Posted inଫୁରସତ

ଏମିତି ଗାଁ, ଯେଉଁଠୁ ଆସୁଛି ଅଜବ ଶବ୍ଦ

ଆପଣ ନିଶ୍ଚିତ ଭାବରେ ଏପରି ଅନେକ ସ୍ଥାନ ବିଷୟରେ ଶୁଣିଥିବେ, ଯାହା ସହିତ କିଛି କାହାଣୀ ଜଡ଼ିତ ଥାଏ ତାହାଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଇଂଲଣ୍ଡରେ ମଧ୍ୟ ସେମିତି ଏକ ଗାଁ ରହିଛି। ଯେଉଁଠାରେ ଅନନ୍ୟ ରହସ୍ୟ ଲୁଚି ରହିଛି। ଏଠାକାର ଲୋକମାନେ ନିଜ ଗାଁକୁ ବହୁତ ଭଲ ପାଆନ୍ତି, କିନ୍ତୁ ସେମାନଙ୍କର ସମସ୍ୟା ହେଉଛି ଯେ, ସେମାନେ ନିଜ ସୁନ୍ଦର ଘର ଏବଂ ଗାଁରେ ରାତିରେ ଶାନ୍ତିରେ ଶୋଇ ପାରନ୍ତି ନାହିଁ। ଏହା ଚୋର ଏବଂ ଡକାୟତମାନଙ୍କ ଭୟ ଯୋଗୁ ନୁହେଁ ବରଂ ଏକ ଅଜବ ଶବ୍ଦ ଯୋଗୁ। ଯାହାକି ବର୍ଷ ବର୍ଷ ଧରି ସେମାନଙ୍କ ଶାନ୍ତି ନିଦ୍ରା ଛଡ଼ାଇ ନେଇଛି।

ଇଂଲଣ୍ଡର ୟର୍କସାୟାରରେ ଏପରି ଗାଁଟିଏ ରହିଛି। ଯେଉଁଠାରେ ଦିନରାତି ଏକ ରହସ୍ୟମୟ ଶବ୍ଦ ଆସେ। ଗାଁର ନାମ ହୋମଫିଲ୍ଡ। ଏଠାରୁ ସବୁବେଳେ ଏକ ଇଞ୍ଜିନ କିମ୍ବା ଓ୍ବାଶିଂ ମେଶିନର ଶବ୍ଦ ପରି ଶବ୍ଦ ଶୁଣିବାକୁ ମିଳେ। ଦିନରେ ଲୋକମାନେ ଏକପ୍ରକାର ଚଳି ଯାଉଥିବା ବେଳେ ରାତିରେ ଭୟଭୀତ ହୋଇପଡ଼ନ୍ତି। ଏହି ଶବ୍ଦ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। କିନ୍ତୁ ଏହାର ପ୍ରକୃତ କାରଣ କାହାକୁ ଜଣା ନାହିଁ।

ଦୀର୍ଘ ବର୍ଷ ଧରି, ଏହି ସ୍ଥାନର ବାସିନ୍ଦାମାନେ ଏହି ପ୍ରକାରର ଶବ୍ଦ ଶୁଣୁଛନ୍ତି ଏବଂ ଏହା ପଛରେ ଥିବା କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହାର କାରଣ ଜାଣିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ମଧ୍ୟ ଜଣେ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଥିଲେ। କିନ୍ତୁ ସେ ମଧ୍ୟ ଏହି ରହସ୍ୟର ସମାଧାନ କରିପାରି ନ ଥିଲେ। ଏଠାରେ ରହୁଥିବା ଲୋକମାନେ କହୁଛନ୍ତି ଯେ ଶବ୍ଦଟି ଓ୍ବାଶିଂ ମେଶିନ କିମ୍ବା ଡିଜେଲ ଇଞ୍ଜିନ ଚଲାଇବା ପରି। ରାତିରେ ଶୋଇପାରୁ ନ ଥିବାରୁ ଏପରି ଶବ୍ଦର କ୍ରମାଗତ ଶୁଣିବା ଯୋଗୁ ଲୋକଙ୍କ ମାନସିକ ଅବସ୍ଥା ପ୍ରଭାବିତ ହେଉଛି। କିଛି ଲୋକ ଏପରିକି କୁହନ୍ତି, ସେମାନଙ୍କର ମୁଣ୍ଡ ଫାଟିଯିବା ପରେ ଲାଗେ।

୨୦୧୯ରେ ପ୍ରଥମ ଥର ପାଇଁ ଲୋକମାନେ ଏହି ଶବ୍ଦ ଶୁଣିଲେ ଏବଂ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ। ଯାଞ୍ଚରେ ୩ଟି କଥାକୁ ନେଇ ସନ୍ଦେହ କରାଯାଇଥିଲା କିନ୍ତୁ ଅଧିକାରୀମାନେ ପ୍ରକୃତ କାରଣ ଜାଣିପାରିଲେ ନାହିଁ। ଶବ୍ଦ ବିଶେଷଜ୍ଞ ପିଟର ରୋଜର୍ସ କହିଛନ୍ତି, ଏହି ଶବ୍ଦ କାରଖାନା କିମ୍ବା ପ୍ରବାହିତ ଜଳ କିମ୍ବା ଟ୍ରାନ୍ସଫର୍ମର କିମ୍ବା ଟେଲିଗ୍ରାଫ ପୋଲ୍‌ରୁ ହୋଇପାରେ। କିନ୍ତୁ ସଠିକ୍‌ ଭାବେ କେହି ଆଜି ପର୍ଯ୍ୟନ୍ତ କହିପାରୁନାହାନ୍ତି। ଫଳରେ ଏହା ରହସ୍ୟାବୃତ୍ତ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri