Posted inଫୁରସତ

ସୁଦର୍ଶନଙ୍କ ସଂଗ୍ରହାଳୟ

ସଂଗ୍ରହାଳୟ କେବଳ ଜ୍ଞାନର ଗନ୍ତାଘର କି ପାରମ୍ପରିକ ବିରଳ ସାମଗ୍ରୀର ସାଇତା ସମ୍ପଦ ନୁହେଁ ବରଂ ଏହାଦ୍ୱାରା ବହୁ ଜଣାଅଜଣା କଥା ଜାଣିହୁଏ। ଗବେଷଣା ପାର୍ଁଇ ସୂତ୍ର ମିଳେ। ଏମିତିରେ ଗାଁଗଣ୍ଡାରୁ ହଜିଯାଉଥିବା ବହୁ ପୁରାତନ ବିରଳ ସାମଗ୍ରୀକୁ ଗୋଟିଏ ସ୍ଥାନରେ ଦେଖିବା ସହ ମନେପକାଇ ହେବ। ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଏକାଧିକ ସରକାରୀ ଓ ବେସରକାରୀ ସଂଗ୍ରହାଳୟ।

ହେଲେ ଇଏ ଏମିତି ଏକ ସଂଗ୍ରହାଳୟ ଯେଉଁଠି କେବଳ ଦେଖିବାକୁ ପାଇବେ ଦେଶୀୟ ପଦ୍ଧତିରେ ତିଆରି ହୋଇଥିବା ନାନାପ୍ରକାରର କଂସା, ପିତ୍ତଳ ଓ ତମ୍ବାର ସାମଗ୍ରୀ। ଏହାର ପ୍ରତିଷ୍ଠାତା ସୁଦର୍ଶନ ସାହୁ ଶିକ୍ଷାରେ ଜଣେ କୃଷିବୈଜ୍ଞାନିକ, ମାତ୍ର ପେସାରେ ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ। ଏହିି ସଂଗ୍ରହାଳୟ ରହିଛି ଭୁବନେଶ୍ୱର ଜାଗମରା ଅଞ୍ଚଳର ତୁଳସୀବିହାର ଅନ୍ତର୍ଗତ ଜଗମୋହନ ନଗର ପ୍ଲଟ ନଂ.୧୦୮୪/୨୬୦୮। ସଂଗ୍ରହାଳୟର ନାଁ ହେଉଛି ଗୋପୀନାଥ ଧାତୁ ଗବେଷଣା ପ୍ରତିଷ୍ଠାନ। ଏହା ଭିତରେ ସାଇତି ରଖିଛନ୍ତି ପ୍ରାୟ ୪୫୦୦ରୁ ଊର୍ଦ୍ଧ୍ୱ ବହୁ ପୁରାତନ ଓ ଦୁର୍ଲଭ କଂସାପିତଳ ସାମଗ୍ରୀ। ଆଦିମ ଜନଜାତିଙ୍କ ପ୍ରାୟ ୧୦୦୦ ପ୍ରକାରର କଳାକୃତି ସହ ଅଳଙ୍କାର, ଗୃହ ଉପକରଣ, ଖାଦ୍ୟରନ୍ଧା ପାତ୍ର ରହିଛି। ପ୍ରାୟ ୨ଶହ ବର୍ଷ ତଳର ବେଲଗୁଣ୍ଠାର ପିତଳମାଛ, ନଅଙ୍କ ଦୁର୍ଭିକ୍ଷ ସମୟରେ ମଠମାନଙ୍କରେ ଅନ୍ନଛତ୍ର ପାଇଁ ବ୍ୟବହୃତ ପିତଳହଣ୍ଡା, ହାଣ୍ଡି, ପଲଟା, ଧଡ଼ପ, କୁଜଙ୍ଗିି, ଖୁଣ୍ଟୁଣି, ପରଷୁଣି, ପିଠାପାତିଆ, ହେମଦସ୍ତା, ଢାଳ, ଗ୍ଲାସ, ବାଲ୍‌ତି, ଗରା ଏଠାରେ ରହିଛି। ଏହାଛଡା ପ୍ରାୟ ୩୫ପ୍ରକାରର ବାଦ୍ୟଯନ୍ତ୍ର,୧୪ ପ୍ରକାରର ଗୁଆକାତି, ୬୫ପ୍ରକାରର ସିନ୍ଦୂର ଫରୁଆ, ୪୫ରୁ ଉର୍ଦ୍ଧ୍ୱ ପୁରୁଣା ଗହଣାଗାଣ୍ଠି ଓ ଟଙ୍କା ରଖିବା ପେଡ଼ି, ୧୨୦ଟି ମାଛ, କଲରା, ଜହ୍ନି ଓ ନଡ଼ିଆ ଆକୃତିର ବାକ୍ସ, ରାଜା, ଜମିଦାର ବ୍ୟବହାର କରୁଥିବା ବିଭିନ୍ନ ସାପ, ବାଘ, ହାତୀ, ଘୋଡ଼ା, ସିଂହ, ମେଣ୍ଢା ଆଦି ପ୍ରାଣୀଙ୍କ ପିତଳ ମୁଣ୍ଡ ଥିବା ବଙ୍କୁଲିବାଡ଼ି। ପ୍ରାୟ୧୫ପ୍ରକାରର ପଖାଳକଂସା ମଧ୍ୟରେ (ହାତିପାଉଳିଆ, ଛାତିଫୁଲାଣିଆ, ଦୁଦୁରାଫୁଲିଆ, ଫାଶ, ପୋଚ, ପାଲେଟେରି, ମଣ୍ଡା, ଅଣ୍ଟାଭଙ୍ଗା ପଖାଳକଂସା, ମାଟିଆକେଳା ପଖାଳକଂସା, ମାଟୁ, ଓଉଖମା, ଟଭାଥାଳିଆ, ରେକାବି, ଲହରୀ, ରକମ)ଇତ୍ୟାଦି। ସେହିପରି ୧୨୫ ପ୍ରକାର ଡିବିରି, ୪୫ପ୍ରକାରର କଂସା ଗିନା, ୨୦ପ୍ରକାରର ଥାଳି (କଞ୍ଚନ, ଟିପବସା, ଖଜାଥାଳି, ରକମ, ଲହରୀ, ବାଲେଟେରୀ, ରଙ୍ଗସରସିଆ, ଛେଚା, ଗେବୁଲ ଇତ୍ୟାଦି । ୧୬ ପ୍ରକାରର ଖଡ଼ୁ, ୨୩ପ୍ରକାର ଗ୍ଲାସ, ୨୫ପ୍ରକାରର ପିକଦାନୀ, ୨୪ପ୍ରକାର ପଶାକାଠି, ପିତଳ ଓ ଲୁହାର ଲେଖନୀ, ଢଣକୋଇଲା, ତୁମ୍ବା, ତାମ୍ବି, ମାଣ, ଅଧୁଲିଆ, ପାଛିଆ, ବୋଡ଼ା, ଅଡ଼ା, ସୋଲା, ପାଇ, ସେର, ପାଲାକାରଙ୍କ ଝାଞ୍ଜ, ଗିନି, ବଇଠିଗିନି, କରତାଳ । ହାତୀ, ଛେଳି, ମେଣ୍ଢା, ବିଲେଇ, ବୋଦା, ମଇଁଷି ଆଦିଙ୍କ ବେକର ଘଣ୍ଟି । ପ୍ରାୟ ୭୫ପ୍ରକାରର ଘାଗୁଡ଼ି, ୬ପ୍ରକାରର ଗାନ୍ଧିଜୀଙ୍କ ପିତଳମୂର୍ତ୍ତି, ୬ପ୍ରକାରର ଚାଉଳଡ୍ରମ, ଓଜନମାପ ପାଇଁ ୬ପ୍ରକାରର ବିଶା(ମହଣ, ସେର, ଅଧସେର, ପଳ) ୨୫ଟି ନଉତି, ଗଉଣି, ମାଣ।୧୫ପ୍ରକାର ବାଜବନ୍ଧୁ (କହୁଣୀ ଉପରେ ପିନ୍ଧାଯାଏ), ୮ଟି ସାହାନାଇ, ଆଦିବାସୀଙ୍କ ମଦରନ୍ଧାର ତମ୍ବାପାତ୍ର ୨ଟି, ୨୦ଟି ଧନୁଶର, ଫାର୍ସା, ତମ୍ବାର ବାଳଚିପି ୨୦ଟି ଯାହା ଆଦୀବାସୀ ଜନଜାତିର), ଧରଣୀପେନୁ ପୂଜାଢାଳ ୬ଟି ରହିଛି। ପାଇକ ସ୍ମାରକୀ ଭାବେ ଦୁଇଟି ଢାଳ, ୪ଟି ଖଣ୍ଡା, ୬ଟି ଲାଠ ଶୀରସ୍ତ୍ରାଣ, ୮ପ୍ରକାର ମଶାଲ, ବୀରକାହାଳୀ ୪ଟି, ବିଜେକାହାଳୀ ୬ଟି, ଚାମର ୮ଟି, ବାଙ୍କଛୁରି ୪ଟି ରହିଛି। ଏସବୁ ସଂଗ୍ରହ ସମ୍ପର୍କରେ ସେ କୁହନ୍ତି, ଆମଘର ନୟାଗଡ଼ ଜିଲାର କଣ୍ଟିଲୋରେ। ପିତା ଗୋପୀନାଥ ସାହୁ ମା’ ଚମ୍ପା ଦେଈ। ଆମ ପରିବାର କୌଳିକବୃତ୍ତି ଥିଲା କଂସାପିତଳ କଳାକୃତି ନିର୍ମାଣ। ପିଲାଟି ଦିନରୁ ବିଭିନ୍ନ କଂସାପିତଳର ପୁରୁଣାସାମଗ୍ରୀକୁ ଦେଖିଲେ ଖୁସୀ ହୋଇପଡ଼ୁଥିଲି। ଏମିତିରେ ୧୯୯୦ ମସିହାରୁ ମୁଁ ଏହି ନିଶାରେ ପଡ଼ିଯାଇଥିଲି। ସେବେଠାରୁ ବିଭିନ୍ନ ପୁରାତନ କଂସାପିତଳ ଓ ତମ୍ବାର ନାନାପ୍ରକାର ସାମଗ୍ରୀକୁ ସାଇତି ରଖିବା ସହିତ ବିଭିନ୍ନ ସ୍ଥାନରୁ ଅନେକ ପ୍ରକାର ପୁରାତନ କଂସାପିତଳ ସାମଗ୍ରୀକୁ ସଂଗ୍ରହ କରିବା ପ୍ରୟାସ ଚାଲୁ ରଖିଛି। ଗୋପୀନାଥ ଧାତୁ ଗବେଷଣା ପ୍ରତିଷ୍ଠାନ ଗଠନ କରିଛି। ଏଥିପାଇଁ ଅନେକ ସମୟ ଦେବାକୁ ପଡ଼ିଛି । ଅର୍ଥ ବି ଖର୍ଚ୍ଚ ହେଉଛି। ତେବେ କଂସାପିତଳ ଓ ତମ୍ବା ପାତ୍ରରେ ଖାଦ୍ୟ ବ୍ୟବହାର କଲେ ଶରୀର ସୁସ୍ଥ ରହୁଥିବାରୁ ଆଜିକାଲି ଲୋକଙ୍କ ଭିତରେ ଏହାର ଚାହିଦା ଅଧିକ ବଢିଯାଇଛି। ଏହାବାଦ୍‌ ଏସବୁ ଜିନିଷ ପ୍ରାୟତଃ ଲୋପ ପାଇଯାଇଥିବାରୁ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଛାତ୍ରୀଛାତ୍ର, ବୁଦ୍ଧିଜୀବୀ ଓ ଗବେଷକମାନେ ଆସିଥାନ୍ତି। ଲୋକମାନଙ୍କର ଏହି ଆଗ୍ରହ ମତେ ଅଧିକରୁ ଅଧିକ ସଂଗ୍ରହ ପାଇଁ ପ୍ରେରିତ କରୁଛି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri