ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ ନାହିଁ। ପରନ୍ତୁ ପରିବାରରେ ବାପ କାନ୍ଧରେ ପୁଅ ମଶାଣିକୁ ଯିବା, ଜେଜେ କାନ୍ଧରେ ନାତି ମଶାଣିକୁ ଯିବାଠାରୁ ବି ଦୁଃଖ କିଛି ନାହିଁ। ମହାମାନୀ ଦୁର୍ଯ୍ୟୋଧନ ଆଖି ଆଗରେ ତା’ର ଅନେଶତ ଭାଇ ଓ ପୁତ୍ରମାନେ ମୃତ୍ୟୁ ବରଣ କରିବା, କଂସର ଅଷ୍ଟମଲ୍ଲ ଓ ତା’ର ଭାଇମାନେ ଆରପାରିକି ଯିବା। ବାରଣ ସତ୍ତ୍ୱେ ତାଙ୍କ ଦାୟାଦମାନେ କାଦମ୍ବରି ପାନକରି ପରସ୍ପର ମଧ୍ୟରେ ହଣାହଣି ହୋଇ ମରିବା, କୃଷ୍ଣଙ୍କୁ ଯନ୍ତ୍ରଣାରେ ଭସ୍ମୀଭୂତ କରୁଥିଲା। ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କର ଜଣେ ପ୍ରଜା ବ୍ରାହ୍ମଣ ଶ୍ରୀବତ୍ସର ଏକ ଏକ କରି ଛଅଟି ସନ୍ତାନ ଜନ୍ମ ହୋଇ କୁଆଁ ରାବ ଦେବା ପରେ ଅନ୍ତର୍ଦ୍ଧାନ ହୋଇଯାଉଥିଲେ। କ୍ରୋଧରେ ବ୍ରାହ୍ମଣ ଜଣକ ରାଜା ଶ୍ରୀକୃଷ୍ଣଙ୍କୁ ପଦାଘାତ କରିଥିଲା ”ଅସମୟରେ ପ୍ରଜାର ମୃତ୍ୟୁ ପାଇ ରାଜାହିଁ ଦାୟୀ !“ ସମଗ୍ର ବିଶ୍ୱରେ ବର୍ତ୍ତମାନ ସେହି ଅଭାବନୀୟ ପରିଣତି ଦିନକୁ ଦିନ ବଢ଼ି ଚାଲିଛି। ଟୀକା ଗୋବିନ୍ଦଚନ୍ଦ୍ର ଗୀତି ପୁସ୍ତକର ସେହି ପଦେ ଗୀତ ”ବାଛି ନେବ କଞ୍ଚା ରଖିବ ପାଚିଲା, ଦେବଟି ଦାରୁଣ ଦୁଃଖ“ ସତ ହେଉଛି। ଈଶ୍ୱର ସମସ୍ତ ଜୀବଜଗତ ପାଇଁ ସୁନ୍ଦର ସବୁଜିମାଭରା, ମନଲୋଭା ପ୍ରକୃତି ସୃଷ୍ଟି କରିଛନ୍ତି। ଅପରିଣାମ ମଣିଷ ପ୍ରକୃତିକୁ ଧ୍ୱଂସକରି ବିକାଶ ନାମରେ ବିନାଶ ହେବାକୁ ବସିଛି। ଏହାର ମୁଖ୍ୟ ନାୟକମାନେ ରାଷ୍ଟ୍ରର ଶାସକମାନେ। ମଣିଷ ଖୋଳିଥିବା ଗାତରେ ସମାଧିସ୍ଥ ହେବାକୁ ଯାଉଛି।
ଭାରତରେ ‘ଆକସ୍ମିକ ମୃତ୍ୟୁ’ ତା’ର ତାଣ୍ଡବ ସୃଷ୍ଟି କରୁଛି। ନିତି ବ୍ୟାୟାମ କରୁଥିବା ସୁସ୍ଥ, ସୌର୍ଯ୍ୟବାନ୍‌ ଯୁବକ ହୃଦ୍‌ଘାତରେ ନିରବୀ ଯାଉଛନ୍ତି। ନିତି ଶହ ଶହ ସଂଖ୍ୟାରେ ଯୁବକ ଆକସ୍ମିକ ମୃତ୍ୟୁବରଣ କରୁଛନ୍ତି। ସଦ୍ୟ ପ୍ରକାଶ ଓ ଜାତୀୟ ଅପରାଧ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୨ରେ ଆକସ୍ମିକ ମୃତ୍ୟୁ ସଂଖ୍ୟା ପୂର୍ବବର୍ଷ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପାଇଛି। ସର୍ବାଧିକ ୫୭% କ୍ଷେତ୍ରରେ ଆକସ୍ମିକ ମୃତ୍ୟୁର କାରଣ ହୃଦ୍‌ଘାତ। ରିପୋର୍ଟର ତଥ୍ୟ ଅନୁଯାୟୀ ଗତବର୍ଷ ଭାରତରେ ୫୬,୬୫୩ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା। ପ୍ରକୃତି ହିସାବ ଏହାଠାରୁ ଅଧିକ। ଗାଁ ଗହଳିରେ ଲୋକେ ମେଡ଼ିକାଲ ପର୍ଯ୍ୟନ୍ତ କଥା ନ ନେଇ ଶବ ସତ୍କାର କରିଦିଅନ୍ତି। ବାହ୍ୟ ଆଘାତ ବିନା କିଛି ମିନିଟ ମଧ୍ୟରେ ହଠାତ ଅପ୍ରତ୍ୟାଶିତ ମୃତ୍ୟୁ ଘଟିଲେ ତାହାକୁ ଆକସ୍ମିକ ମୃତ୍ୟୁଭାବେ ଗଣାଯାଇଥାଏ।
୨୦୨୨ ମସିହାରେ ସମୁଦାୟ ୩.୯ ଲକ୍ଷ ଲୋକଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ହୋଇଥିଲାବେଳେ ତାହାର ୧୩.୪% ଭାଗ ଆକସ୍ମିକ ମୃତ୍ୟୁ ବୋଲି ଜଣାପଡ଼ିଛି। ରାଜ୍ୟ ଦୃଷ୍ଟିରୁ ମହାରାଷ୍ଟ୍ରରେ ସର୍ବାଧିକ ୧୪,୯୨୭ ଜଣଙ୍କକର ଅକାଳ ମୃତ୍ୟୁ ହୋଇଥିଲା ବେଳେ ଏହା ପଛକୁ କେରଳରେ ୬,୦୭ ଓ କର୍ନାଟକରେ ୫,୮୪୩ ଜଣ ଆକସ୍ମିକ ମୃତ୍ୟୁବରଣ କରିଥିଲେ। କେବଳ ହୃଦ୍‌ଘାତରେ ଦେଶରେ ସମୁଦାୟ ୩୨,୪୧୦ ଜଣ ମୃତ୍ୟୁବରଣ କରିଥିଲେ, ଯାହା ପୂର୍ବ ବର୍ଷର ପରିସଂଖ୍ୟାନ ତୁଳନାରେ ୧୪% ଅଧିକ, ମହାରାଷ୍ଟ୍ରରେ ହୃଦ୍‌ଘାତଜନିତ ମୃତ୍ୟୁସଂଖ୍ୟା ସର୍ବାଧିକ ୧୨,୫୯୧, କେରଳରେ ୩,୩୯୩ ଓ ଗୁଜରାଟରେ ୨,୮୫୩ ଜଣ ବୋଲି ଜଣାପଡ଼ିଛି।
ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ। ହୃଦ୍‌ଘାତରେ ମୃତ୍ୟୁବରଣ କରିଥିବା ୨୮,୦୦୫ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୨,୦୦୦, ୪୫-୬୦ ବର୍ଷ ବୟସର ଥିଲେ। ଏକ ରିପୋର୍ଟରୁ ଜଣାପଡ଼ିଛି ବିଗତ ୩୦ ବର୍ଷ ମଧ୍ୟରେ ୨୦ଟି ପ୍ରମୁଖ ରୋଗରେ ସଂଘର୍ଷ କରୁଥିବା ମହିଳା ଓ ପୁରୁଷମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଶୀଳନ କରାଯାଇ ଏହି ତଥ୍ୟ ପ୍ରକାଶିତ। ମାଂସପେଶୀଜନିତ ସମସ୍ୟା, ମାନସିକ ସ୍ବାସ୍ଥ୍ୟ ସମସ୍ୟା, ମୁଣ୍ଡବିନ୍ଧା ଆଦି ରୋଗ ମହିଳାଙ୍କଠାରେ ବେଶି ଦେଖିବାକୁ ମିଳୁଥିବା ଏହି ଅଧ୍ୟୟନରେ କୁହାଯାଇଛି। ଯଦିଓ ଏହିସବୁ ରୋଗକୁ ଘାତକ ରୋଗଭାବେ ବିବେଚନା କରାଯାଇନାହିଁ। ତେବେ ଏହା ବୟସ ବଢ଼ିବା ସହ ମହିଳାଙ୍କର ସ୍ବାସ୍ଥ୍ୟକୁ ଖରାପ କରି ଚାଲିଥାଏ। ପୁରୁଷଙ୍କଠାରୁ ବେଶି ସମୟ ବଞ୍ଚୁଥିବାରୁ ମହିଳାଙ୍କୁ ଅଧିକ ସମୟ ଏହି ରୋଗ ସହ ବଞ୍ଚିବାକୁ ପଡ଼ୁଛି।
କ୍ୟାନସର, ସଡ଼କ ଦୁର୍ଘଟଣା, ହୃଦ୍‌ରୋଗ, କୋଭିଡ ଆଦି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅଧିକ ଦେଖାଦେଇଥାଏ। ଯାହା ପୁରୁଷମାନଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାଏ। ଏସବୁ ରୋଗ କମ୍‌ ବୟସରୁ ହିଁ ପୁରୁଷଙ୍କୁ ଆକ୍ରାନ୍ତ କରିଥାଏ। ୨୦୨୧ ତଥ୍ୟ ଅନୁଯାୟୀ କୋଭିଡ ମହାମାରୀ ମହିଳାଙ୍କ ତୁଳନାରେ ୪୫% ଅଧିକ ପୁରୁଷଙ୍କୁ ସଂକ୍ରମଣ କରିଛି। ଏହି ଅଧ୍ୟୟନକୁ ନେଇ ୱାଶିଂଟନ ବିଶ୍ୱବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ ମାଟ୍ରିକ୍ସ ଆଣ୍ଡ ଇଭାଲୁଏଶନର ବରିଷ୍ଠ ଗବେଷକ ଡ. ଲୁସିଆ ସୋରିଓ ପ୍ଲୋର କହିଛନ୍ତି। ବିଭିନ୍ନ ମାରାତ୍ମକ ରୋଗ ଓ ଏହାର ପରିଣାମ ଲିଙ୍ଗଗତ ପାର୍ଥକ୍ୟର ଗଭୀର ପ୍ରଭାବ ରହିଥିବା ଜଣାପଡ଼ିଛି।
ସେରମ ଇନ୍‌ଷ୍ଟିଚ୍ୟୁଟ ସହଯୋଗରେ କୋଭିଡ ସମୟଠାରୁ ଅଦ୍ୟାବଧି କୋଟି କୋଟି ଭାରତୀୟ ନେଇଥିବା କୋଭିସିଲ୍ଡ ଇଞ୍ଜେକ୍‌ଶନ ଭାରତୀୟଙ୍କ ଅକାଳ ମୃତ୍ୟୁର ମୁଖ୍ୟ କାରଣ ତାହାକୁ ସେମାନେ ସ୍ବୀକାର କଲେଣି। ବର୍ତ୍ତମାନ ସମଗ୍ର ପୃଥିବୀରୁ ଏହି ଇଞ୍ଜେକ୍‌ଶନ ପ୍ରତ୍ୟାହାର ହେଲାଣି। କୂଳରେ ଜଗିବସିଥିବା ବାଘ ମୁହଁରୁ ବଞ୍ଚିବା ପାଇଁ ନଦୀ ମଧ୍ୟକୁ ପାଦଦେଇ କୁମ୍ଭୀରର ଶିକାର ହେବା ଭଳି କଥା। ଏବେ ପ୍ରଶ୍ନ ଉଠେ ଜୀବନହାନି କ୍ଷତିର ଭରଣା ହୋଇପାରିବ କି ? ଯେଉଁମାନେ ଏହି ଭାକ୍ସିନ ନେଇଛନ୍ତି ସେମାନେ ବର୍ତ୍ତମାନ ମୃତ୍ୟୁ ଭୟରେ ଆତଙ୍କିତ। ଏକଥା ଉଚ୍ଚତମ ନ୍ୟାୟାଳୟକୁ ଗଲାଣି।
ଚତୁର୍ଥ ଅବସ୍ଥାରେ ରୁଗ୍ଣ ଶରୀରଧାରୀ ମଣିଷ ଭଗବାନକୁ ପ୍ରାର୍ଥନା କରେ ଯନ୍ତ୍ରଣା ବିହୀନ ମୃତ୍ୟୁ, ତା’ର ଅର୍ଥ ନୁହେଁ ଅସମୟରେ ଯନ୍ତ୍ରଣା ବିହୀନ ମୃତ୍ୟୁବରଣ କରିବା। ସାଂପ୍ରତିକ ସ୍ଥିତିରେ ଏହି ଦୂରଦୃଷ୍ଟିହୀନ ପ୍ରତିଷେଧକକୁ ନେଇ ମରଣମୁହଁରେ ଛିଡ଼ାହୋଇଥିବା ଅକାଳ ମୃତ୍ୟୁକୁ ହ୍ରାସ କରିବା ସବୁଠାରୁ ବଡ଼ ଆହ୍ବାନ। କର୍କଟ, ଦୁର୍ଘଟଣା, ହୃଦ୍‌ଘାତ ପରି ଆତ୍ମଘାତୀ ଘଟଣାର ତୁରନ୍ତ ନିରାକରଣ ଭାରତ ପାଇଁ ବିରାଟ ଆହ୍ବାନ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri