Categories: ଫୁରସତ

ଚାହୁଁ ଚାହୁଁ ହଠାତ୍‌ ପଛରୁ ଆସିଲା ବାଘ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ପରେ ସେ ଏକ ବନ୍ଧୁକ ଧରି ବୁଦା ଭିତରେ କାହାକୁ ଦେଖୁଥିବା ଜଣା ପଡ଼ୁଛି। ସେଠାରୁ ଏକ ବାଘ ଦୌଡ଼ି ଆସି ବ୍ୟକ୍ତିଙ୍କୁ ଆକ୍ରମଣ କରୁଛି। ପରେ ଆଉ ଜଣେ ଆସିଯିବାରୁ ବାଘଟି ପଳାଉଛି। ଏହା ଉତ୍ତରାଖଣ୍ଡ ଜଙ୍ଗଲରେ ଘଟିଛି। ଜଙ୍ଗଲ ବିଭାଗ ଅଧିକାରୀ ବାଘକୁ ଉଦ୍ଧାର କରିବାକୁ ଆସିବା ସମୟର ଏହିଘଟଣା। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share