Categories: ଖେଳ

ପ୍ରଥମଥର ଶ୍ୱଶୁର ଘର ଲୋକଙ୍କୁ ଭେଟିବା ପରେ ଏମିତି ଥିଲା ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୮।୯: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ତାଙ୍କର ପ୍ରଦର୍ଶନ ସହିତ ପାଣ୍ଡ୍ୟା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ।
ପାଣ୍ଡ୍ୟା ପ୍ରଥମେ ତାଙ୍କ ସ୍ତ୍ରୀ ନତାଶାଙ୍କ ପରିବାରକୁ ଭେଟିଥିଲେ। ସେ ଏହାର ଭିଡିଓ ଇନଷ୍ଟାଗ୍ରାମ ଏବଂ ଟୁଇଟ୍‌ରରେ ଶେୟାର କରିଛନ୍ତି। ପାଣ୍ଡ୍ୟାଙ୍କୁ ଭେଟିବା ପରେ ନତାଶାଙ୍କ ପରିବାରର ଲୋକମାନେ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ଭିଡିଓ ଶେୟାର କରି ହାର୍ଦ୍ଦିକ କ୍ୟାପସନ ଲେଖିଛନ୍ତି, ଭିଡିଓ ଏବଂ ଫୋନ କଲ ପରେ ଶେଷରେ ଭେଟ ହୋଇଛି। ପାଣ୍ଡ୍ୟା ଏବଂ ନତାଶା ୨୦୨୦ରେ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କର ଏକ ପୁଅ ଅଛି।

Share