଏ ଖାଇବାକୁ ମିଳୁ ନ ଥିଲା, ଚା’ ଦୋକାନରେ କରୁଥିଲେ କାମ; ଆଜି ୭ ଷ୍ଟାର ହୋଟେଲ ଭଳି ଘର କରିଛନ୍ତି ଏହି କମେଡିଆନ୍‌

ବମ୍ବେ: ମନୋରଞ୍ଜନଜଗତରେ ହାସ୍ୟ ଅଭିନେତା ଭାବେ ସୁଦେଶ ଲେହରି ବେଶ୍‌ ଲୋକପ୍ରିୟ। ପଞ୍ଜାବର ଜଲନ୍ଧରରେ ତାଙ୍କର ଜନ୍ମ। ହେଲେ ଅମୃତସରରେ ତାଙ୍କର ପିଲାଦିନ କଟିଥିଲା। ଆଜି ତାଙ୍କୁ ସଫଳ କମେଡିଆନ୍‌ ବୋଲି କୁହାଯାଉଥିଲେ ହେଁ ଦିନ ଥିଲା ସେ ବହୁତ ଗରିବ ଥିଲେ। ଦିନକୁ ବେଳାଏ ଖାଇବାକୁ ତାଙ୍କୁ ମିଳୁ ନ ଥିଲା। ହେଲେ ଜୀବନରେ କେବେ ହେଁ ହାର ନ ମାନିବା ଏବଂ ଚେଷ୍ଟା କରି ସେ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ସୁଦେଶଙ୍କ ବାପା ମାସକୁ ମାତ୍ର ୧୦୦-୨୦୦ ଟଙ୍କା ରୋଜଗାର କରୁଥିଲେ। ଯାହା ରୋଜଗାର କରୁଥିଲେ ତାହା ମଦ ପିଇ ଉଡାଇଦେଉଥିଲେ। ପୁରା ପରିବାର ପାଇଁ ଗୋଟିଏ ଚପଲ ଥିଲା। ପାଖରେ ପନିପରିବା କିଣିବାକୁ ଟଙ୍କା ନ ଥିବାରୁ ସେ ପାଣି ଏବଂ ଲୁଣ ସହିତ ରୁଟି ଖାଉଥିଲେ। ସ୍କୁଲରେ ସେ ପାଠପଢ଼ିନାହାନ୍ତି। କାରଣ ଟଙ୍କା ଅଭାବରୁ ତାଙ୍କୁ ଏକ ଚା’ ଷ୍ଟଲରେ କାମ କରିବାକୁ ପଡ଼ିଥିଲା।

ଦୀର୍ଘ ବର୍ଷ ଧରି ସେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେ ଚିହ୍ନାପରିଚିତ ଲୋକଙ୍କଠାରୁ ଟଙ୍କା ମାଗିବା ପାଇଁ ନିଜ ପିଲାମାନଙ୍କୁ ପଠାଉଥିଲେ। ଏକଦା ତାଙ୍କୁ ଜଣେ ଡ୍ରାଏ ଫ୍ରୁଟ୍ସ ଦେଇଥିଲେ। ହାତରେ ମୁଠାଇ ସେ ଘରକୁ ଯାଇ ଭୋକିଲା ପିଲାଙ୍କୁ ଖାଇବାକୁ ଦେଇଥିଲେ। ରୋଜଗାର ଭଲ ହେଉ ନ ଥିବାରୁ ସେ ପରିବାର ଚଳାଇ ପାରୁ ନ ଥିଲେ। ପୁରସ୍କାରକୁ ବିକ୍ରି କଲେ ୩ଶହରୁ ୪ଶହ ଟଙ୍କା ରୋଜଗାର କରିପାରିବେ ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ପରିବାରପାଇଁ ତାଙ୍କୁ ମିଳିଥିବା ପୁରସ୍କାର ବିକ୍ରି କରିଥିଲେ।

ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ-୩ ସୁଦେଶଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେ ଏହି ଶୋ’ରେ ତୃତୀୟ ସ୍ଥାନ ହାସଲ କରିଥିଲେ। ଅପରପକ୍ଷେ କପିଲ ଶର୍ମା ପ୍ରଥମ ଏବଂ ଚନ୍ଦନ ପ୍ରଭାକର ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ଏହାପରେ ସେ ଦେଖ ଇଣ୍ଡିଆ ଦେଖ, କମେଡି ସର୍କସ, କମେଡ କ୍ଲାସେଜ୍‌ ଭଳି ଅନେକ କମେଡି ଶୋ’ରେ ଭାଗ ନେଇଥିଲେ। ସେ ଅନେକ ଟ୍ରଫି ଜିତିବା ସହ ପରିଶ୍ରମ ଦ୍ୱାରା ଖ୍ୟାତି ଅର୍ଜନ କରିଥିଲେ।

ଏବେ ସେଲିବ୍ରିଟି ପାଲଟିଥିଲେ ହେଁ ସୁଦେଶ ନିଜର ନମ୍ରତା ଏବଂ ଭଦ୍ର ବ୍ୟବହାରକୁ ନେଇ ଜଣାଶୁଣା। ଅନେକ ସମୟରେ କ୍ରିଷ୍ଣା ଅଭିଷେକ ତାଙ୍କ ଘରକୁ ବୁଲି ଯାଉଥିବା ବେଳେ ତାହା ଏକ ୫ ଷ୍ଟାର ନୁହେଁ ବରଂ ୭ ଷ୍ଟାର ହୋଟେଲ ବୋଲି କହିଥାନ୍ତି। ତେବେ ଆଗାମୀ ଦିନରେ ତାଙ୍କୁ କପିଲଙ୍କ ଶୋ’ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri