Categories: ଫୁରସତ

ଖାଇବା ସମୟରେ ଜୋର୍‌ରେ ହସିଉଠୁଛି ଏହି ଶିଶୁ, ଭିଡିଓ ଦେଖିଲେ ଆପଣ ବି ହସିହସି ଗଡ଼ିବେ

ସତରେ ଛୋଟ ପିଲାମାନଙ୍କୁ ଖାଇବାକୁ ଦେବା ବହୁତ କଷ୍ଟକର। ଏକଥା ଜଣେ ମା’ ହିଁ କେବଳ କହିପାରିବ। ଏପରିକି ଯେତେବେଳେ ପିଲାଟିକୁ ଖାଇବାକୁ ଦିଆଯାଏ, ସେତେବେଳେ ତାଙ୍କୁ ନାନା ପ୍ରଲୋଭନ ଦେଖାଇ ଖାଇବାକୁ ଦିଆଯାଏ। ସେମାନଙ୍କ ସହିତ ଖେଳିବା ପରେ ମଧ୍ୟ ପାଟିରୁ ତାଙ୍କର ଖାଦ୍ୟ ଶେଷ ହୋଇ ନ ଥାଏ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଶିଶୁ କିନ୍ତୁ ନିଆରା। ଭିଡିଓରେ ଦେଖିବାକୁ ମିଳିଛି ଶିଶୁଟି ଖାଲି ଖାଉନାହିଁ ବରଂ ଖାଇବା ସମୟରେ ଖୁବ୍‌ ଜୋରରେ ହସୁଛି। ଶିଶୁଟିର ଏହି ସୁନ୍ଦର ଛୋଟ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହି ଭିଡିଓକୁ ବହୁ ପସନ୍ଦ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ଏକ ସ୍ପ୍ରେ ବୋତଲ ସହିତ ଶିଶୁଟିକୁ କ୍ରିମ୍‌ ଖାଇବାକୁ ଦିଆଯାଉଛି। ଯାହା ସେ ଖାଇ ବହୁତ ଖୁସି ଏବଂ ଜୋରରେ ହସୁଛି। ଏହି ସମୟରେ ପିଲାଟି ଖୁବ୍‌ ସୁନ୍ଦର ଦେଖାଯାଉଛି। ଶିଶୁର ନାକ ଉପରେ ତାଙ୍କ ମା’ କିଛି କ୍ରିମ ମଧ୍ୟ ରଖି ଦେଉଛନ୍ତି। ଏଥିରେ ସେ ଆହୁରି ଖୁସି ହୋଇଯାଉଛି। ଏହି ଭିଡିଓ ଦେଖିବା ଦ୍ୱାରା ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଛୋଟ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ବୟସ୍କମାନଙ୍କୁ ମଧ୍ୟ ସେମାନଙ୍କ ସହିତ ପିଲା ହେବାକୁ ପଡ଼ିବ।

Share