ଶେୟାର ବଜାରରେ ଅଚାନକ ହ୍ରାସ

ମୁମ୍ବାଇ,୨୪ା୧୧: ଭାରତୀୟ ଶେୟାର ବଜାରରେ ଗତ କିଛିଦିନରେ ସକାରାତ୍ମକ ପ୍ରଭାବ ଅନୁଭୂତ ହେବା ପରେ ସୋମବାର ଅଚାନକ ହ୍ରାସ ଦେଖାଯାଇଛି। ଏସୀୟ ବଜାରର ଦୁର୍ବଳ ସଙ୍କେତ ସତ୍ତ୍ୱେ ଚଳିତ ସପ୍ତାହର ପ୍ରଥମ କାରବାର ଦିବସ ଭାବେ ସୋମବାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। କାରବାର ଆରମ୍ଭ ପରେ ବିଏସ୍‌ଇ ସେନ୍‌ସେକ୍ସ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେ ଅଚାନକ ହ୍ରାସ ଦେଖାଯାଇଥିଲା। ତେବେ କାରବାର ଶେଷ ସୁଦ୍ଧା ସେନ୍‌ସେକ୍ସରେ ୧୪୮୩ ପଏଣ୍ଟ ହ୍ରାସ ସହ ଏହା ୮୨,୪୩୫ରେ ବନ୍ଦ ରହିଛି। ସେହିପରି ନିଫ୍ଟି ୫୦ ୪୫୧ ପଏଣ୍ଟ ବା ପ୍ରାୟ ୧.୭% ହ୍ରାସ ପାଇ ୨୫,୩୫୦ ସ୍ତରରେ ସ୍ଥିର ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କିଙ୍ଗ୍‌ ଏବଂ ମେଟାଲ ଶେୟାରଗୁଡ଼ିକରେ ତୀବ୍ର ହ୍ରାସ ଯୋଗୁ ଭାରତୀୟ ଇକ୍ୱିଟି ବଜାର ତଳକୁ ଖସିଛି, ଯେଉଁଥିରେ ଗତ ୪ ସପ୍ତାହ ଧରି ବୃଦ୍ଧି ଧାରା ଜାରି ରହିଥିଲା। ଏହି ହ୍ରାସ ଯୋଗୁ ଅନେକ କମ୍ପାନୀର ଶେୟାର ମୂଲ୍ୟ ଗତ ୫୨ ସପ୍ତାହର ସର୍ବନିମ୍ନ ସ୍ତରକୁ ଖସି ଆସିଥିବା ବେଳେ ହାତଗଣତି କିଛି ଶେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ବଜାର ବିଶ୍ଳେଷକମାନଙ୍କ ମତରେ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ଶେୟାର ବିକ୍ରି, ଆମେରିକୀୟ ସୁଧ ହାରକୁ ନେଇ ଚିନ୍ତା, ବିଦେଶୀ ନିବେଶକଙ୍କ ମନୋଭାବ ଏବଂ ଘରୋଇ ସ୍ତରରେ ଲାଭ ଉଠାଣ କାରଣକୁ ନେଇ ଏହି ହ୍ରାସ ଘଟିଛି।

Dharitri – Odisha’s No.1 Odia Daily

Share
Tags: Stock Market