ସୁଦାନରେ ରକ୍ତ ସଂଘର୍ଷ: ୧୭୦ ଲୋକଙ୍କ ଜୀବନ ଚାଲିଗଲା

ଖାରଟୋମ,୨୧।୧୦:ସୁଦାନରୁ ଆଦିବାସୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ଦେଶର ଦକ୍ଷିଣ ବ୍ଲୁ ନାଇଲ୍‌ରେ ଆଦିବାସୀମାନଙ୍କ ମଧ୍ୟରେ ଜାତିଗତ ସଂଘର୍ଷରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଲୋକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିବା ସୁଦାନର ଅଧିକାରୀ କହିଛନ୍ତି।
ଜୁଲାଇ ମାସରେ ବ୍ଲୁ ନାଇଲ୍‌ରେ ହିଂସାତ୍ମକ ସଂଘର୍ଷ ଘଟି ୧୪୯ ଜଣଙ୍କର ମୃତ୍ୟୁ ଘଟିଥିଲା। ହିଂସା ଯୋଗୁ ଅତି କମରେ ୧୨୦୦ ଲୋକ ଏହି ଅଞ୍ଚଳରେ ବିସ୍ଥାପିତ ହୋଇଛନ୍ତି।

Share